Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରାଜ୍ୟର ୯ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ : ତାଳଚେରରେ ସର୍ବୋଚ୍ଚ ୪୩.୧ ଡିଗ୍ରୀ

13/04/2019 at 7:06 PM

ଭୁବନେଶ୍ୱର ୧୩/୪ : ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି | ଆଜି ରାଜ୍ୟର ୯ଟି ସହର ୪୦ ଡିଗ୍ରୀ ଉପରେ ରହିଥିଲା | ତାଳଚେରରେ ସର୍ବାଧିକ ୪୩.୧ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ଟିଟିଲାଗଡ଼ରେ ୪୩ ଡିଗ୍ରୀ, ଭବାନୀପାଟଣାରେ ୪୨.୫ ଡିଗ୍ରୀ, ଅନୁଗୁଳରେ ୪୨.୭ ଡିଗ୍ରୀ, ବଲାଙ୍ଗୀରରେ ୪୨ ଡିଗ୍ରୀ, ସୋନପୁରରେ ୪୦.୮ ଡିଗ୍ରୀ, କଟକ ୩୮.୬ ଡିଗ୍ରୀ ରହିଥିଲା | ରାଜଧାନୀ ଭୁବନେଶ୍ୱରରେ ଆଜି ତାପମାତ୍ରା ୩୯.୫ ଡିଗ୍ରୀ ରହିଥିଲା | ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ତାପମାତ୍ରା ଆହୁରି ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି |


ସେହିପରି ଆଗାମୀ ୨ ଦିନ ଭିତରେ ରାଜ୍ୟରେ କାଳବୈଶାଖୀ ସମ୍ଭାବନା ନଥିବା ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ | ପ୍ରଚଣ୍ଡ ରୋୖଦ୍ରତାପକୁ ଆଖି ଆଗରେ ରଖି ସରକାର ସମସ୍ତ ସ୍କୁଲକୁ ସକାଳୁଆ କରିଥିବା ବେଳେ ଦିନ ୧୧ଟା ପରେ ନିର୍ମାଣ ଶ୍ରମିକମାନେ କାମ କରିବା ଉପରେ କଟକଣା ଜାରି କରିଛନ୍ତି |

   Related Posts