ଭେଣ୍ଟିଲେଟରରୁ ଫେରୁ ନାହାନ୍ତି ନ୍ୟୁୟର୍କର କରୋନା ଆକ୍ରାନ୍ତ, ୮୮ ପ୍ରତିଶତ ପ୍ରାଣ ହରାଇଥିବା ରିପୋର୍ଟ

Published By : Prameya-News7 Bureau | April 23, 2020 IST

ନ୍ୟୁୟର୍କ: ଆମେରିକାରେ କରୋନା ଭାଇରସ୍ ସଂକ୍ରମଣ ଏବେ ଭୟାନକ ରୂପ ଧାରଣ କରିଛି। ତେବେ ନ୍ୟୁୟର୍କର ହସ୍ପିଟାଲରେ ଭର୍ତ୍ତି ହେଉଥିବା କୋଭିଡ୍-୧୯ ସଂକ୍ରମିତଙ୍କ ମଧ୍ୟରୁ ଅଧିକାଂଶ ଭେଣ୍ଟିଲେଟରରୁ ଫେରୁନଥିବା ଏକ ନୂଆ ଅଧ୍ୟୟନରୁ ଜଣାପଡିଛି। ଡାକ୍ତରଙ୍କ ଏହି ଅଧ୍ୟାୟନ ଆମେରିକା ମେଡିକାଲ ଆସୋସିଏସନ ଜର୍ଣ୍ଣାଲରେ ମଧ୍ୟ ପ୍ରକାଶିତ ହୋଇଛି। ନ୍ୟୁୟର୍କର ନର୍ଥୱେଲ ହେଲଥ୍‌ରେ ୫ହଜାର ୭୦୦ ଆକ୍ରାନ୍ତଙ୍କ ଇଲେକ୍ଟ୍ରୋନିକ୍  ହେଲଥ୍ ରେକର୍ଡ ଯାଞ୍ଚ ବେଳେ ଏହା ଜଣାପଡିଛି। ଯେଉଁମାନଙ୍କ ମଧ୍ୟରୁ ୨ହଜାର ୬୩୪ ଜଣଙ୍କ ଚୂଡାନ୍ତ ଫଳାଫଳକୁ ଡାକ୍ତରମାନେ ରିପୋର୍ଟରେ ସ୍ଥାନିତ କରିଛନ୍ତି।

{"id":258967,"sizeSlug":"large"}

ନର୍ଥୱେଲ ହେଲଥ୍‌ରେ ଭର୍ତ୍ତି ଆକ୍ରାନ୍ତଙ୍କ ମଧ୍ୟରୁ ୨୦ ପ୍ରତିଶତଙ୍କ ମୃତ୍ୟୁ ହୋଇଛି। ତେବେ ଭେଣ୍ଟିଲେଟରରେ ରହି ଚିକିତ୍ସିତ ହୋଇଥିବା ଲୋକଙ୍କ ମଧ୍ୟରୁ ୮୮ପ୍ରତିଶତଙ୍କ ଜୀବନ ରକ୍ଷା କରାଯାଇ ପାରିନାହିଁ। ଏହି ରିପୋର୍ଟ ହସ୍ପିଟାଲରେ ଭର୍ତ୍ତି ହୋଇଥିବା କରୋନା ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟର ଜଟିଳତା, ଡାକ୍ତରୀ ପରୀକ୍ଷଣ ଓ ଏଥିରୁ ବାହାରିଥିବା ରିପୋର୍ଟ ଆଧାରରେ ପ୍ରସ୍ତୁତ କରାଯାଇଛି। ସେହି ଅନୁସାରେ ହାଇପରଟେନସନ୍ ରେ ୫୬.୬ ପ୍ରତିଶତ, ପୃଥୁଳତା କାରଣରୁ ୪୧.୭ ପ୍ରତିଶତ  ଓ ଡାୟବେଟିଜ୍ ଯୋଗୁ ଜଟିଳତା କାରଣରୁ ୩୩.୮ ପ୍ରତିଶତଙ୍କ ମୃତ୍ୟୁ ହୋଇଥିବାର ଆକଳନ କରାଯାଇଛି।

{"id":258968,"width":577,"height":325,"sizeSlug":"large"}

ହସ୍ପିଟାଲରେ ଭର୍ତ୍ତି ହୋଇଥିବା ୭୭୪ଜଣ କରୋନା ସଂକ୍ରମିତଙ୍କ ଇତିହାସରୁ ୩୭୩ ଜଣ ଆଇସିୟୁରେ, ୩୨୦ ଜଣ ଇନଭାସିଭ ମେକାନିକାଲ ଭେଣ୍ଟିଲେଟର (ଆଇଏମଭି) ଓ ୮୧ ଜଣ  କିଡନୀ ରିପ୍ଲେସମେଣ୍ଟ ଥେରାପି( କେଆରଟି)ରେ ଚିକିତ୍ସିତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୫୫୩ ଜଣ ଅର୍ଥାତ ୨୦ ପ୍ରତିଶତଙ୍କ ମୃତ୍ୟୁ ହୋଇଛି। ତେବେ ବିଭିନ୍ନ ଉପାୟରେ ହୋଇଥିବା ଏହି ଅଧ୍ୟୟନରୁ ଆଇଏମଭିରେ ଚିକିତ୍ସିତ ହୋଇଥିବା ୮୮.୧ ପ୍ରତିଶତଙ୍କ ମୃତ୍ୟୁ ହୋଇଥିବାର ଜଣାପଡିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.