Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

କରୋନାକୁ ହରାଇଲେ ୮୬ବର୍ଷ ବୟସ୍କା ମହିଳା, ସମ୍ କୋଭିଡ୍ ହସ୍ପିଟାଲ୍‌ରୁ ସୁସ୍ଥ ହୋଇ ଫେରିଲେ

9/10/2020 at 5:59 PM

ଭୁବନେଶ୍ବର ୯।୧୦: ଜଣେ ୮୬ ବର୍ଷିୟା ମହିଳା କରୋନା ସଂକ୍ରମଣରୁ ସୁସ୍ଥ ହୋଇ ପୁଣି ଥରେ ଭୟର ବାତାବରଣ ଭିତରେ ଆଶ। ସଂଚାର କରିଛନ୍ତି । ସମ୍ କୋଭିଡ ହସ୍ପିଟାଲ୍‌ରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ବୟୋଜ୍ୟେଷ୍ଠା ମହିଳା ସତ୍ୟଭାମା ଦାସ ।

କରୋନା ସଂକ୍ରମିତ ହେବା ପରେ ଗତ ସେପ୍ଟେମ୍ବର ୨୯ ତାରିଖରେ ସେ ସମ୍ କୋଭିଡ ହସ୍ପିଟାଲ୍‌ରେ ଭର୍ତି ହୋଇଥିଲେ । ତୁରନ୍ତ ତାଙ୍କର ଚିକିତ୍ସା ଆରମ୍ଭ କରାଯାଇଥିଲା । ତାଙ୍କର ଡାଇବେଟିସ୍‌, ବ୍ଲଡପ୍ରେସର୍‌, ଶ୍ୱାସ ଓ ଗ୍ୟାସ୍‌ଜନିତ ସମସ୍ୟା ମଧ୍ୟ ରହିଥିଲା । ଏପରିକି ତାଙ୍କ ବାମ ଗୋଡଟି ଭାଙ୍ଗି ଥିବାରୁ ପୂର୍ବରୁ ସେ ଶଯ୍ୟାଶାୟୀ ଥିଲେ । ଏଭଳି ଅବସ୍ଥାରେ କରୋନା ସଂକ୍ରମିତ ହୋଇ ଚିକିତ୍ସା ନିମନ୍ତେ ହସ୍ପିଟାଲ୍‌ରେ ଭର୍ତି ହୋଇଥିବା ସତ୍ୟଭାମାଙ୍କର ଅତି ଯତ୍ନ ଓ ନିଷ୍ଠାର ସହ ଚିକିତ୍ସା ଓ ସେବା କରିଥିଲେ ହସ୍ପିଟାଲ୍‌ର ଡାକ୍ତର ଓ ନର୍ସମାନେ ।

କରୋନାକୁ ପରାସ୍ତ କରି ଏହି ଶଯ୍ୟାଶାୟୀ ମହିଳା ଜଣକ ଶୁକ୍ରବାର ଘରକୁ ଫେରିଛନ୍ତି । ହସ୍ପିଟାଲ୍‌ର ଡାକ୍ତର ଓ ନର୍ସ ମାନେ ତାଙ୍କର ଯେଉଁଭଳି ଭାବେ ଚିକିତ୍ସା କଲେ ଓ ଯତ୍ନ ନେଲେ ସେଥିପାଇଁ ସେ କୃତଜ୍ଞ ବୋଲି କହିଛନ୍ତି । ତାଙ୍କ ପୁଅ ସଞ୍ଜିବ କୁମାର ଦାସ ମଧ୍ୟ ସମ୍ କୋଭିଡ ଟିମ୍‌କୁ ତାଙ୍କ ମାଆଙ୍କର ଉତମ ଚିକିତ୍ସା କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି ।

ସମ୍ କୋଭିଡ ହସ୍ପିଟାଲ୍‌ରେ କରୋନା ସଂକ୍ରମିତ ହୋଇ ଚିକିତ୍ସା ପାଇଁ ଭର୍ତି ହୋଇଥବା ବରିଷ୍ଠ ନାଗରିକମାନେ ସୁସ୍ଥ ହୋଇ ଘରକୁ ଫେରୁଥିିବାର ଅନେକ ନଜିର ଦେଖିବାକୁ ମିଳୁଛି। 

   Related Posts