କରୋନା ସଙ୍କଟ ମୁକାବିଲାରେ ସଫଳ ହେବେ ମୋଦୀ ସରକାର, ଭରସା କଲେ ୮୭ ପ୍ରତିଶତ ସହରୀ ଭାରତୀୟ

Published By : Prameya-News7 Bureau | May 06, 2020 IST

ନୂଆଦିଲ୍ଲୀ ୦୬।୦୫: କରୋନା ସଙ୍କଟର ମୁକାବିଲା ଲାଗି ଭାରତର ସଂଘର୍ଷ ଜାରି ରହିଛି। କେନ୍ଦ୍ରର ମୋଦୀ ସରକାର ଦେଶକୁ କରୋନାମୁକ୍ତ କରିବା ପାଇଁ ଯଥା ସମ୍ଭବ ପଦକ୍ଷେପ ନେଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ବିରୋଧୀ ଲଢେଇକୁ ସମୟ ପୂର୍ବରୁ ଆରମ୍ଭ କରି ଦେଇଥିଲେ, ଯାହାର ପରିଣାମ ଏହା ଯେ, ଅନ୍ୟ ଦେଶ ତୂଳନାରେ ଭାରତରେ କରୋନା ସ୍ଥିତି ନିୟନ୍ତ୍ରଣରେ ରହିଛି। ଏହା ମଧ୍ୟରେ ୮୭ ପ୍ରତିଶତ ସହରୀ ଭାରତୀୟଙ୍କ କହିବା କଥା କୋଭିଡ-୧୯ ସଙ୍କଟର ମୁକାବିଲା କରିବାକୁ ମୋଦୀ ସରକାର ସକ୍ଷମ। ଇପ୍‌ସସ୍‌ର ସର୍ବେକ୍ଷେଣ ଅନୁଯାୟୀ କୋଭିଡ୍-୧୯ ସଙ୍କଟର ମୁକାବିଲାରେ ନରେନ୍ଦ୍ର ମୋଦୀ ସରକାରଙ୍କ ଶୈଳୀକୁ ୮୭ ପ୍ରତିଶତ ସହରୀ ଭାରତୀୟ ଉଚ୍ଚ ରେଟିଂ ଦେଇଛନ୍ତି।

ବହୁଦେଶୀୟ ବଜାର ଗବେଷଣା ଫର୍ମ ଇପ୍‌ସସ୍‌ ଏହି ସର୍ବେକ୍ଷେଣ ପାଇଁ ଏପ୍ରିଲ ୨୩ ରୁ ଏପ୍ରିଲ ୨୬ ମଧ୍ୟରେ ୧୩ଟି ଦେଶର ପ୍ରାୟ ୨୬ ହଜାର ଲୋକଙ୍କ ମତାମତ ନେଇଥିଲା। ଏଥିରେ କୁହାଯାଇଛି ଯେ, ୧୩ଟି ଦେଶ ମଧ୍ୟରୁ ନଅଟି ଦେଶର ଅଧିକାଂଶ ଜନତା ସେମାନଙ୍କ ସରକାର କୋଭିଡ୍-୧୯କୁ ନିୟନ୍ତ୍ରଣ କରିବାକୁ ଭଲ କାମ କରୁଥିବା କହିଛନ୍ତି।

{"id":265672,"sizeSlug":"large"}

ଇପ୍‌ସସ୍‌ ଇଣ୍ଡିଆର ସିଇଓ ଅମିତ୍ ଅଦାରକର ଭାରତ ସରକାରଙ୍କ ବିଷୟରେ କହିଛନ୍ତି ଯେ, ସରକାର ବହୁ ପୂର୍ବରୁ ଦେଶବ୍ୟାପୀ ସଂପୂର୍ଣ୍ଣ ଲକ୍‌ଡାଉନ୍‌ କରିଛନ୍ତି ଏବଂ କରୋନା ଭାଇରସ୍‌ ସଂକ୍ରମଣ ରୋକିବା ପାଇଁ ଅନେକ ସାହସିକ ପଦକ୍ଷେପ ନେଇଛନ୍ତି। ଏବେ ସରକାର ଗ୍ରୀନ ଜୋନକୁ ସତର୍କତାପୂର୍ବକ ଆଂଶିକ ଭାବେ ଖୋଲିବାକୁ ପଦକ୍ଷେପ ନେଉଛନ୍ତି। ସର୍ବେକ୍ଷେଣରେ ସାମିଲ ଅଧିକାଂଶ ଲୋକ କୋଭିଡ୍-୧୯ ମହାମାରୀର ମୁକାବିଲାରେ ସରକାରଙ୍କ କାର୍ଯ୍ୟଶୈଳୀକୁ ପ୍ରଶଂସା କରିଛନ୍ତି।

ସର୍ବେକ୍ଷେଣ ମୁତାବକ ପ୍ରାୟ ୭୫ ପ୍ରତିଶତ ସହରୀ ଭାରତୀୟ ମହାମାରୀ ରୋକିବା ପାଇଁ ଡବ୍ଲ୍ୟୁଏଚଓର ଭୂମିକାକୁ ସକରାତ୍ମକ ମାନିଛନ୍ତି, ମାତ୍ର ଧିରେ ଧିରେ ଲୋକଙ୍କ ଡବ୍ଲ୍ୟୁଏଚଓ ଉପରେ ଭରସା ହ୍ରାସ ପାଇବାରେ ଲାଗିଛି। ଦେଶରେ ଅଦ୍ୟାବଧି କରୋନା ଭାଇରସ୍‌ ସଂକ୍ରମିତ ସଂଖ୍ୟା ୪୬ ହଜାରରୁ ଅଧିକ ରହିଥିବା ବେଳେ ପ୍ରାୟ ୧୫୮୩ ଜଣଙ୍କ ମୃତ୍ୟୁ ଘଟି ସାରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.