Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତୁର୍କୀରେ ବଡ ଧରଣର ଭୂକମ୍ପ ପରେ ସୁନାମି: ପ୍ରକୃତି ରଚିଲା ତାଣ୍ଡବଲୀଳା, ୬ ମୃତ, ୨୦୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ବିଜେପିକୁ ତିର୍ତ୍ତୋଲବାସୀ ନିଶ୍ଚୟ ଜିତାଇବେ ଏବଂ ପ୍ରଧାନମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବେ- ଧର୍ମେନ୍ଦ୍ର
  • ||
  • PL 2020: ଗର୍ଜିଲା କ୍ରିସ୍ ଗେଲଙ୍କ ବ୍ୟାଟ୍, ରାଜସ୍ଥାନ ସମ୍ମୁଖରେ ୧୮୬ ରନର ବିଜୟ ଲକ୍ଷ୍ୟ ରଖିଲା କିଙ୍ଗ୍ସ ଏକାଦଶ ପଞ୍ଜାବ
  • ||
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||

ପଙ୍ଗପାଳ ଚିନ୍ତା : ହାଇ ରିସ୍କ ଜୋନ୍‌ରେ ରାଜ୍ୟର ୯ଜିଲ୍ଲା, ମନ୍ତ୍ରୀ କହିଲେ ଗୁଜବରେ କରନ୍ତୁନାହିଁ ବିଶ୍ବାସ

4/06/2020 at 11:58 AM

ଭୁବନେଶ୍ବର ୪।୬: ପଙ୍ଗପାଳକୁ ନେଇ କୌଣସି ଗୁଜବରେ ବିଶ୍ବାସ ନକରିବାକୁ କୃଷିମନ୍ତ୍ରୀ ଅରୁଣ ସାହୁ କହିଛନ୍ତି । ତେବେ ପଙ୍ଗପାଳକୁ ନେଇ ରାଜ୍ୟକୁ ତିନୋଟି ଜୋନରେ ବିଭକ୍ତ କରାଯାଇଛି । ହାଇ ରିସ୍କ, ମଡରେଟ୍ ରିସ୍କ, ଲୋ ରିସ୍କ ଜୋନ୍ ରେ ବିଭକ୍ତ କରାଯାଇଛି । ହାଇ ଏବଂ ମଡରେଟ୍ ଜୋନରେ ୯ଟି ଲେଖାଏଁ ଜିଲ୍ଲା ରହିଛି । ବାକି ୧୨ଟି ଜିଲ୍ଲା ଲୋ ରିସ୍କ ଜୋନରେ ଅଛି । ସୀମାବର୍ତ୍ତୀ ଜିଲ୍ଲା ଗୁଡିକ ହାଇ ରିସ୍କ ରହିଛି ।

ବର୍ତ୍ତମାନ ପଙ୍ଗପାଳ ମଧ୍ୟପ୍ରଦେଶରେ ରହିଛିନ୍ତି । ଓଡିଶା ଆସିବ ମୌସୁମୀ ଉପରେ ନିର୍ଭର କରୁଛି । ଚାଷୀଙ୍କ ସହ କଥା ହେଉଛୁ । ଝଣ୍ଟିକାକୁ ଦେଖି ଗୁଜବ ଉପରେ ବିଶ୍ବାସ କରନ୍ତୁ ନାହିଁ । ଜିଲ୍ଲାପାଳଙ୍କ ଅଧୀନରେ କମିଟି ଗଠନ କରାଯାଇଛି। ସ୍ପ୍ରେ ଏବଂ ମେଡିସିନ ମହଜୁଦ ରଖାଯାଇଛି ବୋଲି କୃଷିମନ୍ତ୍ରୀ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ପାକିସ୍ତାନରୁ ଆସିଥିବା ପଙ୍ଗପାଳ ଏବେ ମଧ୍ୟପ୍ରଦେଶ ଏବଂ ଛତିଶଗଡରେ ଉପଦ୍ରବ ଚଳାଇଛନ୍ତି । ଓଡିଶା ସୀମାରୁ ପ୍ରାୟ ୫ଶହ କିଲୋମିଟର ଦୂରରେ ରହିଛନ୍ତି । ଜୁନ୍ ଏବଂ ଜୁଲାଇରେ ପଙ୍ଗପାଳ ଆକ୍ରମଣ ଆଶଙ୍କା ରହିଛି । ନବରଙ୍ଗପୁର, କଳାହାଣ୍ଡି, ନୂଆପଡା, ମାଲକାନଗିରି, କୋରାପୁଟ, ରାୟଗଡା, ଝାରସୁଗୁଡା ଏବଂ ବରଗଡ ଜିଲ୍ଲାରେ ପଙ୍ଗପାଳ ଅଧିକ କ୍ଷତି କରିପାରନ୍ତି । ପଙ୍ଗପାଳ ଓଡିଶାକୁ କେଉଁ ମୁହୂର୍ତ୍ତରେ ବି ପ୍ରବେଶ କରିପାରନ୍ତି । ଏହାକୁ ଦୃଷ୍ଟିରେ ରଖି କୀଟନାଶକ, ସିଞ୍ଚନ ଯନ୍ତ୍ର ସହ କୃଷି ଓ ଅଗ୍ନିଶମ ବିଭାଗ ପ୍ରସ୍ତୁତ ରହିଛି ।

   Related Posts