Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ବୈଜ୍ଞାନିକମାନେ ଆବିଷ୍କାର କଲେ ଅଷ୍ଟମ ମହାଦେଶ: ସାମ୍ନାକୁ ଆସିଲା ଏହାର ଆକାର ଓ କ୍ଷେତ୍ରଫଳ, ପ୍ରଶାନ୍ତ ମହାସାଗର ଗର୍ଭରେ ରହିଛି

28/06/2020 at 6:23 PM

ଓ୍ୱେଲିଂଟନ୍, ୨୮|୦୬:  ପୃଥିବୀ ପୃଷ୍ଠରେ ୭ଟି ମହାଦେଶ ରହିଛି । ତେବେ ବୈଜ୍ଞାନିକମାନେ ଦକ୍ଷିଣ ପ୍ରଶାନ୍ତ ମହାସାଗରର ୩୫୦୦ ଫୁଟ୍ ତଳୁ ଅଷ୍ଟମ ମହାଦେଶକୁ ଆବିଷ୍କାର କରିଛନ୍ତି । ଏହାର ନାଁ ଦିଆଯାଇଛି ଜିଲାଣ୍ଡିଆ । ତେବେ ଏହା କେତେ କିମି ଧରି ପରିବ୍ୟାପ୍ତ ତାହା ଏବେସୁଦ୍ଧା ସ୍ପଷ୍ଟ ହୋଇନାହିଁ ।

ଗତ ସୋମବାର ଜିଏନଏସ ସାଇନସ୍ ଇନ୍ ନ୍ୟୁଜିଲାଣ୍ଡର ବୈଜ୍ଞାନିକମାନେ କହିଥିଲେ ଯେ, ମ୍ୟାପରେ ଅଷ୍ଟମ ମହାଦେଶର ତଥ୍ୟ ପ୍ରଦାନ କରାଯାଇଛି । ଏଥିରେ ଏହି ମହାଦେଶର ଆକାର ଓ କ୍ଷେତ୍ରଫଳ ଦର୍ଶାଯାଇଛି । ଏକ ଓ୍ୱେବସାଇଟରେ ଏହାକୁ ଅପଲୋଡ୍ କରାଯାଇଛି ।

ବୈଜ୍ଞାନିକ ନିକ୍ ମୋର୍ ଟାଇମର୍ କହିଛନ୍ତି ଯେ, ସେମାନେ ଏକ ମ୍ୟାପ ପ୍ରସ୍ତୁତ କରିଛନ୍ତି । ଯାହା ସଠିକ ଓ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରିବ । ଏଥିରେ ନ୍ୟୁଜିଲାଣ୍ଡ ସହ ଦକ୍ଷିଣ ପଶ୍ଚିମ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ତଥ୍ୟ ରହିଛି । ଏହି ମ୍ୟାପରେ ନୂଆ ମହାଦେଶ ବାବଦରେ ତଥ୍ୟ ମିଳିଛି । ଟାଇମରଙ୍କ ଟିମ୍ ଏହାର ସନ୍ଧାନ କରିଛନ୍ତି । ତେବେ ଏହା ନିୟୁତ ନିୟୁତ ବର୍ଷ ଧରି ସମୁଦ୍ର ଗର୍ଭରେ ରହିଛି ।

ଆବିଷ୍କାର ହୋଇଥିବା ଅଷ୍ଟମ ମହାଦେଶର ଆକାର ୨ ମିଲିୟନ ସ୍କୋୟାର ମାଇଲ୍ ବୋଲି କୁହାଯାଇଛି । ଯାହା ଅଷ୍ଟ୍ରେଲିଆ ତୁଳନାରେ ଅଧା ହେବ । ତେବେ ଏହାର ମାତ୍ର ୬ ପ୍ରତିଶତ ସମୁଦ୍ର ସ୍ତରର ଉପରେ ରହିଛି । ଏହାକୁ ନ୍ୟୁଜିଲାଣ୍ଡ ଓ କାଲେଡୋନିଆ ବୋଲି କୁହାଯାଉଛି ।

୨୦୧୭ରେ ଏହାକୁ ଏକ କ୍ଷୁଦ୍ର ମହାଦେଶ ବୋଲି କୁହାଯାଉଥିଲା । କିନ୍ତୁ ଏବେ ବୈଜ୍ଞାନିକମାନେ ଏହାକୁ ଅଷ୍ଟମ ମହାଦେଶ କହିଛନ୍ତି । ଏହାର ସୀମାରେଖା ରହିଛି । ଯଦି ଏହାକୁ ଉଦ୍ଧାର କରାଯିବ ତେବେ ଏହା ନୂଆ ମହାଦେଶ ଭାବେ ମୁଣ୍ଡ ଟେରିବ । କିନ୍ତୁ ଏହା ସମ୍ଭବ ନୁହେଁ ।

   Related Posts