ଭଦ୍ରକ: ପୋଲିସ୍ ଏବଂ ବ୍ଲକ କର୍ମଚାରୀଙ୍କୁ ମାଡ ଘଟଣାରେ ୯ ଗିରଫ

Published By : Prameya-News7 Bureau | October 29, 2020 IST

ଭଦ୍ରକ୨୯/୧୦: ପୋଲିସ ଓ ବ୍ଲକ କର୍ମଚାରୀଙ୍କୁ ମାଡ଼ ଘଟଣାରେ ୯ ଜଣଙ୍କୁ କରି କୋର୍ଟ ଚାଲାଣ କଲା ପୋଲିସ୍। ମହିଳା ମହାସଂଘର ସଭାନେତ୍ରୀ ଓ ସମ୍ପାଦକଙ୍କୁ ବହିଷ୍କାର ବିରୋଧ ସହ ବନ୍ତ ବ୍ଲକ କାର୍ଯ୍ୟାଳୟରେ ଭଙ୍ଗାରୁଜା କରାଯାଇଥିଲା। ଏପରି କି ପୋଲିସ୍ ଏବଂ ବ୍ଲକ କର୍ମଚାରୀଙ୍କୁ ମାଡ ମରାଯାଇଥିବା ଅଭିଯୋଗ ହୋଇଥିଲା।

ଏହି ଆକ୍ରମଣରେ ୨ ପୋଲିସ୍ ଏବଂ ୨ ବ୍ଲକ କର୍ମଚାରୀ ଆହାତ ହୋଇଥିଲେ। ଏନେଇ ଆକ୍ରମଣକାରୀଙ୍କ ବିରୋଧରେ ଥାନାରେ ଏତଲା ଦିଆଯାଇଥିଲା। ଏହି ଘଟଣାରେ ଗୁରୁବାର ୯ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ୍।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.