Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଫନି ଯିବାର ୯ ଦିନ ବିତିଯାଇଥିଲେ ମଧ୍ୟ ସ୍ବାଭାବିକ ହୋଇପାରୁନି ଲୋକଙ୍କ ଅବସ୍ଥା : ପ୍ରତିବାଦରେ ଜାତୀୟ ରାଜପଥ ଅବରୋଧ କଲେ ତମାଣ୍ଡୋବାସୀ

12/05/2019 at 6:06 PM

ଭୁବନେଶ୍ୱର ୧୨/୫ : ଯିବାର ୯ ଦିନ ବିତିଲାଣି, ହେଲେ ଲୋକଙ୍କ ଅବସ୍ଥା ସ୍ବାଭାବିକ ହୋଇପାରୁନି । ଖୋଦ୍ ରାଜଧାନୀ ଭୁବନେଶ୍ବରର ଅନେକ ଅଞ୍ଚଳକୁ ଏଯାଏଁ ବିଦ୍ୟୁତ୍ ସଂଯୋଗ ହୋଇପାରିଲାନି । ପ୍ରତିବାଦରେ ଆଜି ତମାଣ୍ଡୋବାସୀ ଜାତୀୟ ରାଜପଥ ଅବରୋଧ କରିଥିଲେ । ସେହିପରି ତୁରନ୍ତ ବିଜୁଳି ସଂଯୋଗ ଦାବି ଜଗତସିଂହପୁର ଡିହସାହି ବଜାର ନିକଟରେ ମଧ୍ୟ ସ୍ଥାନୀୟ ଲୋକେ ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ ।…  

ପାଣି ବିଜୁଳି ପାଇଁ ରାସ୍ତାରୋକ।  ଏ ହେଉଛି ଭୁବନେଶ୍ବର ଉପକଣ୍ଠ ତମାଣ୍ଡୋର ଦୃଶ୍ୟ ଆଉ ଏ ହେଉଛି ଜଗ୍‌ତିଂସିହପୁରର ଦୃଶ୍ୟ।  ବାତ୍ୟା ଫୋନିକୁ ୯ ଦିନ ବିତିଲା ହେଲେ ଘୁଞ୍ଚିଲାନି ଲୋକଙ୍କ ଦୁର୍ଦ୍ଦଶା । ବିଜୁଳି ନଥିବାରୁ ପାଣି ଉଠାଇପାରୁନାହାଁନ୍ତି ଲୋକେ, ଯାହା ଦୁର୍ଦ୍ଦଶାକୁ ଆହୁରି ବଢ଼ାଇ ଦେଉଛି ।

ପାଣି ଓ ବିଜୁଳି ପାଇଁ ଡହଳ ବିକଳ ହେବା ପରେ ଆଜି ଭୁବନେଶ୍ବର ଉପକଣ୍ଠ ତମାଣ୍ଡୋବାସୀ ଜାତୀୟ ରାଜପଥ ଅବରୋଧ କରିଥିଲେ। ଶହଶହ ପୁରୁଷ ଓ ମହିଳା ରାସ୍ତାରେ ବସି ରହିବା ସହ ଧାରଣା ଦେଇଥିଲେ।  ଏପରି କି ପୋଲିସ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ମଧ୍ୟ ହୋଇଥିଲା । ଶେଷରେ ପୋଲିସ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା।…

ଏପଟେ ଜଗତସିଂହପୁରରେ ମଧ୍ୟ ସମାନ ଅବସ୍ଥା। ବିଜୁଳି ନ ଆସିବାରୁ ଲୋକଙ୍କ ଅସନ୍ତୋଷ ଚରମରେ ପହଞ୍ଚିଛି । ତୁରନ୍ତ ବିଜୁଳି ସଂଯୋଗ ଦାବିରେ ଜଗତସିଂହପୁର ସଦର ନିକଟ କାଦୁଅପଡ଼ା ପଞ୍ଚାୟତବାସୀ ଏବଂ ଡିହସାହି ବଜାରର ବ୍ୟବସାୟୀମାନେ ୫୫ନଂ ଜାତୀୟ ରାଜପଥକୁ ଦୀର୍ଘ ସମୟ ଧରି ଅବରୋଧ କରିଥିଲେ। ଫଳରେ ରାସ୍ତାର ଉଭୟ ପାଖରେ ଯାନବାହନ ଦୀର୍ଘ ସମୟ ଧରି ଅଟକି ରହିଥିଲା ।…

ପ୍ରଚଣ୍ଡ ତାତି ସାଙ୍ଗକୁ ଗୁଳୁଗୁଳି । ଏତିକି ବେଳେ ବିଜୁଳି ନଥିବାରୁ ପାଣି ଆଉ ପବନ ପାଇଁ ଲୋକେ ହେଉଛନ୍ତି ଡହଳ ବିକଳ ।କେଉଁଠି ଲୋକେ ଭାଗ୍ୟକୁ ଆଦରି ପଡ଼ି ରହୁଛନ୍ତି ତ ଆଉ କେଉଁଠି ପ୍ରତିବାଦରେ ରାସ୍ତାକୁ ଓହ୍ଲାଉଛନ୍ତି ।…

   Related Posts