ଭୀମସାରରେ ପୁଣି କାୟା ମେଲାଇଲା କରୋନା : ୯ ଡାକ୍ତର ସଂକ୍ରମିତ, ମେଡିସିନ ଓପିଡି ବନ୍ଦ

Published By : Prameya-News7 Bureau | August 04, 2020 IST

ସମ୍ବଲପୁର ୪।୮: ପୁଣି ଭୀମସାରରେ ପଶିଲା କରୋନା । କରୋନା ପଜିଟିଭ୍ ଚିହ୍ନଟ ହେଲେ ୯ ଜଣ କରୋନା ଯୋଦ୍ଧା । ମେଡିସିନ ବିଭାଗରେ ୯ ଜଣ ଡାକ୍ତର କରୋନା ପଜିଟିଭି ଚିହ୍ନଟ ହୋଇଛନ୍ତି । ଯାହା କର୍ତ୍ତୃପକ୍ଷଙ୍କ ଚିନ୍ତା ବଢାଇଛି ।

ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ଭୀମସାର କର୍ତ୍ତୃପକ୍ଷ ମେଡିସିନ ବିଭାଗ ଓପିଡିକୁ ବନ୍ଦ କରିଛନ୍ତି । ଭୀମସାର ନିର୍ଦ୍ଦେଶକ ଡାକ୍ତର ଲଳିତ ମେହେର ଏହି ସୂଚନା ଦେଇଛନ୍ତି । ତେବେ ପଜିଟିଭ୍ ଚିହ୍ନଟ ହୋଇଥିବା ଡାକ୍ତରମାନଙ୍କୁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବା ସହ ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.