Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର : ଗୋଶାଳା କଲପଡାରେ ଖାଲରେ ଖସିପଡି ୨ ଶିଶୁ ମୃତ
  • ||
  • ଢେଙ୍କାନାଳ : ଭିଜିଲାନ୍ସ ଜାଲରେ ଥାନା ଅଧିକାରୀ, ଯୌତୁକ ମାମଲାରେ ଦଫା କାଟିବାକୁ ନେଉଥିଲେ ୬ହଜାର ଟଙ୍କା
  • ||
  • ନବରଙ୍ଗପୁର : କୁନ୍ଦେଇ ସରପଞ୍ଚ ନିଲମ୍ବିତ, ଭାରତମାଳା ଯୋଜନାକୁ ବିରୋଧ କରିବାରୁ କାର୍ଯ୍ୟାନୁଷ୍ଠାନ
  • ||
  • ୨ ଦିନିଆ କନ୍ଧମାଳ ଗସ୍ତରେ ଶିଶୁ ସୁରକ୍ଷା ଅଧିକାର ଅଧ୍ୟକ୍ଷା
  • ||
  • ବ୍ରହ୍ମପୁର : ବ୍ରହ୍ମପୁର ଫାଷ୍ଟଗେଟ୍ ଅଞ୍ଚଳରୁ ଜଣଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହ
  • ||
  • ନୀଳଗିରି: ହାତୀ ଆତଙ୍କରେ ଅଞ୍ଚଳବାସୀ
  • ||
  • ମାଲକାନଗିରି : ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
  • ||
  • କେନ୍ଦୁଝର : ବାଇକ୍ ଧକ୍କାରେ ଜଣେ ଗୁରୁତର, ମେଡିକାଲରେ ଭର୍ତ୍ତି
  • ||

କଅଁଳ ବୟସରେ ନେଲେ ଚରମ ନିଷ୍ପତ୍ତି, ପ୍ରେମିକାକୁ ଲାଇଭ୍ ଭିଡିଓ କଲ୍ କରି ଆତ୍ମହତ୍ୟା କଲେ ଅଷ୍ଟମ ଶ୍ରେଣୀ ଛାତ୍ର

16/01/2021 at 10:40 AM

ପାଟନା,୧୬/୦୧: ପ୍ରେମ ପାଇଁ ଚାଲିଗଲା ଜୀବନ । ଭିଡିଓ କଲ୍ କରି ଆତ୍ମହତ୍ୟା କଲା ପ୍ରେମିକ । ବିହାରର ରାମପୁର ଥାନା ଅନ୍ତର୍ଗତ ମୁସ୍ତଫାବାଦ କଲୋନୀରେ ଏହି ଘଟଣା ସାମ୍ନାକୁ ଆସିଛି । ପ୍ରେମିକଙ୍କ ମୃତ୍ୟୁର ଖବର ପ୍ରେମିକା ହିଁ ତାର ପରିବାର ଲୋକଙ୍କୁ ଦେଇଥିବା ଜଣାପଡିଛି ।

ସୂଚନାନୁସାରେ, ଉଭୟ ପ୍ରେମିକ ଓ ପ୍ରେମିକା ଗୋଟିଏ ସ୍କୁଲରେ ପାଠ ପଢନ୍ତି । ଆତ୍ମହତ୍ୟ କରିଥିବା ଛାତ୍ର ହେଲେ ବିବେକ । ପୋଲିସ ତାଙ୍କ ମୃତଦେହକୁ ଉଦ୍ଧାର କରି ପୋଷ୍ଟମଟର୍ମ ପାଇଁ ପଠାଇଛି । ଘଟଣାର ତଦନ୍ତ ଜାରି ରହିଛି । ତେବେ ମୃତକଙ୍କ ପିତାଙ୍କ ଅଭିଯୋଗ ଆଧାରରେ ଛାତ୍ରୀ ଓ ତାଙ୍କ ପରିବାର ଲୋକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

କୁହାଯାଉଛି ଯେ, ନାବାଳକ ଛାତ୍ରଜଣଙ୍କ ମୁସ୍ତାଫାବାଦର ମୋହଲ୍ଲାସ୍ଥିତ ଏକ ଘରୋଇ ବିଦ୍ୟାଳୟରେ ପାଠ ପଢୁଥିଲେ । ସେ ଏଠାରେ ନିଜର ସମ୍ପର୍କୀୟ ଭାଇଙ୍କ ଘରେ ରହୁଥିଲେ । ତେବେ ସେ ନିଜ ସ୍କୁଲର ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଭଲ ପାଉଥିଲେ । ତେବେ ଛାତ୍ରଜଣଙ୍କ ଯେପରି ଭାବେ ଆତ୍ମହତ୍ୟା କରିଛନ୍ତି ତାହା ସମସ୍ତଙ୍କୁ ଚକିତ କରିଛି ।

ଛାତ୍ରଙ୍କ ପିତା କହିଛନ୍ତି ଯେ, ପୁଅର ସହପାଠିନୀ ରାତିରେ ଫୋନ କରି ବିବେକର ଆତ୍ମହତ୍ୟା ବାବଦରେ ସୂଚନା ଦେଇଥିଲା । ସେ କେଉଁ ବନ୍ଧୁଙ୍କଠାରୁ ଫୋନ ଆଣି ତାଙ୍କୁ ଫୋନ୍ କରିଥିଲେ । ତେବେ ଛାତ୍ରୀଜଣଙ୍କ ଆତ୍ମହତ୍ୟା ପାଇଁ ତାଙ୍କ ପୁଅକୁ ଉସକାଇଥିବା ପିତା ଅଭିଯୋଗ ଆଣିଛନ୍ତି ।

ପୋଲିସର କହିବାନୁସାରେ, ଘଟଣାର ତଦନ୍ତ ଚାଲିଛି । କେଉଁ ପରିସ୍ଥିତିରେ ବିବେକ ଲାଇଭ ଭିଡିଓ କଲ୍ କରି ଆତ୍ମହତ୍ୟା କଲେ ତାକୁ ଅନୁଧ୍ୟାନ କରାଯାଉଛି । ତାଙ୍କ ପିତା ସଂପୃକ୍ତ ଛାତ୍ରୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ତେବେ ଉଭୟଙ୍କ ମଧ୍ୟରେ ଏକତରଫା ପ୍ରେମ ପ୍ରସଙ୍ଗ ଥିଲା ନା ଉଭୟ ଉଭୟଙ୍କୁ ପ୍ରେମ କରୁଥିଲେ ତାହା ଅସ୍ପଷ୍ଟ ରହିଛି ।

   Related Posts