ରାଜଧାନୀରେ ଶହେ ତଳକୁ ଖସିଲା କରୋନା ସଂକ୍ରମଣ, ୨୦୨୧ ମସିହାରେ ସବୁଠାରୁ କମ୍‌ ମାମଲା ରେକର୍ଡ

Published By : Prameya-News7 Bureau | June 21, 2021 IST

ନୂଆଦିଲ୍ଲୀ, ୨୧।୦୬: ଦେଶର ରାଜଧାନୀ ଦିଲ୍ଲୀରେ କରୋନା ଏବେ ନିୟନ୍ତ୍ରଣ ସ୍ଥିତିରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ କରୋନା ମାମଲା ୧୦୦ ତଳକୁ ଆସିଛି । ଯାହାକି ଚଳିତ ବର୍ଷରେ ଏକ ଦିନ ମଧ୍ୟରେ ସବୁଠାରୁ କମ୍‌ ମାମଲା । ଦିଲ୍ଲୀ ସ୍ୱାସ୍ଥ୍ୟ ବିଭାଗ ମୁତାବିକ, ଆଜି ୮୯ ଜଣ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏହା ସହିତ ସଂକ୍ରମଣ ୦.୧୬ ପ୍ରତିଶତକୁ ଖସି ଆସିଛି । ପୂର୍ବ ୨୪ ଘଣ୍ଟା ମଧ୍ୟରେ କରୋନାରେ ୧୧ ଜଣ ରୋଗୀଙ୍କର ଜୀବନ ଯାଇଥିବା ବେଳେ ୧୯୯୬ ଜଣ ସକ୍ରୀୟ ମାମଲା ରହିଥିବା ଜଣାପଡ଼ିଛି ।

ଚଳିତ ବର୍ଷ ୧୬ ଫେବୃଆରୀରେ କୋଭିଡ୍‌-୧୯ ସବୁଠାରୁ କମ୍ ମାମଲା ୯୪ ଆସିଥିଲା । ହେଲେ ଆଜି ରୋକର୍ଡ ହୋଇଥିବା ମାମଲା ସବୁଠାରୁ କମ୍‌ । ସ୍ୱାସ୍ଥ୍ୟ ବିଭାଗ ମୁତାବିକ ଦିଲ୍ଲୀରେ ଏବେ ୧୪,୩୨,୩୮୧ କରୋନାରେ ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୪, ୦୫, ୪୬୦ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ ୨୪,୯୨୫ ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ।

ଏହା ପୂର୍ବରୁ ରବିବାର କରୋନାର ୧୨୪ଟି ମାମଲା ସାମ୍ନାକୁ ଆସିଥିଲା ଏବଂ ୭ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିଲା । ଶନିବାର ୧୩୫ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୭ଜଣଙ୍କ ଜୀବନ ଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.