ଲମ୍ବା ସମୟଧରି ରାଜ୍ୟର ଶାସନ ଭାର ସମ୍ଭାଳିଥିବା ଏହି ୯ ଜଣ ମୁଖ୍ୟମନ୍ତ୍ରୀ…

Published By : Prameya-News7 Bureau | December 01, 2019 IST

ନୂଆଦିଲ୍ଲୀ୧/୧୨: ଦେଶର ଶାସନ ଭାର ପ୍ରଧାନମନ୍ତ୍ରୀଙ୍କ କାନ୍ଧରେ ନ୍ୟସ୍ତ କରିଥାଏ। ସେହିପରି ରାଜ୍ୟରେ ମୁଖ୍ୟମନ୍ତ୍ରୀ ଶାସନ ଭାର ତୁଲାଇ ଥାଆନ୍ତି। ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକାଳ ସମୟ ୫  ବର୍ଷ ରହିଥାଏ।  ହେଲେ ଦେଶରେ ଏମିତି ୯ ଜଣ ମୁଖ୍ୟମନ୍ତ୍ରୀ ଅଛନ୍ତି ଯେଉଁମାନେ ଲମ୍ବା ସମୟଧରି ରାଜ୍ୟର ଶାସନ ଭାର ତୁଲାଇଛନ୍ତି।

{"id":192625,"sizeSlug":"large"}

ପଓ୍ବନ କୁମାର ଚାମଲିଙ୍ଗ୍‌- ଭାରତର ସିକ୍କିମ୍ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ହେଉଛନ୍ତି ପଓ୍ବନ କୁମାର ଚାମଲିଙ୍ଗ୍‌। ୧୯୯୪ ମସିହା ଡିସେମ୍ବର ୧୨ ତାରିଖରେ ପଓ୍ବନ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଗାଦିରେ ବସିଥିଲେ। ଦୀର୍ଘ ୨୪ ବର୍ଷଧରି ଚାମଲିଙ୍ଗ୍‌ ସିକ୍କିମ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଦାୟତ୍ବ ତୁଲାଇଥିଲେ।

{"id":192626,"sizeSlug":"large"}

ଜ୍ୟୋତି ବସୁ- ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଜ୍ୟୋତି ବସୁ। ୧୯୭୭ରୁ ୨୦୦୦ ମସିହା ପର୍ଯ୍ୟନ୍ତ ଜ୍ୟୋତି ବସୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ସମ୍ଭାଳିଥିଲେ। ୧୯୭୭ ମସିହାରେ ସେ ପ୍ରଥମଥର ଭାବେ ମୁଖ୍ୟମନ୍ତ୍ରୀ ଗାଦିରେ ବସିଥିଲେ। ସେ ଦୀର୍ଘ ୨୩ ବର୍ଷଧରି ପଶ୍ଚିମବଙ୍ଗର ଜନସାଧାରଣଙ୍କ ମନ ଜିଣିଥିଲେ।

{"id":192627,"sizeSlug":"large"}

ଗେଗୋଙ୍ଗ୍‌ ଅପାଙ୍ଗ୍- ୧୯୮୦ରୁ ୧୯୯୯ ମସିହା ପର୍ଯ୍ୟନ୍ତ ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଗେଗୋଙ୍ଗ ଦାୟିତ୍ବ ସମ୍ଭାଳିଥିଲେ। ଦୀର୍ଘ ୧୯ ବର୍ଷଧରି ଅରୁଣାଚଳ ପ୍ରଦେଶର ଶାସନ ଭାର ତାଙ୍କ କାନ୍ଧରେ ନ୍ୟସ୍ତ ଥିଲା।

{"id":192628,"sizeSlug":"large"}

ବୀରଭଦ୍ର ସିଂହ-  ହିମାଚଳ ପ୍ରଦେଶରେ ବୀରଭଦ୍ର ଚାରି ଚାରି ଥର ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି। ୨୦୧୭ ମସିହା ଡିସେମ୍ବର ମାସରେ ବିଜେପି ନେତା ଜୟ ରାମ ଠାକୁରଙ୍କ ପ୍ରସ୍ତାବିତ ପୂର୍ବରୁ ୧୯୮୩ରୁ ୧୯୯୦, ୧୯୯୩ରୁ୧୯୯୮, ୨୦୦୩ରୁ ୨୦୦୭ ଏବଂ ୨୦୧୨ରୁ ୨୦୧୭ ପର୍ଯ୍ୟନ୍ତ ବୀରଭଦ୍ର ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନିର୍ବାହ କରିଥିଲେ।

{"id":192629,"sizeSlug":"large"}

ମାନିକ ସରକାର- ୧୯୯୮ରୁ ୨୦୧୮ ମସିହା ପର୍ଯ୍ୟନ୍ତ ମାନିକ ତ୍ରୀପୁରାର ମୁଖ୍ୟମନ୍ତ୍ରୀ ଗାଦିରେ ବସିଥିଲେ। ଦୀର୍ଘ ୧୯ ବର୍ଷଧରି ତ୍ରୀପୁରାର ଶାସନ ଭାର ମାନିକ ନିର୍ବାହ କରିଥିଲେ।

{"id":192630,"sizeSlug":"large"}

ନବୀନ ପଟ୍ଟନାୟକ- ଦୀର୍ଘ ୧୯ ବର୍ଷଧରି ନବୀନ ପଟ୍ଟନାୟକ ଓଡ଼ିଶାରେ ଶାସନ ଭାର ସମ୍ଭାଳିଛନ୍ତି। ୨୦୦୦ ମସିହାରେ ନବୀନ ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ସେବେଠୁ ବର୍ତ୍ତମାନ ପର୍ଯ୍ୟନ୍ତ ବିଜେଡି ଦଳର ମୁଖିଆ ନବୀନ ପଟ୍ଟନାୟକ ଓଡ଼ିଶାର ଶାସନ ଭାର ସମ୍ଭାଳୁଛନ୍ତି। ଗତ ନିର୍ବାଚନରେ ବହୁମତ ସମର୍ଥନରେ ନବୀନ ପଟ୍ଟନାୟକ ପୂର୍ନବାର ମୁଖ୍ୟମନ୍ତ୍ରୀ ଗାଦିରେ ବସିଛନ୍ତି।

{"id":192631,"sizeSlug":"large"}

ଏମ୍‌. କରୁଣାନିଧି-  ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍.କରୁଣାନିଧି ଏକାଧାରାରେ ଜଣେ ଲେଖକ ଓ ରାଜନେତା ଥିଲେ। ଦୀର୍ଘ ୧୮ ବର୍ଷଧରି ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ ଭାବେ କରୁଣାନିଧି ନିଜର ଦବଦବା ଜାହିର କରିଥିଲେ। ୨୦୧୮ ମସିହା ଅଗଷ୍ଟ ୭ ତାରିଖରେ ଏମ୍. କରୁଣାନିଧି ସବୁଦିନ ପାଇଁ ଆଖି ବୁଜି ଦେଇଥିଲେ।

{"id":192634,"sizeSlug":"large"}

ୟାଶବନ୍ତ ସିଂହ ପରମାର-  ହିମାଚଳ ପ୍ରଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ହେଉଛନ୍ତି ୟଶବନ୍ତ ସିଂହ। ଦୀର୍ଘ ୧୮ ବର୍ଷଧରି ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନିର୍ବାହ କରିଥିଲେ। ୧୯୮୧ ମସିହା ମେ ୨ ତାରିଖରେ ତାଙ୍କ ମୃତ୍ୟୁ ହୋଇଥିଲା।

{"id":192633,"sizeSlug":"large"}

ପ୍ରକାଶ ସିଂହ ବାଦଲ-  ଦୀର୍ଘ ୧୭ ବର୍ଷଧରି ପ୍ରକାଶ ସିଂହ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନିର୍ବାହ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.