ବ୍ରିଟେନରେ ପ୍ରଥମ କୋଭିଡ୍ ଟିକା ନେବେ ୮୭ ବର୍ଷୀୟ ଭାରତୀୟ ବଂଶୋଦ୍ଭବ, କହିଲେ 'ଏହା ହେଉଛି ମୋର କର୍ତ୍ତବ୍ୟ'

Published By : Prameya-News7 Bureau | December 08, 2020 IST

ବ୍ରିଟେନ୍,୦୮/୧୨:  ବ୍ରିଟେନରେ କରୋନା ମହାମାରୀକୁ ନଜରରେ ରଖି ମଙ୍ଗଳବାରଠାରୁ ଆରମ୍ଭ ହୋଇଛି ଟିକାକରଣ ଅଭିଯାନ । ଇଂଲଣ୍ଡର ଉତ୍ତରପୂର୍ବରେ ରହୁଥିବା ୮୭ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ହରି ଶୁକ୍ଲାଙ୍କୁ ପ୍ରଥମେ ଭାକସିନ୍ ଦିଆଯିବ । ବିଶ୍ୱର ପ୍ରଥମ ଟିକା ନେବାକୁ ଥିବା ବ୍ୟକ୍ତି ହେଲେ ହରି ଶୁକ୍ଲା । ତାଙ୍କୁ ନ୍ୟୁକାସଲର ଏହ ହସ୍ପିଟାଲରେ ଭାକସିନ ଦିଆଯିବ ।

ଟାଇନ୍ ଆଣ୍ଡ ବିଅରରେ ରହୁଥିବା ହରି କହିଛନ୍ତି ଯେ, ଭାକସିନର ପ୍ରଥମ ଡୋଜ୍ ପ୍ରାପ୍ତ କରିବା ତାଙ୍କର କର୍ତ୍ତବ୍ୟ । ଟିକାକରଣର ପ୍ରଥମ ଦିନକୁ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଭି-ଡେ କହିଛନ୍ତି ।

ହରି ଆହୁରି କହିଛନ୍ତି ଯେ, କରୋନା ମହାମାରୀ ଅତିଶୀଘ୍ର ଚାଲିଯିବ ବୋଲି ଆଶା କରାଯାଉଛି । ତାଙ୍କୁ ପ୍ରଥମେ ଭାକସିନ୍ ଦିଆଯିବ । ଏଥିପାଇଁ ଖୁସି ଲାଗୁଛି । ବ୍ରିଟେନର ଏନଏଚଏଶ ତାଙ୍କୁ ଭାକସିନ୍ ପାଇଁ ପ୍ରଥମେ ଯୋଗଯୋଗ କରିଥିଲା । ଟିକା ପ୍ରସ୍ତୁତି ପାଇଁ ବହୁତ ପରିଶ୍ରମ କରାଯାଇଛି ।  ଏହାସହ ସରକାରଙ୍କୁ ସବୁ ପ୍ରକାର ସହଯୋଗ କରିବାକୁ ସେ ପ୍ରସ୍ତୁତ ଥିବା କହିଛନ୍ତି ।

ସୂଚନାଯୋଗ୍ୟ, ବ୍ରିଟେନରେ ୮୦ ବର୍ଷରୁ ଅଧିକ ବୟସର ଲୋକଙ୍କ ଉପରେ କରୋନା ବିପଦ ଅଧିକ ରହିଛି । ଏମାନଙ୍କୁ ସର୍ବପ୍ରଥମେ ଟିକାର ପ୍ରଥମ ଡୋଜ୍ ଦିଆଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.