କାର୍ ଧକ୍କାରେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଜାତୀୟ ରାଜପଥରେ ବସିଲେ ଲୋକେ

Published By : Prameya-News7 Bureau | December 07, 2019 IST

ସାନଖେମୁଣ୍ଡି ୭/୧୨: ପାଟପୁର ଥାନା ଟି.ଗୋବିନ୍ଦପୁର ଏଲଏନ ପୁରରେ ଦୁର୍ଘଟଣା । କାର ଧକ୍କାରେ ଛାତ୍ରଙ୍କ ମୃତ୍ୟୁ ହୋଇଛି।

{"id":194948,"sizeSlug":"large"}

ସେ ସାଇକେଲରେ ଯାଉଥିବାବେଳେ ତାଙ୍କୁ କାର ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ସେ ହେଉଛନ୍ତି ଆବାସିକ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ର ସିପୁନ ନାୟକ।

{"id":194949,"sizeSlug":"large"}

 ଏହାର ପ୍ରତିବାଦରେ ଗୋବିନ୍ଦପୁର ଜାତୀୟ ରାଜପଥରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଛନ୍ତି। ପାଟପୁର ପୋଲିସ୍ ଘଟଣାସ୍ଥଳରେ ଆସି ଲୋକଙ୍କୁ ବୁଝାସୁଝା କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.