ଉତ୍ତରପୂର୍ବ ରାଜ୍ୟ ମଣିପୁରରେ ଭୂସ୍ଖଳନ ଯୋଗୁ ୯ ଜଣ ମୃତ୍ୟୁ। ପ୍ରବଳ ବର୍ଷା ଯୋଗୁ ମାଟି ଧସିବାରୁ ୭ ଜଣ ଆହତ ହୋଇଛନ୍ତି। ସେମାନଙ୍କର ତାମେଙ୍ଗଲଙ୍ଗ ଜିଲ୍ଲା ଡାକ୍ତରାଖାନାରେ ଚିକିତ୍ସା କରାଯାଇଛି । ଭୁସ୍ଖଳନ ଯୋଗୁ ନିଖୋଜ ହୋଇଥିବା ୯ ଜଣଙ୍କ ମଧ୍ୟରୁ ୭ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି। ନିଖୋଜ ଥିବା ବାକି ଦୁଇଜଣଙ୍କୁ ଉଦ୍ଧାର ପାଇଁ ଯୁଦ୍ଧାକାଳୀନ ଭିତ୍ତିରେ ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି ସୁରକ୍ଷାକର୍ମୀ।