Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରୀ ହତ୍ୟା ମାମଲା, SIT ତଦନ୍ତରେ ହାଇକୋର୍ଟ ସନ୍ତୁଷ୍ଟ- ବିଜେଡି
  • ||
  • ଶଙ୍ଖ ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ, ୪ ଜଣ ହସ୍ପିଟାଲରେ ଭର୍ତ୍ତି
  • ||
  • ତାଳପଦର ବିଜୁ ସେତୁ ଭୁଶୁଡିବା ଘଟଣା: ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍‌ଡିଓ ଅସିତ ପାତ୍ର ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ଟ୍ରିପଲ ମର୍ଡର ଘଟଣାରେ ୩ ମହିଳାଙ୍କ ସମେତ ୯ ଅଭିଯୁକ୍ତ ଗିରଫ

1/03/2019 at 12:24 PM

ଗୁଣପୁର ୧|୩: ଗୁଣିଆ ସନ୍ଦେହରେ ରାୟଗଡା ଜିଲ୍ଲା ଗୁଣପୁର ଥାନା ଉକୁମ୍ବାଗୁଡା ଗାଁରେ ଟ୍ରିପଲ ମର୍ଡର ଘଟଣାରେ ୩ ମହିଳାଙ୍କ ସମେତ ୯ ଅଭିଯୁକ୍ତ ଗିରଫ ହୋଇଛନ୍ତି । ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି ଗୁଣୁପୁର ଥାନା ପୋଲିସ । ଗତ ଫେବୃଆରୀ  ୨୩ ତାରିଖ ରାତିରେ ଗାଁ ଦାଣ୍ଡରେ ଘଟିଥିଲା ହତ୍ୟାକାଣ୍ଡ । ଏକ କ୍ରିକେଟ ବ୍ୟାଟରେ ପିଟିପିଟି ତିନି ଜଣଙ୍କୁ ହତ୍ୟା କରିଥିଲେ ଦୃର୍ବୁତ୍ତ । ଘଟଣାର ଦୁଇ ଦିନ ପରେ ସ୍ଥାନୀୟ ଥାନାରେ ଏତଲା ଦେଇଥିଲେ ପରିବାର ଲୋକ । ପୋଲିସ ଏତଲାକୁ ଆଧାର କରି ଘଟଣାର ତଦନ୍ତ କରୁଥିଲା । ଶେଷରେ ୯ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଘଟଣାର ପର୍ଦ୍ଧାଫାଶ ହୋଇଛି । ତିନି ଜଣଙ୍କୁ ଅଭିଯୁକ୍ତମାନେ ହତ୍ୟା କରିବା ପରେ ଗାଁ ମଶାଣିରେ ପୋଡ଼ିବା ସହିତ ପାଖରେ ଥିବା ପୋଖରୀରେ ପାଉଁଶ ଓ ହାଡ଼କୁ ପୋପାଡ଼ି ଦେଇଥିବା  ପୋଲିସ ନିକଟରେ ସ୍ବୀକାର କରିଛନ୍ତି । ଗିରଫ ୯ ଜଣଙ୍କ ମଧ୍ୟରୁ ୫ ଜଣ ମୁଖ୍ୟ ଅଭିଯୁକ୍ତ ହୋଇଥିବା ବେଳେ ଅନ୍ୟ ୪ ଜଣ ସହଯୋଗୀ ବୋଲି ଜଣାପଡ଼ିଛି ।

   Related Posts