Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପି ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା : ଇସ୍ତଫା ଦେଲେ ଆରପିଏନ୍ ସିଂହ, ବିଜେପିରେ ହେବେ ସାମିଲ୍
  • ||
  • ଫୁଟବଲ ମ୍ୟାଚ୍ ଦେଖିବା ପାଇଁ ଦଳାଚକଟା : ୬ ମୃତ, ୫୦ରୁ ଅଧିକ ଗୁରୁତର
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||
  • ଇନ୍ଦୋରରେ ଓମିକ୍ରନ୍ ଭାରିଆଣ୍ଟର ନୂଆ ଷ୍ଟ୍ରେନ୍, ୬ ଶିଶୁଙ୍କ ସମେତ ୧୨ ରୋଗୀ ସଂକ୍ରମିତ
  • ||
  • କରଞ୍ଜିଆ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ : ଭାଙ୍ଗିଲା ଘର, ନଷ୍ଟ କଲା ଫସଲ
  • ||

ରେଳଫାଟକ ବନ୍ଦ ଯୋଗୁଁ ୪୫ ମିନିଟ୍ ଅଟକିଲା ଆମ୍ବୁଲାନ୍ସ,ଗୁରୁତର ନାବାଳିକା ମୃତ

5/09/2019 at 6:27 PM

କଳାହାଣ୍ଡି ୫।୯- ରେଳ ଫାଟକ ବନ୍ଦ ଯୋଗୁଁ ୪୫ ମିନିଟ୍ ଅଟକି ରହିଲା ଆମ୍ବୁଲାନ୍‌ସ ।ଫଳରେ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ଆଖି ବୁଜିଲା ଗୁରୁତର ନାବାଳିକା ।କଳାହାଣ୍ଡି କେସିଙ୍ଗା ରେଳ ଲାଇନ୍ ଉପରେ ଓଭର ବ୍ରିଜ ନିର୍ମାଣ ପାଇଁ ଦୀର୍ଘ ଦିନରୁ ଦାବି ହୋଇ ଆସୁଛି । ହେଲେ ଦାବି ପୂରଣ ହେଉନଥିବାରୁ ଜଣେ ୮ ବର୍ଷର ନାବାଳିକାର ଜୀବନ ଯାଇଛି ।

କଳାହାଣ୍ଡି କେସିଙ୍ଗା  ସହର ପ୍ରବେଶ ପଥ ରେ ରହିଛି ରେଳବାଇ ଫାଟକ । ହସ୍‌ପିଟାଲରେ  ଗୁରୁତର ନାବାଳିକାକୁ  ପହଞ୍ଚାଇବାକୁ ଆମ୍ବୁଲାନ୍‌ସକୁ ବି ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡୁଛି ।ଏପରି ୪୫ ମିନିଟ୍ ଫାଟକ ବନ୍ଦ ରହିବା ଯୋଗୁଁ ଡାକ୍ତରଖାନାରେ ପହଞ୍ଚିବା ବେଳକୁ ୮ ବର୍ଷର ଝିଅର ପ୍ରାଣ ବାୟୁ ଉଡ଼ିଯାଇଛି । ମୃତ ନାବାଳିକା ଜଣକ ହେଉଛନ୍ତି ବେଲଖଣ୍ଡି ଅଞ୍ଚଳର ରେଖା ବାଗ । ସାପ କାମୁଡ଼ିବାରୁ ଯୋଗୁଁ ଝିଅଟି ଗୁରୁତର ହୋଇପଡ଼ିଥିଲା । ବାପା ଖଗେଶ୍ବର ଝିଅର ଜୀବନ ବଞ୍ଚାଇବାକୁ ଆମ୍ବୁଲାନ୍ସରେ ଧରି ଆସୁଥିଲେ । ହେଲେ ରେଲୱେ ଫାଟକ ଏତେ ସମୟ ବନ୍ଦ ଯୋଗୁଁ ଚାଲିଗଲା ରେଖାର ଜୀବନ…

କେସିଙ୍ଗା ସହର ମୁଖ୍ୟ ରାସ୍ତା ଉପର ରେଳ ଲାଇନ ଯୋଗୁଁ  ପ୍ରତିଦିନ ପାଖାପାଖି ୧୬ ଘଣ୍ଟା ଫାଟକ ବନ୍ଦ ରହୁଛି । ଫଳରେ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧା ସାମ୍ନା କରୁଛନ୍ତି । ପୂର୍ବରୁ ବି ଅନେକ ରୋଗୀ ଠିକ୍ ସମୟରେ ଡାକ୍ତରଖାନାରେ ପହଞ୍ଚିନପାରି ଆଖି ବୁଜିଛନ୍ତି । ସମସ୍ୟା ପ୍ରତି ସମସ୍ତେ  ଅବଗତ । ଓଭର ବ୍ରିଜ ପାଇଁ ୨୦୬ କୋଟି ଟଙ୍କାର ଅନୁଦାନ ଘୋଷଣାକୁ ବିତିଲାଣି ୨ ବର୍ଷ । ହେଲେ କାମ ଘର ଶୂନ ।  

   Related Posts