ବିଷାକ୍ତ ମଦ ପିଇ ୮୯ ମୃତ ,୧୨୦ ହସ୍ପିଟାଲରେ ଭର୍ତ୍ତି: ଗୋଟିଏ ଗାଁରେ ଗଲା ୧୬ଜୀବନ

Published By : Prameya-News7 Bureau | February 09, 2019 IST

କୂଶୀନଗର ୯/୨ : ଉତ୍ତର ପ୍ରଦେଶ ସହାରନପୁର ପାଇଁ ଅଶୁଭ ଥିଲା ଶୁକ୍ରବାର | ସହାରନପୁର ଏବଂ ରୁଡକିରେ ବିଷାକ୍ତ ମଦ ପିଇ ଏପର୍ଯ୍ୟନ୍ତ ୮୯ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି | ୧୨୦ ଜଣ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି | ଘଟଣାରେ ପୋଲିସର ଦାୟିତ୍ବହୀନତା ଯୋଗୁଁ ଥାନା ଅଧିକାରୀଙ୍କ ସମେତ ୧୦ଜଣ ପୋଲିସ କର୍ମଚାରୀ ଏବଂ ଅବକାରୀ ବିଭାଗର ୩ଜଣ ଇନ୍ସପେକ୍ଟରଙ୍କୁ ନିଲମ୍ବିତ କରାଯାଇଛି |

ଉତ୍ତରଖଣ୍ଡ ସରକାର ରୁଡକିର ଅବକାରୀ ନିରୀକ୍ଷକଙ୍କ ସମେତ ୧୩ ଜଣ ଅଧିକାରୀଙ୍କୁ ନିଲମ୍ବିତ କରିବା ସହ ଘଟଣାର ମାଜିଷ୍ଟ୍ରେଟ ଯାଞ୍ଚ ପାଇଁ ନିର୍ଦେଶ ଦେଇଛନ୍ତ | ଉତ୍ତର ପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ବିଷାକ୍ତ ମଦ ପିଇ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ଘଟଣା ସାମ୍ନାକୁ ଆସିଛି | ଘଟଣାରେ ମିରଠ, ସାହାରନପୁର, ରୁର୍କି ଏବଂ କୂଶୀନଗରର ଅନେକ ଲୋକେ ଅଛନ୍ତି |

ଅପରପକ୍ଷରେ ହରିଦ୍ୱାରରେ ବିଷାକ୍ତ ମଦ ପିଇ ଗୋଟିଏ ଗାଁର ୧୬ ଜଣଙ୍କ ମୃତ୍ୟୁ ହୋଇଛି | ହରିଦ୍ୱାରର ବ୍ଳଲୁପୁର ଗାଁରେ ଜଣେ ମୃତ ବ୍ୟକ୍ତିଙ୍କ ଦଶାହ କାମରେ ସାମିଲ ହେବାକୁ ଯାଇଥିବା କିଛି ଲୋକେ ମଦ ପିଇଥିଲେ | ମଦ ପିଇବା ପରେ ପାଖାପାଖି ୨୫ ଜଣ ଅସୁସ୍ଥ ହୋଇପଡିଥିଲେ |

{"id":83563,"width":583,"height":415}

ବିଷାକ୍ତ ମଦ ପିଇବାରୁ ବ୍ଳଲୁପୁର ଗାଁର ହିଁ ୧୬ ଜଣଙ୍କର ମୃତ୍ୟୁ ହୋଇଛି | ଆହୁରି ଅନେକ ଲୋକ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି | ଯେଉଁମାନେ ଏବେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି ସେମାନଙ୍କ ସ୍ଥିତି ଭଲ ନଥିବା କହିଛନ୍ତି ଡାକ୍ତର | ଉତ୍ତରଖଣ୍ଡର ଜଣେ ପୋଲିସ ଅଧିକାରୀ କହିଛନ୍ତି ୧୮ଜଣ ବ୍ୟକ୍ତି ଏହି ଗାଁରେ ମଦ ପିଇ ସାହରନପୁର ଫେରି ଯାଇଥିଲେ | ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା |


ଘଟଣାରେ ପୋଲିସ ଅଧିକାରୀ କହିଛନ୍ତି ଯେ, ଦଶାହ କାର୍ଯ୍ୟରେ ଯୋଗ ଦେବାକୁ ଯାଇଥିବା ଲୋକଙ୍କୁ ରନ୍ଧା ମଦ ଦିଆଯାଇଥିଲା | ଯାହାଫଳରେ ଲୋକଙ୍କ ଅବସ୍ଥା ବିଗିଡି ଯାଇଥିଲା | ୧୬ ଜଣଙ୍କ ମଧ୍ୟରୁ ୧୧ଜଣ ବ୍ଳଲୁପୁର ଗାଁର ହୋଇଥବାବେଳେ ୫ଜଣ ନିକଟସ୍ଥ ସହରନପୁରର |

{"id":83565}


ବିଷାକ୍ତ ମଦ ପିଇ ୧୬ଜଣଙ୍କ ମୃତ୍ୟୁ ଘଟଣା ପରେ ଉତ୍ତର ପ୍ରଦେଶ ସରକାର ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି | କୂଶୀନଗର ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି | ବ୍ଳଲୁପୁର ନିକଟସ୍ଥ ଏକ ଢାବାରେ ଛିଡା ହୋଇଥିବା ଏକ ଟ୍ରକରେ କୁଣ୍ଡା ବସ୍ତା ଭିତରେ ଲୁଚାଇ ମଦ ଚାଲାଣ ହେଉଥିଲା | କୂଶୀନଗର ଅବକାରୀ ବିଭାଗର ଚଢ଼ାଉ ବେଳେ କୁଣ୍ଡା ବସ୍ତାରୁ ୧୬୦୦ ପେଟି ମଦ ଜବତ କରିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.