Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଶ୍ଵସ୍ତି: କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୮୦୯ ସଂକ୍ରମିତ
  • ||
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||
  • ନୂଆପଡା : ମେଡିକାଲରେ ଚାକିରୀ ଦେବାକୁ କହି ଠକୁଥିଲା ଯୁବକ, ଗିରଫ କଲା ପୋଲିସ
  • ||
  • ସମ୍ବଲପୁର : ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ
  • ||
  • ଗଞ୍ଜାମ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଜେପି ଓ କଂଗ୍ରେସ ପକ୍ଷରୁ ଏତଲା
  • ||
  • ପୁରୀ : ଅନଲାଇନରେ ନିର୍ମାଲ୍ୟ ବିକ୍ରି କରିବା ନେଇ ସିଂହଦ୍ବାର ଥାନାରେ ଆମାଜନ ଇଣ୍ଡିଆ ବିରୋଧରେ ସେବାୟତଙ୍କ ଏତଲା
  • ||

ଦିଲ୍ଲୀରେ CRPFର ୯ ଯବାନ କରୋନା ପଜିଟିଭ

25/04/2020 at 8:21 AM

ନୂଆଦିଲ୍ଲୀ ୨୫।୪: ଚୀନ୍‌ର ଉହାନ ସହରରୁ ଉତ୍ପନ୍ନ ହୋଇଥିବା କରୋନା ଭାଇରସ୍ ଭାରତ ସମେତ ସମଗ୍ର ବିଶ୍ବରେ ହଇଚଇ ସୃଷ୍ଟି କରିଛି । କରୋନା ଭାଇରସ୍ ବିସ୍ତାରକୁ ରୋକିବା ପାଇଁ ମୋଦି ସରକାର ଦେଶବ୍ୟାପୀ ଲକ୍ ଡାଉନ୍ ଘୋଷଣା କରଛନ୍ତି । ଏହା ସତ୍ତ୍ବେ କରୋନା ଭାଇରସ୍ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଏହି ବିଶ୍ବ ମହାମାରୀର ମୁକାବିଲା ପାଇଁ ସୁରକ୍ଷା କର୍ମୀମାନେ ଆଗେଇ ଆସିଛନ୍ତି । ହେଲେ ସେମାନେ ମଧ୍ୟ ଏହି ମହାମାରୀର ଶିକାର ହେଉଥିବା ଦେଖିବାକୁ ମିଳୁଛି ।

ଦିଲ୍ଲୀରେ CRPFର ୯ଜଣ ଯବାନ କରୋନା ପଜିଟିଭ୍ ଥିବା ଜଣାପଡିଛି । ଏହି ଯବାନମାନେ CRPFର ୩୧ ବାଟାଲିୟନର ଅଟନ୍ତି । ସେମାନଙ୍କୁ ପୂର୍ବରୁ ହିଁ କ୍ବାରେଣ୍ଟାଇନ୍ କରାଯାଇଥିଲା । ପୂର୍ବରୁ ଜଣେ CRPF ଯବାନ କରୋନା ପଜିଟିଭ୍ ଚିହ୍ନଟ ହେବାପରେ ଏମାନଙ୍କୁ କ୍ବାରେଣ୍ଟାଇନ୍ କରାଯାଇଥିଲା । ଏହି ୯ଜଣଙ୍କର କରୋନା ପରୀକ୍ଷା କରାଯାଇଥିଲା । ବର୍ତ୍ତମାନ ଏମାନଙ୍କର ରିପୋର୍ଟ ମଧ୍ୟ କରୋନା ପଜିଟିଭ୍ ଥିବା ଜଣାପଡିଛି ।

ଏହି ଯବାନମାନେ ନୋଏଡାଠାରେ ରହିଥିଲେ । ସେହି ସମୟରେ ସେମାନେ କରୋନା ଭାଇରସ୍ ସଂକ୍ରମିତ ହୋଇଛନ୍ତି । ଏଥି ସହିତ ସମଗ୍ର ଭାରତରେ କରୋନା ଭାଇରସ୍ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଲକ୍ ଡାଉନ୍ ମଧ୍ୟ କରୋନା ରୋଗୀଙ୍କ ସଂଖ୍ୟା କମାଇବାରେ ସଫଳ ହୋଇନାହିଁ ।

ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ ପ୍ରାୟ ୨୪,୫୦୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ୭୭୫ ଜଣଙ୍କର ମୃତ୍ୟୁ ଘଟିଛି । ଏହା ବ୍ୟତୀତ ପ୍ରାୟ ୫,୦୬୩ ଜଣ ସୁସ୍ଥ ହୋଇଛନ୍ତି । ସେହିଭଳି ସାରା ବିଶ୍ବରେ କରୋନା ଭାଇରସ୍ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ପ୍ରାୟ ୨୭,୯୦,୯୮୬ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧,୯୫,୯୨୦ ଜଣଙ୍କର ମୃତ୍ୟୁ ଘଟିଛି । ପ୍ରାୟ ୭,୮୧,୩୮୨ ଜଣ ଏହି ମହାମାରୀ କବଳରୁ ସୁସ୍ଥ ହୋଇଛନ୍ତି ।

   Related Posts