ଦୁନିଆର ସବୁଠାରୁ ଅପରିଷ୍କାର ମଣିଷ: ୬୭ ବର୍ଷ ହେଲା ଗାଧୋଇ ନାହାନ୍ତି, ଖାଆନ୍ତି ପଶୁପକ୍ଷୀଙ୍କ ପଚା ମାଂସ

Published By : Prameya-News7 Bureau | January 21, 2021 IST

ନୂଆଦିଲ୍ଲୀ ୨୧/୦୧ : ସାଧାରଣତଃ ଅଧିକାଂଶ ଲୋକ ଶୀତ ଦିନେ ଗାଧୋଇବାକୁ ପସନ୍ଦ କରନ୍ତିନି। ଶୀତ ଯୋଗୁଁ କିଛି ଲୋକ ନ ଗାଧୋଇ କିଛି ଦିନ କାମ ଚଳେଇ ନିଅନ୍ତି। କିନ୍ତୁ ଦୁନିଆରେ ଏମିତି ବି ଜଣେ ମଣିଷ ଅଛନ୍ତି ଯିଏ ଗତ ୬୭ ବର୍ଷ ହେଲା ଗାଧୋଇ ନାହାନ୍ତି।

{"id":396184,"sizeSlug":"large","linkDestination":"none"}

ଗାଧୋଇବା ତ ଦୂର କଥା ୬୭ ବର୍ଷ ହେଲା ସେ ମୁହଁ ବି ଧୋଇ ନାହାନ୍ତି। ସେ ହେଉଛନ୍ତି ୮୭ ବର୍ଷ ବୟସ୍କ ଅମୋ ହାଜି। ତେବେ ସେ କାହିଁକି ୬୭ ବର୍ଷ ହେଲା ନ ଗାଧୋଇ ଅପରିଷ୍କାର ଜୀବନଯାପନ କରୁଛନ୍ତି ପଢନ୍ତୁ।

{"id":396180,"sizeSlug":"large","linkDestination":"none"}

ଅମୋ ହାଜି ଇରାନରେ ରୁହନ୍ତି। ବୟସ ୮୭ ବର୍ଷ। ଗତ ୬୭ ବର୍ଷ ହେଲା ଗାଧୋଇ ନାହାନ୍ତି। ଏତେ ବର୍ଷ ହେଲା ସେ ନ ଗାଧୋଇବା କାରଣ ହେଲା ପାଣି ପ୍ରତି ତାଙ୍କ ଡର। ଗାଧୋଇଲେ ସେ ରୋଗରେ ପଡିଯିବେ ବୋଲି ତାଙ୍କ ମନରେ ଏକ ଭୁଲ ଧାରଣା ଘର କରିଛି। ସେ ଭାବନ୍ତି ସଫା ସୁତୁରା ରହିଲେ ସେ ରୋଗୀଣା ହୋଇଯିବେ।

{"id":396181,"sizeSlug":"large","linkDestination":"none"}

ଅମୋ ହାଜିଙ୍କ ଖାଦ୍ୟପେୟ କଥା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ପଶୁପକ୍ଷୀଙ୍କ ପଚା ମାଂସ ଖାଇବାକୁ ସେ ପସନ୍ଦ କରନ୍ତି। ତାଙ୍କୁ ଝିଙ୍କ ମାଂସ ବହୁତ ପସନ୍ଦ। ବେଳେବେଳେ ସେ ସିଗାରେଟ ବି ଟାଣନ୍ତି। ତେବେ ଗୋଟିଏ କି ଦୁଇଟି ନୁହେଁ ଏକାଥରେ ୫ଟି। ଏକାଥରକେ ୫ଟି ସିଗାରେଟ ଟାଣନ୍ତି ହାଜି। ସେ ସାଧାରଣତଃ ଏକ ପୁରୁଣା ପାଇପ ମାଧ୍ୟମରେ ପଶୁପକ୍ଷୀଙ୍କ ଶୁଖିଲା ମଳ ଜଳାଇ ସ୍ମୁକ କରନ୍ତି।

{"id":396182,"sizeSlug":"large","linkDestination":"none"}

ଶୀତ ଦିନେ ଥଣ୍ଡାରୁ ରକ୍ଷା ପାଇବାକୁ ହାଜି ହେଲମେଟ ପିନ୍ଧନ୍ତି। ସେ ନିଜ କେଶରେ ନିଆଁ ଲଗାଇ କାଟନ୍ତି। ବର୍ଷ ବର୍ଷ ଧରି ନ ଗଢିଥିଲେ ବି ନିଜ ମୁହଁ ଦେଖିବାକୁ ତାଙ୍କୁ ଇଚ୍ଛା। ନିଜ ମୁହଁ ଦେଖିବାକୁ ସେ କାରର ଦର୍ପଣ ବ୍ୟବହାର କରନ୍ତି।

{"id":396183,"sizeSlug":"large","linkDestination":"none"}

ରିପୋର୍ଟ ଅନୁଯାୟୀ, ଯୁବାବସ୍ଥାରେ କିଛି ଭାବନାତ୍ମକ ଘଟଣା ଯୋଗୁଁ ହାଜି ଏହିଭଳି ଅପରିଷ୍କାର ଜୀବନଯାପନ ଆରମ୍ଭ କରିଥିଲେ ଯାହା ଏବେ ବି ଜାରି ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.