ଦେଶରେ କରୋନାକୁ ପରାସ୍ତ କରିଛନ୍ତି ୮୬ ସଂକ୍ରମିତ, ସୁସ୍ଥ ହୋଇ ଘରକୁ ଫେରିଛନ୍ତି

Published By : Prameya-News7 Bureau | March 29, 2020 IST

ନୂଆଦିଲ୍ଲୀ, ୨୯|୦୩:  ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୦୦ ଛୁଇଁବାକୁ ବସିଲାଣି । ଦେଶରେ ମୋଟ ୨୫ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଦେଶ ପାଇଁ ଚିନ୍ତାଜନକ ହୋଇଥିବା ବେଳେ ଆଉ ଏକ ଖବର ସାମାନ୍ୟ ଆଶସ୍ତି ଆଣିଛି । ସଂକ୍ରମିତଙ୍କ ମଧ୍ୟରୁ ୮୬ ଜଣ ଏହି ମାରାତ୍ମକ ଭାଇରସକୁ ପରାସ୍ତ କରିଛନ୍ତି ।

{"id":245947,"width":747,"height":419,"sizeSlug":"large"}

କରୋନା ସଂକ୍ରମିତଙ୍କ ମଧ୍ୟରୁ ୧୦ ପ୍ରତିଶତ ସୁସ୍ଥ ହୋଇଛନ୍ତି । ଅର୍ଥାତ ମୋଟ ସଂକ୍ରମିତଙ୍କ ମଧ୍ୟରୁ ୮୬ ଜଣ କୋଭିଡ୍-୧୯କୁ ମାତ ଦେଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନାନୁସାରେ, ମହାରାଷ୍ଟ୍ର, କେରଳରେ ଅଧିକ ମାମଲା ସାମ୍ନାକୁ ଆସିଛି । ଏହି ଦୁଇଟି ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୦୦ ପାଖାପାଖି ପହଁଚିଛି ।

ମହାରାଷ୍ଟ୍ରରେ ୧୮୬ଟି ପଜିଟିଭ ମାମଲା ସାମ୍ନାକୁ ଆସିଥିବା ବେଳେ ୬ ଜଣ ପ୍ରାଣ ହରାଇଛନ୍ତି । ସେହିପରି ୨୫ଜଣ ସୁସ୍ଥ ହୋଇଛନ୍ତି । କେରଳରେ ୧୮୨ଟି ମାମଲା ମଧ୍ୟରୁ ଜଣେ ପ୍ରାଣ ହରାଇଥିବା ବେଳେ ୧୫ଜଣ ଆରୋଗ୍ୟ ଲାଭ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.