ଆଜି ୮୭ତମ ବାୟୁସେନା ଦିବସ : ଗାଜିଆବାଦର ହିଣ୍ଡନ ଏୟାର ବେସ୍‌ରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ

Published By : Prameya-News7 Bureau | October 08, 2019 IST

ନୂଆଦିଲ୍ଲୀ ୮।୧୦: ଆଜି ୮୭ ତମ ବାୟୁସେନା ଦିବସ । ଏଥିପାଇଁ ଦିଲ୍ଲୀ ନିକଟବର୍ତ୍ତୀ ଗାଜିଆବାଦର ହିଣ୍ଡନ ଏୟାର ବେସ୍‌ରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ବାୟୁସେନା ପକ୍ଷରୁ ଆକର୍ଷଣୀୟ ଏୟାର ସୋ' ମଧ୍ୟ କରାଯାଉଛି ।

ଏହି କାର୍ଯ୍ୟକ୍ରମରେ ମୋଟ୍ ୫୪ଟି ଏୟାର କ୍ରାଫ୍ଟ ସାମିଲ ହୋଇଛନ୍ତି । ଯେଉଁଥିରେ ୧୯ଟି ଫାଇଟର ବିମାନ, ୭ଟି ଟ୍ରାନ୍ସପୋର୍ଟ ଏୟାର କ୍ରାଫ୍ଟ ଓ ୨୦ଟି ହେଲିକପ୍ଟର କଳାକୌଶଳ ପ୍ରଦର୍ଶନ କରିବେ । ଆକାଶରୁ ତିନି ରଙ୍ଗର ପାରାଚୁଟରେ ଓହ୍ଲାଇ ଆକର୍ଷଣୀୟ କୌଶଳ ପ୍ରଦର୍ଶନ କରିବେ ବାୟୁସେନାର ଯବାନ । ଚିତାକର୍ଷକ ସୋ' ଦେଖାଇବେ ବାୟୁସେନାର ଯବାନ ।

ଏଥର ଚିନୁକ୍ ଏବଂ ଆପାଚି ଭଳି ହେଲିକପ୍ଟର ପ୍ରଥମ ଥର ବାୟୁସେନାରେ ସାମିଲ ହୋଇ ପରାକ୍ରମ ଦେଖାଇବ । ବାୟୁସେନା ମୁଖ୍ୟ ଆରକେଏସ୍ ଭଦୋରିଆ ବାୟୁସେନା ଦିବସ ଉତ୍ସବରେ ଉପସ୍ଥିତ । ୮୭ତମ ବାୟୁସେନା ଦିବସ ଅବସରରେ ଅଭିନନ୍ଦନ ବର୍ତ୍ତମାନଙ୍କୁ ମଧ୍ୟ ସମ୍ମାନିତ କରାଯିବ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରି ଯବାନମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.