Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଶ୍ରୀଲଙ୍କାରେ ବିସ୍ଫୋରଣ ଜାରି, ଅଷ୍ଟମ ବୋସ୍ଫୋରଣ ପରେ ମୃତକଙ୍କ ସଂଖ୍ୟା ୧୫୮କୁ ବୃଦ୍ଧି : କର୍ଫ୍ୟୁ ଜାରି, ୨ ଦିନ ସମସ୍ତ ସ୍କୁଲ ଛୁଟି ଘୋଷଣା କଲେ ସରକାର

21/04/2019 at 3:00 PM

କଲମ୍ବୋ ୨୧/୪ : ଶ୍ରୀଲଙ୍କା ରାଜଧାନୀ କଲମ୍ବୋରେ ଆଜି ସକାଳେ ସିରିଜ ବିସ୍ଫୋରଣ ହୋଇଛି | ବିସ୍ଫୋରଣରେ ଏବେ ପର୍ଯ୍ୟନ୍ତ ୧୫୮ ଜଣଙ୍କର ମୃତ୍ୟୁ ହୋଇସାରିଛି | ଏବେ ପର୍ଯ୍ୟନ୍ତ ୪୦୦ ଜଣ ଆହତ ହୋଇଥିବା ଜଣାପଡିଛି | ୩ଟି ଚର୍ଚ୍ଚ ଏବଂ ୩ଟି ପଞ୍ଚତାରକା ହୋଟେଲରେ ୮ଟି ବିସ୍ଫୋରଣ ହୋଇଛି | ଚର୍ଚ୍ଚରେ ସକାଳୁ ପ୍ରାର୍ଥନା ସଭା ଚାଲିଥିବାବେଳେ ବିସ୍ଫୋରଣ ହୋଇଥିଲା | ଶ୍ରୀଲଙ୍କା ଖବର ଅନୁଯାୟୀ, କଲମ୍ବୋରେ ୪୦, ନୌଗାମ୍ବୋରେ ୬୨ ଏବଂ ଵଟ୍ଟିକଲୋବରେ ୨୭ ଜଣଙ୍କର ମୃତ୍ୟୁ ହୋଇଛି |


ଶ୍ରୀଲଙ୍କାରେ ସକାଳ ୬ଟା ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରାଯାଇଛି |


ଶ୍ରୀଲଙ୍କାରେ ସୋସିଆଲ ମିଡ଼ିଆ ରଦ୍ଦ କରାଯାଇଛି | ଫେସବୁକ, ହ୍ୱାଟ୍ସଅପ ଅସ୍ଥାୟୀ ଭାବେ ବନ୍ଦ କରିଦିଆଯାଇଛି |


ଶ୍ରୀଲଙ୍କାରେ ବୋସ୍ଫୋରଣ ଜାରି ରହିଛି | କିଛି ସମୟ ପୂର୍ବରୁ ଅଷ୍ଟମ ବିସ୍ଫୋରଣ ହୋଇଛି |


ବିସ୍ଫୋରଣରେ ମୃତକଙ୍କ ମଧ୍ୟରେ ୩୫ ବିଦେଶୀ ଥିବା ଜଣାପଡିଛି |


ଆତ୍ମଘାତୀ ଆକ୍ରମଣକାରୀ ଚର୍ଚ୍ଚରେ ବିସ୍ଫୋରଣ କରିଥିବା ଶ୍ରୀଲଙ୍କା ସୁରକ୍ଷା ଅଧିକାରୀ ସୂଚନା ଦେଇଛନ୍ତି |


ଶ୍ରୀଲଙ୍କାର ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲ ସୋମବାର ଓ ମଙ୍ଗଳବାର ବନ୍ଦ ରଖିବା ପାଇଁ ସରକାର ନିର୍ଦେଶ |


ଶ୍ରୀଲଙ୍କା ରାଷ୍ଟ୍ରପତି ମୈତ୍ରୀପାଲା ସିରିସେନା ବିସ୍ଫୋରଣକୁ ନେଇ ଶୋକ ପ୍ରକାଶ କରିଛନ୍ତି ଏବଂ ଶାନ୍ତି ରଖିବା ପାଇଁ ଅପିଲ କରିଛନ୍ତି |

   Related Posts