କୁକୁଡାକୁ ଗିଳି ଦେଲା ଅଜଗର, ଧରାପଡିବା ପରେ ପେଟରୁ ବାହାରକଲା କୁକୁଡା : ଦେଖନ୍ତୁ ଭିଡିଓ

Published By : Prameya-News7 Bureau | July 31, 2021 IST

ମାଲକାନଗିରି ୩୧।୭: କୁକୁଡା ଖାଇବାକୁ ଯାଇ ଧରାପଡ଼ିଲା ବିରାଟକାୟ ଅଜଗର ସାପ । ମାଲକାନଗିରି ଜିଲ୍ଲା ସିଙ୍ଗରାଜକୋଣ୍ଡା ଗାଁରେ ଦେଖିବାକୁ ମିଳିଛି ଏପରି ଏକ ଘଟଣା ।

ସିଙ୍ଗରାଜକୋଣ୍ଡା ଗାଁର କୋଷା ମାଢୀଙ୍କ ପୋଷା କୁକୁଡା ହଜିଯାଇଥିବା ବେଳେ ପରିବାର ଲୋକେ ଆଖ ପାଖରେ ଖୋଜିବାକୁ ଲାଗିଥିଲେ । କିନ୍ତୁ କୁକୁଡାଟିକୁ ପାଇନଥିଲେ । ସେତେବେଳକୁ କୁକୁଡା ଘର ଭିତରେ ପଶି କୁକୁଡାଟିକୁ ଗିଳିଦେଇଥିଲା ଅଜଗର । କୁକୁଡାଟିକୁ ଗିଳିବା ପରେ ଆଉ ହଲି ପାରିନଥିଲା ଅଜଗର । ପରେ ଗାଁ ଲୋକେ ଏହାକୁ ଦେଖି ସ୍ନେକ୍ ହେଲ୍ପ ଲାଇନ୍‌କୁ ଖବର ଦେଇଥିଲେ । ସ୍ନେକ୍ ହେଲ୍ପ ଲାଇନ୍‌ର ସଦସ୍ୟମାନେ ସେଠାରେ ପହଞ୍ଚି ସାପଟିକୁ ଧରିବା ସହ ଅଜଗର ପେଟରୁ କୁକୁଡାଟିକୁ ବାହାର କରିଥିଲେ । ପରେ ୯ ଫୁଟ ଲମ୍ବର ଏହି ଅଜଗରକୁ ନେଇ ଜଙ୍ଗଲ ଭିତରେ ଛାଡ଼ି ଦେଇଛନ୍ତି ସ୍ନେକ୍ ହେଲ୍ପ ଲାଇନର ସଦସ୍ୟ ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.