ଆପଣଙ୍କ ମୋବାଇଲ , ବାଇକ୍ ବା ସୁନାଚେନ୍ ଲୁଟ ହୋଇଥିଲା କି ? ଯାଆନ୍ତୁ ସହିଦନଗର ଥାନା, ଧରାପଡିଛନ୍ତି ୮ ଲୁଟେରା

Published By : Prameya-News7 Bureau | January 11, 2019 IST

ଭୁବନେଶ୍ବର୧୧|୧: ରାଜଧାନୀର ସହିଦନଗର ପୋଲିସ ଆଜି ୮ଜଣ ଲୁଟେରାଙ୍କୁ ଗିରଫ କରିଛି । ଏମାନଙ୍କ ନିକଟରୁ ୨୫ଟି ମୋବାଇଲ, ୪ଟି ବାଇକ ଏବଂ ୨ଟି ସୁନା ଚେନ ଜବତ କରିଛି ପୋଲିସ । ୮ଜଣ ଲୁଟେରାଙ୍କ ମଧ୍ୟରେ ଜଣେ ଇଂଜିନିୟରିଂ ଛାତ୍ର ମଧ୍ୟ ରହିଛି । ନିଜ ପ୍ରେମିକାର ବିଭିନ୍ନ ଦାବିକୁ ପୂରଣ କରିବା ପାଇଁ ସେ ଲୁଟ କରୁଥିବା ପୋଲିସକୁ କହିଛି ।  

{"id":72725}

ଏହି ଲୁଟେରାମାନେ ରାଜଧାନୀର ବିଭିନ୍ନ ଅଂଚଳରେ ଅପରେଟ କରୁଥିଲେ ସକାଳୁ ମର୍ଣ୍ଣିଂ ୱାକ୍‌ରେ ଯାଉଥିବା ବୟସ୍କ ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପିନେବାରେ ଏମାନେ ବେଶ ଅଭ୍ୟସ୍ତ । ସେହିଭଳି ସଂଧ୍ୟା ସମୟରେ ମୋବାଇଲରେ କଥା ହୋଇଯାଉଥିବା ଲୋକଙ୍କୁ ଆକ୍ରମଣ କରି ଏମାନେ ଦାମି ମୋବାଇଲ ଫୋନ ମଧ୍ୟ ଲୁଟି ନେଉଥିଲେ । ସେହିଭଳି ବିଭିନ୍ନ ଜନଗହଳି ପୂର୍ଣ୍ଣ ଅଂଚଳରୁ ଏମାନେ ବାଇକ ଚୋରୀ କରିବାରେ ମଧ୍ୟ ବେଶ ଧୁରନ୍ଧର । ଏହି ୮ଜଣିଆ ଲୁଟେରାଙ୍କୁ ପୋଲିସ ଅଲଗା ଅଲଗା ଜେରା କରୁଛି । ସେମାନଙ୍କଠୁ ଆହୁରି ଲୁଟ ସାମଗ୍ରୀ ମିଳିବ ବୋଲି ଆଶା ରଖିଛି ପୋଲିସ ।

{"id":72726}

ଲୁଟ କରିବା ସହ ଆକ୍ରମଣ କରି ଲୋକଙ୍କୁ ଆହତ କରିବାକୁ ମଧ୍ୟ ଏହି ଲୁଟେରାମାନେ ପଛାଇନଥାନ୍ତି । ନିଜକୁ ବଂଚାଇବା ପାଇଁ ଅନ୍ୟ ଉପରେ ଏମାନେ ଘାତକ ଆକ୍ରମଣ ମଧ୍ୟ କରିଥାନ୍ତି । ଗତ କିଛିଦିନ ହେଲା ରାଜଧାନୀରେ ଲୁଟ ଓ ରାହାଜାନୀ ବୃଦ୍ଧି ପାଇଛି । ବିଶେଷ କରି ରାତିରେ ଲୋକେ ଘରୁ ପଦାକୁ ବାହାରିବାକୁ ଭୟ କରୁଛନ୍ତି ।

{"id":72728}

୪ଦିନ ତଳେ ନୟାପଲ୍ଲୀ ଅଂଚଳରେ ଲୁଟେରା ଆତଙ୍କରାଜ ଚଳାଇଥିଲେ । ଗୋଟିଏ କାର ଉପରେ ଲୁଟେରାମାନେ ଆକ୍ରମଣ କରିଥିଲେ । ତେବେ କାର ଚାଳକ ନିଜ ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ସେମାନଙ୍କ କବଳରୁ ଖସିଯାଇଥିଲେ । ତେବେ କେନ୍ଧୁଝରରୁ ନାଇଟ ଏକ୍ସପ୍ରେସରେ ଫେରୁଥିବା ଦମ୍ପତ୍ତି ନୟାପଲ୍ଲୀରେ ଓହ୍ଲାଇ ଚାଲି ଚାଲି ନିଜ ଘରକୁ ଯାଉଥିବାବେଳେ ଏହି ଲୁଟେରାଙ୍କ ଶିକାର ହୋଇଥିଲେ ।

{"id":72729}

ସେହିଭଳି ୪ଦିନ ତଳେ ଲୁଟେରାମାନେ ଚନ୍ଦ୍ରଶେଖରପୁର ଅଂଚଳର ଜଣେ ବ୍ୟବସାୟୀଙ୍କ ଉପରେ ପ୍ରାଣାନ୍ତକ ଆକ୍ରମଣ କରିଥିଲେ । ଆଜି ୮ ଜଣ ଲୁଟେରାଙ୍କୁ ସହିଦନଗର ପୋଲିସ ଗିରଫ କରିବା ପରେ ଲୁଟେରାଙ୍କୁ ଧରିବା ପାଇଁ କମିଶନରେଟ ପୋଲିସ ତା ଅଭିଯାନକୁ ଯୋରଦାର କରିଛି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.