Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ରାଜ୍ୟରେ ସୁସ୍ଥ ହେଲେ ଆଉ ୧୭୪୦ ଆକ୍ରାନ୍ତ
  • ||
  • ଏସ୍‌ସିବିରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା : ଆଉ ୨ ଜଣଙ୍କୁ ଗିରଫ କଲା ମଙ୍ଗଳାବାଗ ପୋଲିସ
  • ||
  • ନୂଆପଡା : ଭାରସାମ୍ୟ ହରାଇ ଓଲଟିଲା କାର୍, ୩ ଗୁରୁତର
  • ||
  • ଭୁବନେଶ୍ବର : ଭୁବନେଶ୍ବରର ୩ଟି ଶିକ୍ଷାନୁଷ୍ଠାନ ସିଲ୍, ଖୁଲମଖୁଲା କୋଭିଡ୍ ନିୟମର କରିଥିଲେ ଉଲଂଘନ
  • ||
  • ବ୍ରହ୍ମପୁର : ସୁରଟରୁ ଫେରୁଥିଲେ ପ୍ରବାସୀ, ଟ୍ରେନ୍‌ରେ ଚାଲିଗଲା ଜୀବନ
  • ||
  • ଅନୁଗୋଳ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ଗୋଟିଏ ପରିବାରର ଜଣେ ମୃତ, ୨ ଆହତ
  • ||
  • ଭୁବନେଶ୍ବର : ‘ହାଇଦର ପାଇଁ ନଥିଲା ପୋଲିସ ସୁରକ୍ଷା ବ୍ୟବସ୍ଥା, କିନ୍ତୁ ପାଖରେ ଥିଲେ ଯୁବତୀ’ – ଲେଖାଶ୍ରୀ
  • ||
  • ସମ୍ବଲପୁର : ଆଜିଠାରୁ ୧୫ ଦିନ ସମ୍ବଲପୁର ବାର୍ ବନ୍ଦ, କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
  • ||
  • ସୋର : ସରିଥିଲା ନିର୍ବନ୍ଧ, ହେଲେ ପଡିପାରିଲାନି ହାତଗଣ୍ଠି, ଶେଷରେ କାହିଁକି ଝୁଲିପଡିଲେ ଯୁବତୀ ?
  • ||
  • ବାରଙ୍ଗ : ନନ୍ଦନକାନନରୁ ଇନ୍ଦୋର ଯାଉଛନ୍ତି ୧୩ ଜୀବଜନ୍ତୁ, ଧଳା ବାଘୁଣୀ ଓ କଳା ବାଘ ସାମିଲ
  • ||

ବୁଧବାର ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୮୭୮, ଆରୋଗ୍ୟ ସଂଖ୍ୟା ୧୯ ହଜାର ନିକଟତର, ଗଞ୍ଜାମରୁ ସର୍ବାଧିକ ଆରୋଗ୍ୟ

29/07/2020 at 9:06 PM

ଭୁବନେଶ୍ଵର ୨୯।୦୭: ଦିନ ଗଡିବା ସହିତ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ରାଜ୍ୟରେ ବର୍ତ୍ତମାନ ବିନା ବ୍ରେକରେ ମାଡି ଚାଲିଛି କରୋନା ସଂକ୍ରମଣ। କିନ୍ତୁ ଆଶ୍ଵସ୍ତିକର ବିଷୟ ସଂକ୍ରମିତଙ୍କ ସହ ତାଳ ଦେଇ ସୁସ୍ଥ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ଏହି କ୍ରମରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୮୭୮ ଜଣ କରୋନାକୁ ମାତ୍ ଦେଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୧୮୯୩୮କୁ ବୃଦ୍ଧି ଘଟିଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ୍‌ ଜରିଆରେ  ବୁଧବାର ଏହାର ସୂଚନା ଦିଆଯାଇଛି।

ବିଭାଗ ଅନୁଯାୟୀ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩୯୬ କୋଭିଡ୍ ପଜିଟିଭ୍ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ପରି ଖୋର୍ଦ୍ଧାରୁ ୧୧୪, ଗଜପତିରୁ ୪୯, ଜଗତସିଂହପୁରରୁ ୪୪, କୋରାପୁଟରୁ ୩୫, ବାଲେଶ୍ଵରରୁ ୩୩, କନ୍ଧମାଳରୁ ୨୯, ଅନୁଗୁଳରୁ ୨୬, କେନ୍ଦୁଝରରୁ ୨୩, ନୟାଗଡରୁ ୧୬ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି।

ସେହି ପରି କଟକରୁ ୧୪, ସୁନ୍ଦରଗଡରୁ ୧୪, ଭଦ୍ରକରୁ ୧୩, ମାଲକାନଗିରିରୁ ୧୧, ଯାଜପୁରରୁ ୧୦, କେନ୍ଦ୍ରାପଡାରୁ ୮, ବରଗଡ, ବୌଦ୍ଧ ଓ ଢେଙ୍କାନାଳରୁ ୭ ଲେଖାଏଁ, ଝାରସୁଗୁଡାରୁ ୫, ବଲାଙ୍ଗିର ଓ ପୁରୀରୁ ୪ ଜଣ ଲେଖାଏଁ, ନୂଆପଡା ଓ ରାୟଗଡାରୁ ୨ ଲେଖାଏଁ ଏବଂ ସମ୍ବଲପୁରରୁ ଜଣେ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ଗତ ୨୪ ଘଣ୍ଟାରେ ମୋଟ୍ ୮୭୮ ଜଣ ସୁସ୍ଥ ହୋଇ ଘରକୁ  ଫେରିଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୦୬୮ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ସଂକ୍ରମିତ ସଂଖ୍ୟା ୧୯୧୭୫ରେ ପହଞ୍ଚିଛି। ଆଜି ସୁସ୍ଥ ହୋଇଥିବା ୮୭୮ ଜଣଙ୍କୁ ମିଶାଇ ରାଜ୍ୟରେ ଅଦ୍ୟାବଧି ଆରୋଗ୍ୟଙ୍କ ସଂଖ୍ୟା ୧୮୯୩୮କୁ ବୃଦ୍ଧି ଘଟିଛି।  ସେହି ଭଳି ଆଜି ଏହି ମହାମାରୀରେ ୫ ଜଣଙ୍କ ମୃତ୍ୟୁ  ଘଟିଛି। ରାଜ୍ୟରେ ଏ ପର୍ଯ୍ୟନ୍ତ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୫୯କୁ ବୃଦ୍ଧି ଘଟିଛି।

   Related Posts