ଅତୀତକୁ ମନେ ପକାଇ ଦେଲା ଅମ୍ଫାନ: ୧୯୬୪ ରୁ ୨୦୨୦ ମସିହା ମଧ୍ୟରେ ହୋଇଥିବା ୯ଟି ପ୍ରଳୟଙ୍କରୀ ମହାବାତ୍ୟା

Published By : Prameya-News7 Bureau | May 19, 2020 IST

ଭୁବନେଶ୍ବର୧୯/୫: ୧୯୬୪-ମହାବାତ୍ୟାରେ ତାମିଲନାଡୁର ରାମେଶ୍ବରମ ନିକଟସ୍ଥ ଧନୁଶକୋଡି ଗାଁ ମାଟିରେ ମିଶିଯାଇଥିଲା। ମହାବାତ୍ୟାରେ ପ୍ରାୟ ୧୮୦୦ ଲୋକଙ୍କ ମୃତ୍ୟୁ ହୋଇଥିଲା। ଆଜି ବି ଏହି ଗାଁ ଭୂତ ଗାଁ ହୋଇ ରହିଛି।

୧୯୭୭- ଆନ୍ଧ୍ରପ୍ରଦେଶର ବିଜୟୱାଡା ନିକଟ ଦେବୀସୀମା ଦ୍ବୀପ ମହାବାତ୍ୟାରେ ଧରାଶାୟୀ ହୋଇଯାଇଥିଲା। ରାତିରେ ଶୋଇଥିହବା ଅବସ୍ଥାରେ ବାତ୍ୟା ଯୋଗୁଁ ପାଖାପାଖି ଦଶ ହଜାର ଲୋକ ମୃତ୍ୟୁ ବରଣ କରିଥିଲେ।

୧୯୮୯- ଦକ୍ଷିଣ ଚୀନ ସାଗରରେ ସୃଷ୍ଟ ବାତ୍ୟା  ଗେ’ ବଙ୍ଗୋପସାଗର ମୁହାଁ ହୋଇ ଆନ୍ଧ୍ରପ୍ରଦେଶରେ ପିଟି ହୋଇଥିଲା। ଘଣ୍ଟା ପ୍ରତି ୩୨୦ କିମି ବେଗରେ ବହୁଥିବା ପବନରେ ଆନ୍ଧ୍ରପ୍ରଦେଶରେ ବ୍ୟାପକ କ୍ଷତି ହୋଇଥିଲା।

୧୯୯୦-ଆଉ ଏକ ମହାବାତ୍ୟାକୁ ସାମ୍ନା କରିଥିଲା ଆନ୍ଧ୍ରପ୍ରଦେଶ । ସମୁଦ୍ରକୂଳିଆ ଲୋକଙ୍କୁ ସ୍ଥାନାନ୍ତର କରାଯିବାରୁ ୫୦୦ ଲୋକଙ୍କ ଜୀବନ ଯାଇଥିଲା। ତେବେ ବାତ୍ୟା ବ୍ୟାପକମାତ୍ରାରେ ପଶୁ ସମ୍ପଦ ଓ ଫସଲର କ୍ଷତି ପହଞ୍ଚାଇଥିଲା।

୧୯୯୧- ବାଂଲାଦେଶ  ସାମ୍ନା କରିଥିଲା ସବୁଠୁ ଭୟଙ୍କର ମହାବାତ୍ୟା। ବାତ୍ୟାରେ ପାଖାପାଖି ଏକ ଲକ୍ଷ ୩୮ ହଜାର ଲୋକଙ୍କ ଜୀବନ ଯାଇଥିଲା।

୧୯୯୯-ଓଡିଶା ଉପକୂଳରେ ମାଡ ହୋଇଥିଲା ମହାବାତ୍ୟା। ଉତ୍ତର ଭାରତ ମହାସାଗରରେ ଆସିଥିବା ବାତ୍ୟାମାନଙ୍କ ମଧ୍ୟରୁ ଏହା ଥିଲା ସବୁଠୁ ଶକ୍ତିଶାଳୀ । ୧୫ ହଜାର ଲୋକଙ୍କ ଜୀବନ ଯାଇଥିଲା।

୨୦୦୭-ଆରବ ମହାସାଗରରେ ଆସିଥିଲା ପ୍ରଥମ ମହାବାତ୍ୟା  ‘ଗୋନୁ’।  ଓମାନ ମୁହାଁ ଏହି ବାତ୍ୟା ତାଣ୍ଡବ ରଚିଥିଲା।

୨୦୧୯- ଆରବ ସାଗରରେ ଆସିଥିବା ଦ୍ବିତାୟ ମହାବାତ୍ୟା ହେଉଛି କାୟର। ତେବେ ଏହା ସମୁଦ୍ର ଭିତରେ ହିଁ ସୀମିତ ରହିଯାଇଥିଲା। ସ୍ଥଳଭାଗକୁ ଛୁଇଁନଥିଲା। ଏହି ମହାବାତ୍ୟାଯୋଗୁ କୌଣସି ଧନଜୀବନ ହାନି ହୋଇନଥିଲା।

୨୦୨୦-ଏବେ ଓଡିଶାକୁ ମାଡି ଆସୁଛି ଆଉ ଏକ ମହାବାତ୍ୟା ଅମ୍ଫାନ। ଓଡିଶା, ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶରେ ଏହା ବ୍ୟାପକ କ୍ଷୟକ୍ଷତି କରିବା ନେଇ ଆଶଙ୍କା ଦେଖାଦେଇଛି.

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.