Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଲିଗୁଡା : ପାରିବାରିକ କଳହ ନେଲା ଜୀବନ, ଚୈତନ୍ୟଙ୍କୁ ମାରିଦେଲେ ବାପା ଓ ୨ ଭାଇ
  • ||
  • ବାଙ୍କୀ : ବାଙ୍କୀ ହୁଳୁହୁଳା ପୋଲ ଉପରେ ପୁଣି ୨ ଫୁଟ ବନ୍ୟା ଜଳ ପ୍ରବାହିତ, ଯାତାୟାତ ବାଧାପ୍ରାପ୍ତ
  • ||
  • ଚାନ୍ଦବାଲି : ଚାନ୍ଦବାଲିର ୪ ପଞ୍ଚାୟତର ୧୦ଗୋଟି ଗାଁ ବନ୍ୟା ଘେରରେ, ୨ଟି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ
  • ||
  • ଓଭରବ୍ରିଜ୍ ଉପରେ ବିରାଟ ଗାତ, ବିପଦସଙ୍କୁଳ ଅବସ୍ଥାରେ ଚଳାଚଳ କରୁଛି ଯାନବାହାନ
  • ||
  • ଚଣ୍ଡିଖୋଲ : ଗ୍ୟାସ୍ ଗାଡି ସହ ବାଇକ୍ ଧକ୍କା : ୨ ଗୁରୁତର, ଜାତୀୟ ରାଜପଥରେ ଗ୍ୟାସ୍ ଲିକ୍
  • ||
  • ମାଟି ଘରେ ଶୋଇଥିଲେ ବୃଦ୍ଧା, ହଠାତ ମାଡି ବସିଲା କାନ୍ଥ
  • ||
  • ଭୁବନେଶ୍ବର : ସିଲ୍ ହେଲା ଭୁବନେଶ୍ବର ତହସିଲ୍ ଓ ଉପଜିଲ୍ଲାପାଳ ଅଫିସ୍, କରୋନା ପଜିଟିଭ୍ ସଂଖ୍ୟା ବଢିବାରୁ ପଦକ୍ଷେପ
  • ||
  • ପାଟଣାଗଡ : ହାତୀ ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ମାତିଛନ୍ତି ହାତୀପଲ : ଜଳକ୍ରୀଡା ପରେ ଭାଙ୍ଗୁଛନ୍ତି ଘର, ନଷ୍ଟ କରୁଛନ୍ତି ଫସଲ
  • ||
  • କଟକ : ମୁଣ୍ଡଳୀରେ ବଢିଲା ମହାନଦୀ ଜଳସ୍ତର, ସେପଟେ ନରାଜରେ କାଠଯୋଡି ଜଳସ୍ତର ସାମାନ୍ୟ ବୃଦ୍ଧି
  • ||

ଲଗାଣ ବର୍ଷା ହେଲା କାଳ, ବଡ଼ ଧରଣର ଭୂସ୍ଖଳନରେ ୮ମୃତ

11/07/2020 at 7:35 AM

ଇଟ୍ଟାନଗର ୧୧।୦୭: ତାଣ୍ଡବ ରଚିଛି ବର୍ଷା । ଅରୁଣାଚଳପ୍ରଦେଶରେ ଲଗାଣ ବର୍ଷା ଫଳରେ ବଡ଼ ଧରଣର ଭୂସ୍ଖଳନ । ପପୁମ୍ପାରେ ଜିଲ୍ଲାର ଟିଗଡୋ ଗାଁରେ ଭୂସ୍ଖଳନ ହେତୁ ଜଣେ ୮ ମାସର ଶିଶୁଙ୍କ ସମେତ ୮ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଜଣେ ନିଖୋଜ ରହିଥିବା ଜଣାପଡିଛି । ମାଟି ଧସିଯିବାରୁ ଗାଁ ଲୋକେ କାଦୁଅରେ ଫସିଯାଇଥିଲେ । ଏନଡିଆରଏଫ ଏବଂ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ । ଜେସିବି ସହାୟତାରେ କାଦୁଅ ହଟାଇ ମୃଦେହଗୁଡିକୁ ଉଦ୍ଧାର କରାଯାଇଛି । ରାଜ୍ୟ ସରକାରଙ୍କ ପାଣ୍ଠିରୁ ମୃତକଙ୍କ ପରିବାରକୁ ସହାୟତା ଯୋଗାଇ ଦିଆଯିବ ।

ରାଜ୍ୟରେ ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ପାହାଡ ପାଦଦେଶ ନିକଟରେ ଥିବା ଘରଗୁଡ଼ିକ ଉପରେ ମାଟି ଧସିଯାଉଛି । ତେଣୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛି ପ୍ରଶାସନ । ସେପଟେ ପ୍ରବଳ ବନ୍ୟା ଯୋଗୁଁ ପାସିଘାଟର ସିବୋ କୋରୋଙ୍ଗ ନଦୀରେ ଫସି ରହିଥିବା ଦମ୍ପତିଙ୍କୁ ଅରୁଣାଚଳ ପ୍ରଦେଶ ପୋଲିସ ଏବଂ ପୂର୍ବ ସିଆଙ୍ଗ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଏଜେନ୍ସି ଉଦ୍ଧାର କରିଛନ୍ତି।

   Related Posts