ପୂର୍ଣ୍ଣର ବୟସ ୮ ବର୍ଷ, ବାପା ମା ଚାଲିଗଲେ ଆର ପାରିକୁ: କେମିତି ବଂଚିବ ଏବେ ସେ ?
11/11/2018 at 3:42 PM

ଜୟପୁର ୧୧|୧୧: ବେଳେ ବେଳେ ଏମିତି ପରିସ୍ଥିତି ଜୀବନରେ ଆସେ ଯେ, ଲାଗେ ଏଇଠୁ ଜୀବନ କେମିତି ାଗକୁ ବଢିବ । ବୟସ ୮ ବର୍ଷ ହେଇଥିବ । ମା ବାପା ଆର ପାରିକୁ ଚାଲିଯିବ । ପରିବାରରେ ଆଉ କେହି ନଥିବେ । ଏମିତିରେ ଜୀବନ କେମିତି ାଗକୁ ବଢିବ ପିଲଟିର । କିଏ ଖାଇବାକୁ ଦେବ , କେମିତି ଚଳିବ, କମ ହେବ । ହେଲେ ଏହା କେବଳ େକ କାଳ୍ପନିକ ଘଟଣା ନୁହେଁ । ଏହା ଏକ ନିଷ୍ଠୁର ବାସ୍ତବତା । ଜୟପୁର ଗୌଡ଼ଗୁଡ଼ା ଗାଁରେ ଘଟିଛି ଏହି ଘଟଣା । ୮ବର୍ଷର ପୂର୍ଣ୍ଣ ଗୌଡ଼ । ଜୀବନ କ’ଣ ଜାଣିବା ଆଗରୁ ଆରପାରିକୁ ଚାଲିଗଲେ ବାପା ମାଆ । ଏକା ଏକା କେମତି ବଞ୍ଚିବ, କ’ଣ କରିବ ଏଇ ନିଃସହାୟ ଶିଶୁଟି । ଗରିବ ଓ ଅସହାୟଙ୍କ କଲ୍ୟାଣ ପାଇଁ ସରକାରଙ୍କ ଗଣ୍ଡାଗଣ୍ଡା ଯୋଜନା ଭିତରୁ ଖଣ୍ଡେ ଅଧେ ଯଦି ପୂର୍ଣ୍ଣ ଗୌଡ଼ର ଶୂନ୍ୟ ଭାଗ୍ୟକୁ ସୁଧାରି ପାରନ୍ତା ତା’ହେଲେ ଅନ୍ତତଃ ପିଲାଟି ନିଜ ଗୋଡ଼ରେ ନିଜେ ଠିଆ ହେବାକୁ ସକ୍ଷମ ହୋଇପାରନ୍ତା ।
୨ଦିନ ତଳର ଘଟଣା । ନୁଆଁଣିଆ ଘରର ମାଟି ପିଣ୍ଡାରେ ଶୋଇଥିବା ମାଆର ଶେଷ ସମୟରେ ତୁଣ୍ଡରେ ଟିକେ ପାଣି ଦେଇଲ ଦୀର୍ଘ ଶ୍ବାସ ମାରିଥିଲା ପୂର୍ଣ୍ଣ ।ଦୁନିଆ ତା ପାଇଁ ଅଂଧାର ହୋଇଯାଇଥିଲା । ବାପା ମା ସିନା ତାକୁ ପୂର୍ଣ୍ଣ ବୋଲି ନାଁ ଦେଇଥିଲେ , ହେଲେ ସବୁ ଯେମିତି ତା ପାଇଁ ଅପୂର୍ଣ୍ଣ । ବାପା ମା କୁ ଛାଡିଦେଲେ ତାର ଆଉ କେହି ବୋଲି କେହି ନାହିଁ । ୫ବର୍ଷ ତଳେ ବାପା ଚାଲିଯାଇଥିଲେ । ଆଉ କିଡନୀ ରୋଗରେ ଆକ୍ରାନ୍ତ ମାଆ ବି ଦୁଇ ଦିନ ତଳେ ହାତ ଛାଡ଼ିଦେଇ ସବୁ ଦିନ ପାଇଁ ଚାଲିଗଲା ଆରପାରିକୁ । ଏବେ କେମିତି ଏକା ଏକା ବଞ୍ଚିବ ଜୟପୁର ଗୌଡ଼ଗୁଡ଼ା ଗାଁର ଏହି ୮ବର୍ଷର ଶିଶୁ ପୂର୍ଣ୍ଣ ଗୌଡ଼ ? ଗାଁ ଲୋକେ ସିନା ମିଳିମିଶି ମାଆର ଶବ ସତ୍କାର କରିଦେଲେ ହେଲେ ପୂର୍ଣ୍ଣର ଭବିଷ୍ୟତକୁ ନେଇ ଯେମିତି ସମସ୍ତେ ନିର୍ବିକାର ।
ରାଜ୍ୟରେ ଗରିବ ଅସହାୟଙ୍କ ପାଇଁ ସରକାରଙ୍କ ଗଣ୍ଡା ଗଣ୍ଡା ଯୋଜନା । ଏମିତିରେ ଯଦି ଏସବୁ ଯୋଜନା ଭିତରୁ ଖଣ୍ଡେ ଅଧେ ପୂର୍ଣ୍ଣ ଗୌଡ଼ର ଶୂନ୍ୟ ଭାଗ୍ୟକୁ ସୁଧାରି ପାରନ୍ତା ତା’ହେଲେ ଅନ୍ତତଃ ପିଲାଟି ନିଜ ଗୋଡ଼ରେ ନିଜେ ଠିଆ ହେବାକୁ ସକ୍ଷମ ହୋଇପାରନ୍ତା ।ବାପା ମାଆଙ୍କୁ ହରାଇ ଏବେ ସମ୍ପୂର୍ଣ୍ଣ ଅସହାୟ ହୋଇପଡ଼ିଥିବା ପୂର୍ଣ୍ଣ ଆଖିର ଲୁହ ପୋଛିବାକୁ କ’ଣ ଏ ଦୁନିଆରେ କେହି ନାହାନ୍ତି ?