ବିଦ୍ୟାଳୟରୁ ଫେରୁଥିବାବେଳେ ନଦୀରେ ଭାସିଗଲେ ଅଷ୍ଟମ ଶ୍ରେଣୀ ଛାତ୍ର

Published By : Prameya-News7 Bureau | September 07, 2019 IST

ନୟାଗଡ ୭|୯: ବିଦ୍ୟାଳୟରୁ ଫେରୁଥିବାବେଳେ ଅଷ୍ଟମ ଶ୍ରେଣୀ ଛାତ୍ର ନଦୀରେ ଭାସିଯାଇଛନ୍ତି । ନୟାଗଡ ଜିଲ୍ଲା ନୂଆଗଁ। ଥାନା ସୋରଡା ଗଁ।ରେ ଏଭଳି ଅଭାବନୀୟ ଘଟଣା ଘଟିଛି । ନିଖୋଜ ଛାତ୍ର ହେଲେ ରତନ ସ୍ବାଇଁ ।

{"id":154392}

ସୂଚନାଯୋଗ୍ୟ ଯେ, ଯାଜପୁର ଜିଲ୍ଲା ଗୋବିନ୍ଦପୁରର ସୁନାକର ସାହାଣିଙ୍କ ପୁଅ ରତନ ପିଲାଦିନୁ ସୋରଡରେ ମାମୁଁଘରେ ରହି ପାଠ ପଢୁଥିଲେ । ସବୁଦିନ ପରି ଆଜି ସକାଳୁ ସାଇକେଲରେ ରତନ ବିଦ୍ୟାଳୟକୁ ଯାଇଥିଲେ । ବିଦ୍ୟାଳୟ ଛୁଟି ହେବାପରେ ଘରକୁ ଫେରୁଥିବା ସମୟରେ ବାଟରେ ବେଲପା ନଦୀ ପୋଲ ଉପରେ ଭାରସାମ୍ୟ ହରାଇ ପଡିଯାଇଥିଲେ । ଫଳରେ ସାଇକେଲ୍ ଶଙ୍ଖ ଉପରେ ଥିଲେ ମଧ୍ୟ ସେ ନଦୀର ପ୍ରଖର ସୁଅରେ ପଡି ଭାସିଯାଇଥିବା ଅନୁମାନ କରାଯାଉଛି । ଖବର ପାଇ ନୂଆଗଁ। ଏବଂ ଦଶପଲ୍ଲା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ବହୁ ଖୋଜାଖୋଜି କରିଥିଲେ ମଧ୍ୟ ରତନଙ୍କ ପତ୍ତା ମିଳିନାହିଁ । ରତନଙ୍କ ନିଖୋଜ ପରେ ଗଁ।ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.