ବାଣ କାରଖାନାରେ ପୂଜା ବେଳେ ଭୟଙ୍କର ବିସ୍ଫୋରଣ, ମାଲିକାଣୀଙ୍କ ସହ ୯ ମହିଳାଙ୍କ ମୃତ୍ୟୁ

Published By : Prameya-News7 Bureau | September 04, 2020 IST

ଚେନ୍ନାଇ ୦୪/୦୯: ତାମିଲନାଡୁର ନେଭେଲିରେ ଘଟିଥିବା ବଡ଼ ବିସ୍ଫୋରଣକୁ ମାସେ ନପୂରୁଣୁ ଶୁକ୍ରବାର ଦିନ କୋଡ୍ଡାଲୋର ଜିଲ୍ଲାରେ ଏକ ବାଣ କାରଖାନାରେ ବିସ୍ଫୋରଣ ଘଟି ପ୍ରାୟ ୯ ଜଣ ମହିଳାଙ୍କ ଜୀବନ ଯାଇଥିବା ବେଳେ ଅନେକ ଗୁରୁତର ହୋଇଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ କାରଖାନାର ମାଲିକାଣୀ ଗାନ୍ଧୀମତି ଓ ତାଙ୍କ ଝିଅଙ୍କ ସମେତ ଅନ୍ୟ ୧୩ ଜଣ ଦିପାବଳୀ ପାଇଁ ବାଣ କାରଖାନାରେ କାର୍ଯ୍ୟ ଆରମ୍ଭ କରିବାକୁ ଯାଇଥିଲେ । କାର୍ଯ୍ୟ ଆରମ୍ଭ ପୂର୍ବରୁ ସମସ୍ତେ ପୂଜା କରିବାକୁ ବସିଥିଲେ । ଏହି ସମୟରେ ପୂର୍ବରୁ ରହିଯାଇଥିବା ବାଣରେ ନିଆଁ ଲାଗିଯାଇଥିଲା ।

ତେଣୁ ହଠାତ ସେଠାରେ ବିସ୍ଫୋରଣ ଘଟିଥିଲା । ଘଟଣାସ୍ଥଳରେ ମାଲିକାଣୀଙ୍କ ସମେତ ଅନ୍ୟ ୪ ମହିଳାଙ୍କ ମୃତ୍ୟୁ ହୋଇଥିଲ। । ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ହସ୍ପିଟାଲରେ ପହଞ୍ଚାଇଥିଲେ । ଯେଉଁଠାରେ ଅନ୍ୟ ୪ ମହିଳାଙ୍କ ଜୀବନ ଯାଇଥିବା ଜଣାପଡ଼ିଛି । ସେପଟେ ପୋଲିସ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.