ବିସିସିଆଇର ୮୮ତମ ଏଜିଏମ୍ ବୈଠକ :୧୨ଟି ପ୍ରସଙ୍ଗ ଉପରେ ହେବ ଆଲୋଚନା

Published By : Prameya-News7 Bureau | December 01, 2019 IST

ମୁମ୍ବାଇ ୦୧।୧୨: ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ଅଧ୍ୟକ୍ଷତାରେ ବିସିସିଆଇର ୮୮ତମ  ଏ.ଜି.ଏମ୍ ବସିଛି । ୩ ବର୍ଷ ପରେ ବସୁଛି ବିସିସିଆଇର ଏଜିଏମ ବୈଠକ। ଆଜିର ଏଜିଏମ ପାଇଁ ବୋର୍ଡ ପକ୍ଷରୁ ୧୨ଟି  ପ୍ରସଙ୍ଗକୁ ନେଇ ଏଜେଣ୍ଡା ପ୍ରସ୍ତୁତ କରାଯାଇଛି। 

{"id":192492,"sizeSlug":"large"}

ବିସିସିଆଇର ଏ.ଜି.ଏମ୍ ବୈଠକରେ ଆକାଉଣ୍ଟକୁ ପାରିତ କରାଇବା, ୨୦୧୯-୨୦ ପାଇଁ ନୂଆ ବଜେଟ , ନୂତନ  ଅଡିଟର ନିଯୁକ୍ତି, କ୍ରିକେଟ ପରାମର୍ଶଦାତା କମିଟି ଗଠନ ଆଜିର ଏଜେଣ୍ଡାର ରହିଛି। ବୈଠକରେ ଆଇସିସିରେ  ବୋର୍ଡର ପ୍ରତିନିଧିତ୍ବ ନିଯୁକ୍ତ କରିବା ନେଇ ମଧ୍ୟ ଚର୍ଚ୍ଚା ହେବ। 

{"id":192493,"sizeSlug":"large"}

ଆଜିର ବୈଠକରେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ  କାର୍ଯ୍ୟକାଳ ବୃଦ୍ଧି ନେଇ  ମଧ୍ୟ ଆଲୋଚନା ହେବ। ଏଥିରେ  ବିସିସିଆଇର ସମ୍ବିଧାନ ସଂଶୋଧନ ପାଇଁ ପ୍ରସ୍ତାବ ରହିଛି।  ସମ୍ବିଧାନ ସଂଶୋଧନ ପାଇଁ  ବିସିସିଆଇ ସଦସ୍ୟଙ୍କ ପକ୍ଷରୁ ତିନି ଚତୁର୍ଥାଂଶ  କୋରମ ମଧ୍ୟ  ପ୍ରସ୍ତୁତ କରାଯାଇଛି।

{"id":192494,"sizeSlug":"large"}

ବିସିସିସିଆଇରେ ସଂସ୍କାର ନେଇ ଲୋଧା କମିଟି ଦ୍ବାରା ପ୍ରସ୍ତୁତ କରାଯାଇଥିବା ବିସିସିଆଇ ସମ୍ବିଧାନକୁ ସୁପ୍ରିମକୋର୍ଟ ମଞ୍ଜୁର କରିଛନ୍ତି। ସମ୍ବିଧାନର ନିୟମ ଅନୁଯାୟୀ କୌଣସି ପଦାଧିକାରୀ  ବୋର୍ଡ କିମ୍ବା କୌଣସି  ରାଜ୍ୟ ଆସୋସିଏସନରେ ଲଗାତର ୬ ବର୍ଷା କାର୍ଯ୍ୟକାଳ ପୂରଣ  କରୁଛନ୍ତି ତେବେ ସେମାନଙ୍କୁ  ୩ ବର୍ଷ ବାଧ୍ୟତାମୁଳକ ବ୍ରେକ୍ ନେବାକୁ  ହେବ। ଏହି  ନିୟମରେ ସଂଶୋଧନ ପାଇଁ ବୋର୍ଡର କିଛି ସଦସ୍ୟ ଦାବି କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.