ଦାଣ୍ଡି ମାର୍ଚ୍ଚକୁ ପୁରିଲା ୮୯ ବର୍ଷ : କ'ଣ କହିଲେ ମୋଦି ଜାଣନ୍ତୁ

Published By : Prameya-News7 Bureau | March 12, 2019 IST

ଗାନ୍ଧୀନଗର ୧୨/୩ : ଆଜିର ଦିନ ଭାରତ ଇତିହାସରେ ସୁନେଲି ଅକ୍ଷରରେ ଲେଖା ଯାଇଛି | ଆଜିର ଦିନରେ ଦାଣ୍ଡି ଯାତ୍ରା ହୋଇଥିଲା | ଦାଣ୍ଡି ଯାତ୍ରାକୁ ଆଜି ୮୯ ବର୍ଷ ପୁରି ଯାଇଛି | ୧୯୩୦ ମସିହା ମାର୍ଚ୍ଚ ୧୨ ତାରିଖରେ ଆରମ୍ଭ ହୋଇଥିଲା ଦାଣ୍ଡି ଯାତ୍ରା | ଦାଣ୍ଡି ଯାତ୍ରାକୁ ଭାରତ ସ୍ୱାଧୀନତା ସଂଗ୍ରାମର ଏକ ମହତ୍ଵପୁର୍ଣ ଅଂଶ ବୋଲି ବିଚାର କରାଯାଏ | ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଟ୍ୱିଟ କରିଛନ୍ତି | ସେ କହିଛନ୍ତି ଯେ, ଏକ ମୁଠା ଲୁଣ ଇଂରେଜଙ୍କ ସ୍ଥିତିକୁ ଦୋହଲାଇ ଦେଇଥିଲା |


ଏହାସହ ମୋଦି ନିଜ ବ୍ଲଗ ମଧ୍ୟ ସେୟାର କରିଛନ୍ତି | ମୋଦି କଂଗ୍ରେସକୁ ଟାର୍ଗେଟ କରି ଲେଖିଛନ୍ତି ଯେ, ଗାନ୍ଧୀ ଜୀ ସବୁବେଳେ ସନ୍ଦେଶ ଦେଉଥିଲେ ଯେ, ଅସମାନତା ଏବଂ ଜାତିଗତ ବିଭାଜନ ତାଙ୍କୁ ସ୍ୱୀକାର ନୁହଁ | ଦେଶବାସୀଙ୍କ ମଧ୍ୟରେ ଭାଇ ଚାରା ହିଁ ପ୍ରକୃତ ସ୍ୱାଧୀନତା ବୋଲି କହୁଥିଲେ ଗାନ୍ଧୀ | କିନ୍ତୁ କଂଗ୍ରେସ ସମାଜକୁ ବିଭାଜନ କରିଦେଇଛି ବୋଲି କହିଛନ୍ତି ମୋଦି | କଂଗ୍ରେସ ଶାସନକାଳରେ ଦେଶରେ ସବୁଠାରୁ ଭୟଙ୍କର ଦଙ୍ଗା ଏବଂ ଦଳିତଙ୍କ ନରସଂହାର ଭଳି ଘଟଣା ଘଟିଛି |

wp:quote

Tributes to Bapu and all those who marched with him to Dandi in pursuit of justice and equality.

Sharing a few thoughts on the Dandi March, the ideals of Bapu and his disdain for the Congress culture in my blog.https://t.co/QVuDNCZoXL— Narendra Modi (@narendramodi) March 12, 2019

/wp:quote


ମୋଦି ପ୍ରଶ୍ନ କରିଛନ୍ତି ଯେ, ଦାଣ୍ଡି ମାର୍ଚ୍ଚରେ ସବୁଠାରୁ ମହତ୍ଵପୁର୍ଣ ଭୂମିକା କିଏ ନେଇଥିଲେ ଦେଶବାସୀ ଜାଣିଛନ୍ତି କି ? ଏହି ଦାଣ୍ଡି ମାର୍ଚ୍ଚରେ ମୁଖ୍ୟ ଭୂମିକା ଥିଲା ସର୍ଦାର ବଲ୍ଲଭ ଭାଇ ପଟେଲଙ୍କର | ସେ ମୂଳରୁ ଶେଷ ପର୍ଯ୍ୟନ୍ତ ଯୋଜନା ପ୍ରସ୍ତୁତ କରିଥିଲେ | ଇଂରେଜମାନେ ସରଦାର ଭାଇଙ୍କୁ ବହୁତ ଭୟ କରୁଥିଲେ | ଯେଉଁଥିପାଇଁ ଦାଣ୍ଡି ମାର୍ଚ୍ଚ ଆରମ୍ଭ ହେବାର କିଛି ଦିନ ପୂର୍ବରୁ ଇଂରେଜମାନେ ସର୍ଦାର ଭାଇଙ୍କୁ ଗିରଫ କରିଦେଇଥିଲେ | ସର୍ଦାରଙ୍କୁ ଗିରଫ କଲେ ଗାନ୍ଧୀ ଜି ଡରିଯିବେ ବୋଲି ଭାବିଥିଲେ ଇଂରେଜ |


ଯେଉଁଠାରୁ ଗାନ୍ଧୀ ଜି ଲୁଣ ଉଠାଇଥିଲେ ଠିକ ସେହି ଜାଗାରେ ଏକ ସଂଗ୍ରହାଳୟ ତିଆରି କରାଯାଇଛି | ୧୯୪୭ ମସିହାରେ ଗାନ୍ଧୀ ଜି କହିଥିଲେ, ଭାରତର ଗାରିମା ରକ୍ଷା କରିବା ସବୁ ଅଗ୍ରଣୀ ପୁରୁଷଙ୍କ କର୍ତବ୍ୟ, ସେ ଯେଉଁ ଦଳରୁ ହେଉ ଥାଆନ୍ତୁ ନା କାହିଁକି | କିନ୍ତୁ ପୁରୁଷ ଭିତରେ ଯଦି ଦୁର୍ନୀତି ଏବଂ କୁଶାସନ ଘର କରେ ତାହେଲେ ଦେଶର ଗାରିମାକୁ ରକ୍ଷା କରାଯାଇ ପାରିବନାହିଁ | କାରଣ କୁଶାସନ ଏବଂ ଦୁର୍ନୀତି ୨ ଭାଇ | ଏମାନେ ମିଳିମିଶି ଚାଲନ୍ତି | ଦୁର୍ନୀତି ବିରୋଧରେ ଲଢ଼ିବା ପାଇଁ ସେ ସବୁ ପ୍ରକାର ପଦକ୍ଷେପ ନେଇଛନ୍ତି ବୋଲି କହିଛନ୍ତି ମୋଦି | କିନ୍ତୁ କଂଗ୍ରେସରେ ଦୁର୍ନୀତି ନିଜ ସ୍ଥିତି ବଜାୟ ରଖିଛି |


ମୋଦି ନିଜ ବ୍ଲଗରେ ଆହୁରି କହିଛନ୍ତି ଯେ, ବାପୁ କହିଥିଲେ ଯେ, ସବୁବେଳେ ଅତିରିକ୍ତ ଧନରୁ ଦୁରେଇ ରହିବ ଉଚିତ | କିନ୍ତୁ କଂଗ୍ରେସ ସବୁବେଳେ ନିଜ ବ୍ୟାଙ୍କ ଆକାଉଣ୍ଟ ଭର୍ତ୍ତି କରିବାରେ ରହିଲା | ଗରିବଙ୍କ ଦୁଃଖ ନିବାରଣ କରିବା କଥା ଚିନ୍ତା ନକରି ନିଜ ଆରାମ ଏବଂ ସୌଖିନ ଜୀବନ ଶୈଳୀ ବିଷୟରେ ଚିନ୍ତା କଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.