ରାତି ୯ଟା ସୁଦ୍ଧା ମୁଣ୍ଡଳିରେ ୮ ଲକ୍ଷ କ୍ୟୁସେକ ବନ୍ୟାଜଳ ପହଞ୍ଚିବ: ସତର୍କ ରହିବାକୁ ନିର୍ଦ୍ଦେଶ

Published By : Prameya-News7 Bureau | August 29, 2018 IST

ଭୁବନେଶ୍ବର୨୯|୮: ହୀରାକୁଦ ଜଳଭଣ୍ଡାରର ୨୫ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି ରହିଛି ।ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ୬୨୧.୬୭ ଫୁଟ ରହିଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ପ୍ରବେଶ କରୁଛି ୪ ଲକ୍ଷ ୫୮ ହଜାର କ୍ୟୁସେକ ଜଳ।ସେହିପରି ନିଷ୍କାସିତ ହେଉଛି ୪ ଲକ୍ଷ  ୮ ହଜାର କ୍ୟୁସେକ ଜଳ ।ବର୍ତ୍ତମାନ ଆଉ ଗେଟ୍‌ ଖୋଲିବାର ସମ୍ଭାବନା ନାହିଁ ।ରାତି ୯ଟା ସୁଦ୍ଧା ମୁଣ୍ଡଳିରେ ୮ ଲକ୍ଷ କ୍ୟୁସେକ ବନ୍ୟାଜଳ ପହଞ୍ଚିବ ।ପରିସ୍ଥିତି ଉପରେ ନଜର ରଖିବାକୁ ପ୍ରଶାସନିକ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।ଜଳସମ୍ପଦ ବିଭାଗ ସଚିବ ପ୍ରଦୀପ କୁମାର ଜେନା ଏହି ସୂଚନା ଦେଇଛନ୍ତି। ସେପଟେ ଭଦ୍ରକର ସାଳନ୍ଦୀ ନଦୀ ଫୁଲିବାରେ ଗାଲିଛି । ସୋନପୁର , ବୌଦ୍ଧ ଜିଲ୍ଲାର କଂଟାମାଳ, କଟକ ଜିଲ୍ଲାର ବାଂକି ଆଦି ଅଂଚଳରେ ବନ୍ୟାଭଳି ପରିସ୍ଥିତି ଉପୁଜିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.