Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ରାଜ୍ୟରେ ସୁସ୍ଥ ହେଲେ ଆଉ ୧୭୪୦ ଆକ୍ରାନ୍ତ
  • ||
  • ଏସ୍‌ସିବିରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା : ଆଉ ୨ ଜଣଙ୍କୁ ଗିରଫ କଲା ମଙ୍ଗଳାବାଗ ପୋଲିସ
  • ||
  • ନୂଆପଡା : ଭାରସାମ୍ୟ ହରାଇ ଓଲଟିଲା କାର୍, ୩ ଗୁରୁତର
  • ||
  • ଭୁବନେଶ୍ବର : ଭୁବନେଶ୍ବରର ୩ଟି ଶିକ୍ଷାନୁଷ୍ଠାନ ସିଲ୍, ଖୁଲମଖୁଲା କୋଭିଡ୍ ନିୟମର କରିଥିଲେ ଉଲଂଘନ
  • ||
  • ବ୍ରହ୍ମପୁର : ସୁରଟରୁ ଫେରୁଥିଲେ ପ୍ରବାସୀ, ଟ୍ରେନ୍‌ରେ ଚାଲିଗଲା ଜୀବନ
  • ||
  • ଅନୁଗୋଳ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ଗୋଟିଏ ପରିବାରର ଜଣେ ମୃତ, ୨ ଆହତ
  • ||
  • ଭୁବନେଶ୍ବର : ‘ହାଇଦର ପାଇଁ ନଥିଲା ପୋଲିସ ସୁରକ୍ଷା ବ୍ୟବସ୍ଥା, କିନ୍ତୁ ପାଖରେ ଥିଲେ ଯୁବତୀ’ – ଲେଖାଶ୍ରୀ
  • ||
  • ସମ୍ବଲପୁର : ଆଜିଠାରୁ ୧୫ ଦିନ ସମ୍ବଲପୁର ବାର୍ ବନ୍ଦ, କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
  • ||
  • ସୋର : ସରିଥିଲା ନିର୍ବନ୍ଧ, ହେଲେ ପଡିପାରିଲାନି ହାତଗଣ୍ଠି, ଶେଷରେ କାହିଁକି ଝୁଲିପଡିଲେ ଯୁବତୀ ?
  • ||
  • ବାରଙ୍ଗ : ନନ୍ଦନକାନନରୁ ଇନ୍ଦୋର ଯାଉଛନ୍ତି ୧୩ ଜୀବଜନ୍ତୁ, ଧଳା ବାଘୁଣୀ ଓ କଳା ବାଘ ସାମିଲ
  • ||

ଦୁର୍ଘଟଣାରେ ଶିକାର ହୋଇ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ଅଷ୍ଟମ ଶ୍ରେଣୀ ଛାତ୍ରୀ ଶୀତଲ, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

20/06/2019 at 10:34 AM

ଭଦ୍ରକ ୨୦|୬: ଦୁର୍ଘଟଣାରେ ଶୀକାର ହୋଇ ଜୀବନ ମରଣ ସହ ସଂଗ୍ରାମ କରୁଛି ଶୀତଲ । ହାତ ଉଠାଇ ପାରୁନି କି ଗୋଡରେ ଛିଡା ହୋଇପାରୁନି । ୧୧ ମାସ ତଳେ ଭଦ୍ରକ ଜିଲ୍ଲା ରାହାଂଜ ୧୬ ନମ୍ବର ଜାତୀୟ ରାଜପଥରେ  ଘଟିଥିଲା ମର୍ମନ୍ତୁଦ ଦୁର୍ଘଟଣା । ଟ୍ରକ ମାଡିଯିବାରୁ ୫ ଜଣ ପିଲା ପ୍ରାଣ ହରାଇଥିଲେ । ଆଉ ୧୧ ଜଣ ଆହତ ହୋଇଥିଲେ । ଆହତଙ୍କ ମଧ୍ୟରୁ ସମସ୍ତେ ପ୍ରାୟ ସୁସ୍ଥ ହୋଇଯାଇଥିବା ବେଳେ ଶୀତଲ ଏବେବି ମୃତ୍ୟୁ ସହ ସଂଗ୍ରାମ କରୁଛି।

ଯନ୍ତ୍ରଣାରେ ଛଟପଟ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛି ଅଷ୍ଟମ ଶ୍ରେଣୀ ଛାତ୍ରୀ ଶୀତଲ । ହାତ ଅଚଳ ଥିବାବେଳେ ଛିଡା ହେବା ପାଇଁ ସକ୍ଷମ ହୋଇପାରୁନି । ଦୀର୍ଘ ୧୧ ମାସ ହେବ ଏମିତି ବିଛଣାରେ ପଡି ଦିନ କାଟୁଛି ।

୨୦୧୮ ମସିହା ଜୁଲାଇ ୧୯ ତାରିଖ । ସ୍କୁଲ ଛୁଟି ହେବା ପରେ ସାଙ୍ଗମାନଙ୍କ ସହ ସାଇକେଲରେ ଘରକୁ ଫେରୁଥିଲା ଶୀତଲ। ନିଜ ବଡ ଭଉଣୀବି ସାଙ୍ଗରେ ଥିଲେ । ଜାତୀୟ ରାଜପଥରେ ଆସୁଥିବା ବେଳେ ମାଡି ଯାଇଥିଲା ଟ୍ରକ । ଏହି ଦୁର୍ଘଟଣାରେ ବଡ ଭଉଣୀ ଶ୍ବେତାଙ୍କ ସହ ୫ ଜଣ ଛାତ୍ରୀ ପ୍ରାଣ ହରାଇଥିଲେ । ଆଉ ଶୀତଲ ଅଳ୍ପକେ ମୃତ୍ୟୁମୁଖରୁ ବଞ୍ଚିଗଲେ ହେଲେ ଗୁରୁତର ଆହତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛି ।

ଦୁର୍ଘଟଣା ପରେ ଜାତୀୟ ରାଜପଥ ଅବରୋଧ କରାଯାଇଥିଲା। ସରକାର ମୃତ ଆଉ ଆହତଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା କରିଥିଲେ । ମୃତକଙ୍କୁ ଚାରି ଲକ୍ଷ ଆଉ ଆହତଙ୍କୁ ମାଗଣା ଚିକିତ୍ସା ପାଇଁ ସରକାର ପ୍ରତିଶ୍ରୃତି ଦେଇଥିଲେ । ମୃତକଙ୍କ ପରିବାରଙ୍କୁ ୪ ଲକ୍ଷ ମିଳିଗଲା ହେଲେ ଆହତ ଶୀତଲ କଥା ସରକାର ଭୁଲି ଗଲେ । ବଡ ଭଉଣୀ ପାଇଁ ମିଳିଥିବା ଚାରି ଲକ୍ଷ ଟଙ୍କା ଶୀତଲର ଚିକିତ୍ସାରେ ଖର୍ଚ୍ଚ ହୋଇଗଲା ତା ସହ ୧୫ ଲକ୍ଷ ମଧ୍ୟ ଗଲାଣି । ଏବେ ଶୀତଲର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ।

ଯଦି କେଉଁ ବ୍ୟକ୍ତି ଶୀତଲକୁ ସାହାଯ୍ୟ କରିବାକୁ ଚାହାଁନ୍ତି ତେବେ ଏହି ବ୍ୟାଙ୍କ ଖାତାରେ ଟଙ୍କା ପଠାଇ ପାରିବେ । ନାମ- ଶୀତଲ ସାହୁ, ପଞ୍ଜାବ ସିନ୍ଦ୍ ବ୍ୟାଙ୍କ, ଶାଖା- ଭଦ୍ରକ, ଆକାଉଣ୍ଟ ନମ୍ବର- ୧୦୭୬୧୦୦୦୦୦୪୮୬୩ । ଆଇଏଫଏସସି କୋଡ୍-  ପିଏସଆଇବି ୦୦୨୧୦୭୬ ।

   Related Posts