Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଦୁଇ ମହଲା କୋଠାରେ ଧକ୍କା ହୋଇ ଜଳିଗଲା ବିମାନ : ୧୪ ଜଣଙ୍କ ମୃତ୍ୟୁ, ଥିଲେ ୧୦୦

27/12/2019 at 9:09 AM

ନୁରସୁଲତାନ ୨୭।୧୨: କାଜାକସ୍ତାନ ଅଲମାଟୀରେ ବିମାନ ଦୁର୍ଘଟଣା ହୋଇଛି । ବିମାନଟି ଉଡ଼ାଣ ଭରିବାର କିଛି ସମୟ ମଧ୍ୟରେ ହିଁ ଦୁର୍ଘଟଣାଗସ୍ତ ହୋଇଛି । ବିମାନଟି ଦୁଇ ମହଲା ବିଶିଷ୍ଟ ଏକ କୋଠାରେ ଧକ୍କା ହୋଇ ବିମାନଟି ଜଳିଯାଇଥିବା ଜଣାପଡିଛି ।

Emergency and security personnel are seen at the site of the plane crash near Almaty, Kazakhstan, December 27, 2019. REUTERS/Pavel Mikheyev

ଦୁର୍ଘଟଣାରେ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣାଗ୍ରସ୍ତ ବିମାନଟି ବେକ୍ ଏୟାରଲାଇନ୍ସର ବୋଲି ଜଣାପଡିଛି । ଦୁର୍ଘଟଣାଗ୍ରସ୍ତ ବିମାନଟିରେ ୯୫ ଜଣ ଯାତ୍ରୀ ଓ ୫ ଜଣ ବିମାନ କର୍ମଚାରୀ ଥିଲେ । ବିମାନଟି ଅଲମାଟୀ ସହରରୁ ରାଜଧାନୀ ନୁରସୁଲତାନ ଯିବା ପାଇଁ ଉଡାଣ ଭରିଥିଲା ।

   Related Posts