ଭଲ ଖବର, ୨୪ ଘଣ୍ଟାରେ ସୁସ୍ଥ ହେଲେ ସର୍ବାଧିକ ୮୬୪ କରୋନା ଆକ୍ରାନ୍ତ

Published By : Prameya-News7 Bureau | July 26, 2020 IST

ଭୁବନେଶ୍ଵର ୨୬।୦୭: ରାଜ୍ୟରେ ହୁ  ହୁ ହୋଇ ମାଡି ଚାଲିଛି କରୋନା ଭାଇରସ୍। ଦିନକୁ ଦିନ ଛତୁ ଫୁଟିବା ପରି ନୂତନ ସଂକ୍ରମଣ ଚିହ୍ନଟ ହେବାରେ ଲାଗିଛି। ସେହି ପରି ମୁଣ୍ଡ ମଧ୍ୟ ଗଡିବାରେ ଲାଗିଛି। ଫଳରେ ସରକାରଙ୍କଠୁ ନେଇ ଜନତା ପର୍ଯ୍ୟନ୍ତ ସମସ୍ତେ ଆଶଙ୍କିତ। ରାଜ୍ୟରେ ଏବେ ଦୈନିକ ହଜାରେରୁ ଉର୍ଦ୍ଧ୍ଵ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଆଶ୍ଵସ୍ତିକର କଥା ସଂକ୍ରମିତଙ୍କ ସହ ତାଳ ଦେଇ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ଏହି କ୍ରମରେ ଗତ ୨୪ ଘଣ୍ଟାରେ ସର୍ବାଧିକ ୮୬୪ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୧୬ ହଜାର ଟପି ୧୬୭୯୨କୁ ବୃଦ୍ଧି ଘଟିଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ୍‌ ଜରିଆରେ ଶନିବାର ଏହାର ସୂଚନା ଦିଆଯାଇଛି।

wp:html /wp:html

ସ୍ଵାସ୍ଥ୍ୟ ବିଭାଗ ଅନୁଯାୟୀ, ଗଞ୍ଜାମରୁ ସର୍ବାଧିକ ୪୩୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହି ପରି ରାୟଗଡାରୁ ୧୩୭, ଖୋର୍ଦ୍ଧାରୁ ୨୮, କଟକରୁ ୨୬, ବରଗଡରୁ ୩୧ ବାଲେଶ୍ଵରରୁ ୬, ଯାଜପୁରରୁ ୧୯, ଗଜପତିରୁ ୧୪, ମୟୂରଭଞ୍ଜରୁ ୨୨, ଜଗତସିଂହପୁର ୧୨, ନୟାଗଡରୁ ୭ କରୋନା ଆକ୍ରାନ୍ତ ଆରୋଗ୍ୟ  ଲାଭ କରିଛନ୍ତି।

wp:html /wp:html

ସେହି ପରି ସମ୍ବଲପୁରରୁ ୧୪, ମାଲକାନଗିରିରୁ ୬, ବରଗଡ୩୧,  ଢେଙ୍କାନାଳ୧୦, କେନ୍ଦ୍ରାପଡା ୬, ପୁରୀ ୩ଓ ସୁନ୍ଦରଗଡ ୧୦ରୁ ଜଣେ ଲେଖାଏଁ ରୋଗୀ କରୋନାକୁ ମାତ୍‌ ଦେବାରେ ସଫଳ ହୋଇଛନ୍ତି। ବଲାଙ୍ଗିରର ୪, ଝାରସୁଗୁଡାର ୫ ଓ ସୋନପୁରରୁ ଜଣେ, ଭଦ୍ରକରୁ ୨୩, କୋରାପୁଟରୁ ୫, ବୌଦ୍ଧ ୨ ସଂକ୍ରମିତ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.