Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାର ୯ ଦିନ ପରେ ବି ସିମାଞ୍ଚଳଙ୍କର ମିଳୁନି ପତ୍ତା: ମାଂସ ପିଣ୍ଡୁଳାର ହୋଇଛି ଡିଏନଏ ଟେଷ୍ଟ, ଦଶକର୍ମ ପାଇଁ ପୁଅର ଖଣ୍ଡେ ଅସ୍ତି ମାଗୁଛନ୍ତି ମା’

15/10/2020 at 6:58 PM

ଭୁବନେଶ୍ୱର ୧୫/୧୦ : ଭୁବନେଶ୍ବର ରାଜଭବନ ନିକଟ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାକୁ ୯ ଦିନ ପୁରିଲାଣି । କିନ୍ତୁ ଏବେ ବି ସିମାଞ୍ଚଳଙ୍କର ପତ୍ତା ପାଉନି ପୋଲିସ। ପେଟ୍ରୋଲ ପମ୍ପରୁ ଜବତ ମାଂସ ପିଣ୍ଡୁଳାର ଡିଏନଏ ଟେଷ୍ଟ କରାଯାଇଛି। ଏଥିପାଇଁ ସୀମାଞ୍ଚଳଙ୍କ ପରିବାର ଲୋକେ ଆଜି ଭୁବନେଶ୍ବର ଆସିଥିବା ବେଳେ କ୍ୟାପିଟାଲ ହସ୍ପିଟାଲରେ ସେମାନଙ୍କର ରକ୍ତନମୁନା ସଂଗ୍ରହ କରାଯାଇଛି।

ଶୁକ୍ରବାର ମୋ ପୁଅର ଦଶ । ଦଶକର୍ମ କରିବାକୁ ମୋ ପୁଅର ଖଣ୍ଡେ ଅସ୍ତି ମୋତେ ଦିଅ। ଏ ଥିଲା ଜଣେ ବୁଢୀ ମାର  ଆକୁଳ ନିବେଦନ। ୭୦ ବର୍ଷର ବୁଢାବୁଢି ଏବେ ଗଞ୍ଜାମରୁ ଆସିଛନ୍ତି ଭୁବନେଶ୍ବର କ୍ୟାପିଟାଲ ହସପିଟାଲରେ। ପୁଅର ମ଼ତ୍ୟୁ ଏଯାଏଁ ସ୍ପଷ୍ଟ ହେଲାନି। ଡିଏନଏ ଟେଷ୍ଟ ପାଇଁ ରକ୍ତ ନମୁନା ଦେବାକୁ ଏମାନେ ଭୁବନେଶ୍ବର ଆସିଛନ୍ତି। ବାପା ମା ଙ୍କର ଗୋଟିଏ ବୋଲି ପୁଅ ଥିଲେ ସୀମାଞ୍ଚଳ। ବୁଢାବୁଢି ଆଶା କରିଥିଲେ ପୁଅର କାନ୍ଧରେ ମଶାଣିକୁ ଯିବେ। ହେଲେ ଦଇବ ତା ଆଗରୁ ପୁଅକୁ ନେଇଗଲା। ଏବେ ଘରେ ପୁଅର ବିଧବା ପତ୍ନୀ ଓ ନ ବର୍ଷର ପୁଅ ଏବଂ ପାଞ୍ଚ ବର୍ଷର ଝିଅ।

ସେପଟେ ପେଟ୍ରୋଲ ପମ୍ପ ଗ୍ୟାସ ଦୁର୍ଘଟଣା ପରେ ଘଟଣା ସ୍ଥଳରୁ ମିଳିଥିବା ମାଂସଖଣ୍ଡର ପୋଷ୍ଟମର୍ଟମ କରାଯାଇଛି। ଏଥିରୁ କିଛି ରକ୍ତ ନମୁନା ସହିତ ମାଂସଖଣ୍ଡ ଫୋରେନସିକ ଲାବକୁ ପରୀକ୍ଷା ପାଇଁ ପଠାଯିବ। ଏହା ସହିତ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପରିବାର ଲୋକଙ୍କ ଡିଏନଏ ଟେଷ୍ଟ କରାଯିବ। ଯାହା ଫଳରେ ସୀମାଞ୍ଚଳର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହେବ । ଏହି ପ୍ରକ୍ରୀୟା ସରିବାକୁ ଆହୁରି ୧୫ ଦିନ ଲାଗିବ ବୋଲି କହିଛନ୍ତି କ୍ୟାପିଟାଲ ହସପିଟାଲର ନିର୍ଦ୍ଦେଶକ।

ତେବେ କଣ ସୀମାଞ୍ଚଳର ଦଶପାଇଁ ପରିବାର ଲୋକେ ଅସ୍ତି ଟିକିଏ ପାଇବେ ନାହିଁ। ଆଉ ମୃତ୍ୟୁ ବାବଦରେ ସ୍ପଷ୍ଟ ହେବା ପାଇଁ  ପରିବାରକୁ ଆହୁରି ୧୫ ଦିନ ଅପେକ୍ଷା କରିବାକୁ ପଡିବ।

   Related Posts