ଜଙ୍ଗଲରେ ଚରୁଥିବା ବେଳେ ହେଲା ବଜ୍ରପାତ, ଚାଲିଗଲା ୯ ଗୋରୁଗାଈଙ୍କ ଜୀବନ

Published By : Prameya-News7 Bureau | September 19, 2021 IST

ରାଇରଙ୍ଗପୁର, ୧୯/୦୯: ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିଥିବା ବେଳେ ଆଜି ଅପରାହ୍ନରେ ବଜ୍ରାଘାତରେ ୬ ବଳଦ ଓ ୩ ଗାଈର ଜୀବନ ଚାଲିଯାଇଛି । ଏପରି ଦୁଃଖଦ ଘଟଣା ଘଟିଛି ଗୋରୁମହିଷାଣି ଥାନା ଚଢେଇ ପାହାଡ଼ି ଗ୍ରାମ ପଞ୍ଚାୟତର ରଙ୍ଗାମାଟିଆ ଗ୍ରାମ ନିକଟ ଜଙ୍ଗଲରେ। ଜଙ୍ଗଲକୁ ଚରିବାକୁ ଯାଇଥିବା ବେଳେ ବର୍ଷା ସହିତ ଅଚାନକ ବଜ୍ରାଘାତ ହୋଇଥିଲା।

ଫଳରେ ଗାଈ ଏବଂ ବଳଦଗୁଡ଼ିକ ପାଖାପାଖି ଚରୁଥିବା ଅବସ୍ଥାରେ ସେମାନଙ୍କର ମୃତ୍ୟୁ ହୋଇଛି । ଏକାଥରେ ଏତେ ଗୁଡ଼ିଏ ଗାଈଗୋରୁଙ୍କ ମୃତ୍ୟୁରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ମୃତ ଗାଈଗୋରୁଙ୍କ ମଧ୍ୟରୁ ନିବାଇ ମାର୍ଣ୍ଡିଙ୍କ ୩ଟି, ସରକାର ମାର୍ଣ୍ଡିଙ୍କ ୪ଟି, ରାମ ମାରାଣ୍ଡିଙ୍କ ୧ ଟି ଓ ଜଗନ୍ନାଥଙ୍କ ଗୋଟିଏ ଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.