ବାୟୁସେନା ଦିବସ : ଆକାଶରେ ଗର୍ଜିଲା ରାଫେଲ୍, ଆପେଚେ ଓ M-35 ଦେଖାଇଲେ ଦମ୍

Published By : Prameya-News7 Bureau | October 08, 2020 IST

ନୂଆଦିଲ୍ଲୀ ୦୮।୧୦ : ରାଫେଲ୍ ଦେଖାଇଲା ଦମ୍ । ବାୟୁସେନାର ୮୮ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଗାଡିଆବାଦ ହିଣ୍ଡନ ଏୟାରବେସରେ ବାୟୁସେନା ନିଜର ଶକ୍ତି ପ୍ରଦର୍ଶନ କରିଛି । ଏଥିରେ ରାଫେଲ, ସୁଖୋଇ, ଜାଗୁଆର ଏବଂ ତେଜସ୍ ସହ ଅନ୍ୟ ଯୁଦ୍ଧ ବିମାନ ପରାକ୍ରମ ପ୍ରଦର୍ଶନ କରିଛନ୍ତି । ଏୟାରଫୋର୍ସ ଡେ' ପାଳନ ଅବସରରେ ଭାରତୀୟ ଲଢୁଆ ଯୁଦ୍ଧ ବିମାନ ଆକାଶରେ ଦୁଃସାହସିକ ଫ୍ଲାଇ ପାଷ୍ଟ କରିଛନ୍ତି । ଏଥିରେ ଚିନୁକ୍, ଆପାଚେ ଏବଂ MI-35 ହେଲିକପ୍ଟର ସାମିଲ ହୋଇଛନ୍ତି । ଏସବୁ ଯୁଦ୍ଧ ବିମାନ ଆକାଶରେ ସୁଦୃଶ୍ୟ ଏକଲବ୍ୟ ଫର୍ମେସନ କରିଛନ୍ତି । ୫୬ଟି ଏୟାରକ୍ରାଫ୍ଟ ସହ ଏଥର ରାଫେଲ୍ ଯୁଦ୍ଧ ବିମାନ ମଧ୍ୟ ବାୟୁସେନା ଦିବସର ଫ୍ଲାଇଙ୍ଗ୍ ମାର୍ଚ୍ଚରେ ସାମିଲ ହୋଇଛି ।

wp:html /wp:html

ବାୟୁସେନା ଯବାନଙ୍କ ସମେତ ବିଭିନ୍ନ ବିମାନର ପାଇଲଟ, ପାରାଟ୍ରୁପରମାନେ ଅଭ୍ୟାସ କରିଛନ୍ତି । ହିଣ୍ଡନରେ ଫୁଲ ଡ୍ରେସ ରିହରସଲ ବି କରାଯାଇଥିଲା । ସୀମାରେ ଉଭୟ ଚୀନ ଏବଂ ପାକିସ୍ତାନ ସହିତ ତିକ୍ତତା ଲାଗି ରହିଥିବା ବେଳେ ବାୟୁସେନା ଦିବସରେ ଭାରତର ଶକ୍ତି ପ୍ରଦର୍ଶନ ଭାରତର ଶକ୍ତି ଜାହିର କରିଛି । ଭାରତୀୟ ବାୟୁସେନାର ପ୍ରତିଷ୍ଠା ଦିବସରେ ବାୟୁସେନା ମୁଖ୍ୟ ଭଦୋରିଆ ଅନେକ ବାୟୁବୀରଙ୍କୁ ସମ୍ମାନିତ କରିଛନ୍ତି ।

wp:html /wp:html

ବାଲାକୋଟ ଷ୍ଟ୍ରାଇକରେ ସାମିଲ ଥିବା ବାୟୁସେନା ଯବାନଙ୍କୁ ଯୁଦ୍ଧ ସେବା ମେଡାଲ ପ୍ରଦାନ କରାଯାଇଛି । ଏହି ଉତ୍ସବରେ ତିନି ସେନା ମୁଖ୍ୟ ଏବଂ CDS ବିପିନ ରାୱତ ଉପସ୍ଥିତ ଥିଲେ । ପ୍ରଥମେ ବାୟୁସେନା ମୁଖ୍ୟ ଭଦୋରିଆ ଗାର୍ଡ ଅଫ ଅନରରେ ଅଭିବାଦନ ଗ୍ରହଣ କରିବା ପରେ ଗ୍ରୁପ କ୍ୟାପଟେନ୍ ସାଗରଙ୍କ ନେତୃତ୍ବରେ ପରେଡ୍ କରାଯାଇଥିଲା । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାୟୁସେନାର ବୀର ଯବାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଯବାନଙ୍କ ସାହସ ଶୌର୍ଯ୍ୟ ଏବଂ ସମର୍ପଣ ପ୍ରେରଣା ଦିଏ ବୋଲି ମୋଦି କହିଛନ୍ତି ।

ଦେଶର ସୁରକ୍ଷା ଏବଂ ସାର୍ବଭୋମତ୍ବ ପାଇଁ ବାୟୁ ସେନା ଯବାନ କିଛି ବି କରିବେ ବୋଲି ବାୟୁ ସେନା ମୁଖ୍ୟ କହିଛନ୍ତି । ବାୟୁସେନା ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ଦେଶର ଅନେକ ବିଶେଷ ବ୍ୟକ୍ତି ବାୟୁସେନାର ଯବାନ, ପାଇଲଟ୍ ଏବଂ କର୍ମଚାରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.