Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ହ୍ୟାକରଙ୍କ ଟାର୍ଗେଟରେ ଏଟିଏମ୍ : ଭଦ୍ରକ ଜିଲ୍ଲାର ସର୍ବାଧିକ ୯ଟି ଏଟିଏମ୍‌ ହ୍ୟାକ

24/02/2020 at 5:09 PM

ଭଦ୍ରକ ୨୪/୨: ଏଟିଏମ ହ୍ୟାକ କରି ବିନା ଏଟିଏମ୍‌ କାର୍ଡରେ ଟଙ୍କା ଉଠାଇ ନେଉଛନ୍ତି ହ୍ୟାକର । ଭଦ୍ରକ, ବାଲେଶ୍ବର, କେନ୍ଦୁଝରରେ ନିକଟରେ ଏକ କୋଟିରୁ ଅଧିକ ଟଙ୍କା ଲୁଟି ନେଲେଣି ।  ପୋଲିସରେ ମାମଲା ରୁଜୁ ହୋଇଛି, କିନ୍ତୁ ହ୍ୟାକରଙ୍କ ଏଯାଏ ପତ୍ତା ମିଳିନି । ତେବେ କେଉଁ ଫର୍ମୁଲା ଆପଣାଉଛନ୍ତି ହ୍ୟାକର, ଏଯାଏ କେଉଁ ଏଟିଏମ୍‌ ରୁ କେତେ ଟଙ୍କା ଗାଏବ ହେଲାଣି।

ଏଟିଏମ୍‌ ହ୍ୟାକ୍ କରି ବିନା କାର୍ଡରେ ଟଙ୍କା ଉଠାଇ ନେଉଛନ୍ତି ହ୍ୟାକର । ଭଦ୍ରକ, ବାଲେଶ୍ବର, କେନ୍ଦୁଝର ଜିଲ୍ଲାର ୧୩ଟି ଏଟିଏମ୍‌ ରୁ କୋଟିଏ ଟଙ୍କା ଲୁଟିଲେଣି ହ୍ୟାକର । ଭଦ୍ରକ ଜିଲ୍ଲାର ସର୍ବାଧିକ ୯ ଟି ଏଟିଏମ୍‌କୁ ହ୍ୟାକ କରାଯାଇଛି ।  କେବଳ ଧାମନଗର ଥାନା ଦୋବଲ ଇଣ୍ଡିକ୍ୟାସ ଏଟିଏମରୁ ୩ ଲକ୍ଷ ୬୦ ହଜାର, ଧାମନଗର ବଜାର ହିଟାଚି ଏଟିଏମରୁ ୧୦ ଲକ୍ଷ ୮୦ ହଜାର ଲୁଟ୍ ହୋଇଛି । ବାଲେଶ୍ବର ଜିଲ୍ଲାର ୩ ଟି ଏଟିଏମ୍‌ ରୁ ୧୦ ଲକ୍ଷ ୯୧ ହଜାର ଟଙ୍କାରୁ ଅଧିକ ଗାଏବ ହୋଇଛି ।  ଏଟିଏମ  ରକ୍ଷଣାବେକ୍ଷଣ ଦାୟିତ୍ବରେ ଥିବା TCPSL ପକ୍ଷରୁ ବିଭିନ୍ନ ଥାନାରେ ଏତଲା ଦିଆଯାଇଛି।

କେମିତି ଏଟିଏମ୍ ହ୍ୟାକ କରୁଛନ୍ତି ହ୍ୟାକର ?  କେଉଁ ସବୁ ଏଟିଏମ୍‌କୁ ଟାର୍ଗେଟ କରୁଛନ୍ତି ?  ହ୍ୟାକର ସାଧାରଣତଃ ନିଛାଟିଆ ଅଞ୍ଚଳରେ ଥିବା ଏଟିଏମ ଗୁଡିକୁ ଟାର୍ଗେଟ କରୁଛନ୍ତି ।  ଏଟିଏମ ମେସିନର ଚାବି ଖୋଲି ଚିପ୍ ଲଗାଇ ଟଙ୍କା ଉଠାଇ ନେଉଛନ୍ତି । ପ୍ରଥମେ ମାଲୱାୟାର ଭାଇରସ ବ୍ୟବହାର କରି ଏଟିଏମ  ସିକ୍ୟୁରିଟି ସିଷ୍ଟମକୁ ଅଚଳ କରିଦେଉଛନ୍ତି ହ୍ୟାକର ।  ଫଳରେ ବିନା କାର୍ଡରେ ଏଟିଏମ୍‌ରୁ ବାହାରି ପାରୁଛି ଟଙ୍କା । ୩ ଜଣ ଅଣ ଓଡ଼ିଆ ଏଥିରେ ସଂପୃକ୍ତ ଥିବା ଜଣାପଡିଛି।

ସାଇବର ସେଲ୍ ତୁରନ୍ତ ତଦନ୍ତ କରି ଏହି ଅଣ ଓଡ଼ିଆ ହ୍ୟାକରଙ୍କୁ ଠାବ କରିବା ଜରୁରୀ ହୋଇପଡିଛି । ନଚେତ ଅନ୍ୟ ଜିଲ୍ଲାରେ ଏମାନେ ହ୍ୟାକ୍ କରିବାକୁ ପଛାଇବେ ନାହିଁ ।

   Related Posts