ବେକରେ ଦଉଡି ଲଗାଇ ୮ମ ଶ୍ରେଣୀ ଛାତ୍ରଙ୍କ ଆତ୍ମହତ୍ୟା

Published By : Prameya-News7 Bureau | November 13, 2019 IST

ମାଲକାନଗିରି ଜିଲ୍ଲା କୋରୁକୋଣ୍ଡାରେ ଛାତ୍ରଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି । ଆଜି ସକାଳ ପ୍ରାୟ ୮ଟା ସମୟରେ ହୋଷ୍ଟେଲର ଜଣେ ଛାତ୍ରଙ୍କ  ମୃତଦେହ ବିଦ୍ୟାଳୟ ନିକଟରେ ଥିବା ଏକ ଗଛରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଛି ।

ମୃତ ଛାତ୍ର ଜଣକ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ର ଭୀମରାଜ ପଡ଼ିଆମୀ ବୋଲି ଜଣାପଡିଛି । ନିଜ ଗାମୁଛାରେ ସେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ଘଟଣା ସ୍ଥଳରେ ମାଲକାନଗିରି ସଦର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.