କରୋନାକୁ ମାତ୍ ଦେଲେ ୮୬ ବର୍ଷୀୟ ବୃଦ୍ଧ ଦମ୍ପତ୍ତି, ସୁସ୍ଥ ହୋଇ ଘରକୁ ଫେରିଲେ

Published By : Prameya-News7 Bureau | April 04, 2020 IST

ନୂଆଦିଲ୍ଲୀ ୦୪।୦୪: ଦେଶରେ କରୋନା ସଂକ୍ରମିତ ଧିରେ ଧିରେ ନିୟନ୍ତ୍ରଣ ବାହାରକୁ ଯାଉଥିବା ଦେଖା ଯାଉଛି। ସଂକ୍ରମିତଙ୍କ ତିନି ହଜାର ପାଖାପାଖି ପହଞ୍ଚିଲାଣି। ଏହାର ପ୍ରତିରୋଧ ପାଇଁ ଦେଶ ସଂପ୍ରତି ଲକଡାଉନରେ ରହିଛି। ଏହା ମଧ୍ୟରେ କେରଳରୁ ଆସିଛି ଭଲ ଖବର।  ଯେଉଁଠି କରୋନା ଭାଇରସରେ ଯୁବକ ପ୍ରାଣ ହରାଉଛନ୍ତି ସେଠି ଏକ ବୃଦ୍ଧ ଦମ୍ପତ୍ତି କରୋନାକୁ ମାତ୍ ଦେବାରେ ସଫଳ ହୋଇଛନ୍ତି। କେରଳରେ ଜଣେ ବୃଦ୍ଧ ଏବଂ ତାଙ୍କର ୮୬ ବର୍ଷୀୟ ପତ୍ନୀ କରୋନାରେ ସୁସ୍ଥ ହୋଇ ଶୁକ୍ରବାର ଘରକୁ ଫେରିଛନ୍ତି।

ସୂଚନା ଅନୁଯାୟୀ, ବୃଦ୍ଧ ଦମ୍ପତ୍ତି କେରଳର କୋଟାୟାମ ସରକାରୀ ମେଡିକାଲ କଲେଜ୍ ଏବଂ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। କରୋନା ଲକ୍ଷଣ ଦେବା ଯିବା ପରେ ଉଭୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା ଜରି ରହିଥିଲା। ୨୩ ଦିନର ଉପଚାର ପରେ ଦମ୍ପତ୍ତି ସୁସ୍ଥ ହୋଇଛନ୍ତି। ଯାହା ନିଶ୍ଚିତ ରୂପେ ଦେଶରେ ଅନ୍ୟ କରୋନା ରୋଗୀ ସୁସ୍ଥ ହେବାର ଆଶା ଦେଖା ଦେଇଛି। ଏଥିରେ ହସ୍ପିଟାଲରେ ଖୁସିର ମାହୋଲ ଖେଳି ଯାଇଛି। ବୃଦ୍ଧ ନିଜର ୮୬ ବର୍ଷୀୟ ପତ୍ନୀ ମାରିଆମା ସହ ଆଜି ଘରକୁ ଫେରିଛନ୍ତି।  ହସ୍ପିଟାଲ କର୍ତ୍ତୃପକ୍ଷ ଏକ ସଦଭାବପୂର୍ଣ୍ଣ ମାହୋଲରେ ଦମ୍ପତ୍ତିଙ୍କୁ ଡିସଚାର୍ଜ କରି ବିଦାୟ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, କେରଳରେ ସଂକ୍ରମିତଙ୍କ ସଂଖ୍ୟା  ୨୯୨ରେ ପହଞ୍ଚିଥିବା ବେଳେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଏହା ବ୍ୟତୀତ ୪୨ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି। ଭାରତରେ ସଂକ୍ରମିତଙ୍କ ସଂକ୍ୟା ୨୯୦୨ରେ ପହଞ୍ଚିଥିବା ବେଳେ ୬୮ ଜଣଙ୍କ ମୃତ୍ୟୁ ଘଟିଲାଣି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.