ସେନା ଲାଗି ନିଷିଦ୍ଧ ହେଲା ଫେସ୍‌ବୁକ୍ ସମେତ ୮୯ ମୋବାଇଲ ଆପ୍, ୧୫ ଜୁଲାଇରୁ କଡା ହେବ କଟକଣା

Published By : Prameya-News7 Bureau | July 09, 2020 IST

ନୂଆଦିଲ୍ଲୀ ୯।୭: ଭାରତୀୟ ସେନାରେ ଫେସ୍‌ବୁକ୍‌ ସମେତ ୮୯ ମୋବାଇଲ ଆପ୍‌ ବ୍ୟବହାର ଉପରେ କଟକଣା ଲାଗିଛି। ଜାତୀୟ ସୁରକ୍ଷା ଓ  ସମ୍ବେଦନଶୀଳ ସୂଚନା ଲିକ୍‌ ହେବା ଆଶଙ୍କାରେ ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଇଛି। ଜୁଲାଇ ୧୫ ତାରିଖରୁ ଏହି କଟକଣା କଡାକଡି କରାଯିବ। ଯେଉଁ ସେନା କର୍ମଚାରୀମାନେ ଏଭଳି ସବୁ ଆପ୍‌ ବ୍ୟବହାର କରୁଛନ୍ତି ସେମାନଙ୍କୁ ସେ ସବୁକୁ ମୋବାଇଲରୁ ସଫା କରିଦେବାକୁ କୁହାଯାଇଛି।

{"id":298325,"sizeSlug":"large"}

ଏହା ବାଦେ ଯଦି କୌଣସି ସେନା କର୍ମଚାରୀ ଏଭଳି ମୋବାଇଲ ଆପ୍ଲିକେସନର ଉପଯୋଗ କରୁଥିବା ଜଣାପଡେ ତେବେ ତାଙ୍କ ବିରୋଧରେ ସୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମଧ୍ୟ ଚେତାଇ ଦିଆଯାଇଛି। ନିକଟରେ କେନ୍ଦ୍ର ସରକାର ୫୯ଟି ଚୀନ୍‌ ଆପ୍‌କୁ ନିଷିଦ୍ଧ କରିଦେଇଛନ୍ତି। ଏବେ ସେନାଲାଗି ନିଷିଦ୍ଧ ହୋଇଥିବା ଆପ୍ଲିକେସନମାନଙ୍କରେ ଫେସ୍‌ବୁକ୍, ଟିକ୍‌ଟକ୍‌, ଟିଣ୍ଡର, ପବଜି, ଇଁଷ୍ଟାଗ୍ରାମ, ସ୍ନାପ୍‌ ଚାଟ୍‌, ଓକେକ୍ୟୁପିଡ୍, ୟୁସିବ୍ରାଉଜର, ବମ୍ବଲ, ସେୟାର ଇଟ୍‌, କେମ୍ ସ୍କାନର ଓ କ୍ଲବ ଫ୍ୟକ୍ଟ୍ରି ଭଳି ଆପ୍‌ ସବୁ ରହିଛି।

{"id":298326,"sizeSlug":"large"}

ଚୀନ୍ ଓ ପାକିସ୍ତାନ ଅନଲାଇନ୍‌ରେ ସେନାଉପରେ ଟାର୍ଗେଟ୍‌ କରୁଥିବାରୁ ଏପରି ପଦକ୍ଷେପ ନିଆଯାଇଛି। ଗତ କିଛି ଦିନରୁ ସେନାରେ ହନିଟ୍ରାପ୍‌ ମାମଲା ବଢିବାରେ ଲାଗିଥିଲା। ଏଣୁ ଏଭଳି ପଦକ୍ଷେର ନିଆଯାଇଥିବା ନିଜ ନାମ ପ୍ରକାଶ ନ କରିବା ସର୍ତ୍ତରେ ଏହି ସୂଚନା ଦେଇଛନ୍ତି। ସେନା ଲାଗି ସୋସିଆଲ ମିଡିଆ ଆପ୍‌ରେ ଫେସବୁକ୍, ଇଂଷ୍ଟାଗ୍ରାମ ଓ ସ୍ନାପ୍ ଚାଟ୍ ପ୍ରଦିବନ୍ଧିତ ହୋଇଛି। ସେହିପରି ମ୍ୟାସେଜିଂ ଆପ୍‌ରେ ବି ଚାଟ୍‌, ହେଲୋ, ଶେୟାର ଚାଟ୍, ୱାଇବର, ଆଇଏମଓ ଏବଂ ହାଇକ୍। ଭିଡିଓ ହୋଷ୍ଟିଂ ଆପ୍‌ରେ ଟିକ୍‌ଟକ୍‌, ଲାଇକି, ସମୋସା ଓ କ୍ୱାଲି। ବ୍ଲଗିଙ୍ଗ ଓ ମାଇକ୍ରୋ ବ୍ଲଗିଙ୍ଗ ଆପ୍ସରେ ଟମ୍ବଲର ଓ ରେଡିଟ୍। ମ୍ୟୁଜିକ୍ ଆପରେ ହଙ୍ଗାମା ଓ ସଙ୍ଗସ୍ ଡଟ୍ ପିକେ। ଲାଇଫଷ୍ଟାଇଲ ଆପ୍‌ରେ ପପକ୍ସୋ, ନ୍ୟୁଜ୍‌ ଆପ୍‌ରେ ନ୍ୟୁଜ୍‌ ଡଗ୍, ଡେଲିହଣ୍ଟ, ଡେଟିଂ ଆପସ୍‌ରେ ଟିଣ୍ଡର, ଓକେକ୍ୟୁପିଟ୍, ବେଡୁ, ବମ୍ବଲ, ହ୍ୟାପନ୍‌, କାଉଚ୍ ସର୍ଫିଙ୍ଗ, ୟୁଟିଲାଟି ଆପ୍‌ରେ ଟ୍ରୁକଲର ଓ ବ୍ୟୁଟି ପ୍ଲସ ଆଦି ଆପ୍‌ ନିଷିଦ୍ଧ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.