ଅଭିନବ ପ୍ରୟାସ, ଜିଲ୍ଲାର ବିଭିନ୍ନ ଦାବି ନେଇ ସ୍ବେଚ୍ଛାସେବୀ ସଙ୍ଗଠନ ତରଫରୁ ୮୫କି.ମି. ପଦଯାତ୍ରା

Published By : Prameya-News7 Bureau | October 02, 2020 IST

ଆନନ୍ଦପୁର ୨।୧୦: ଆନନ୍ଦପୁରର ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ମା’ ଧନେଇ ସେବା ସଂଘ, ବାରିଗାଁ ତରଫରୁ ୪ ଦଫା ସମ୍ବଳିତ ଦାବିପତ୍ର ନେଇ ଶୁକ୍ରବାର ବାରିଗାଁଠାରୁ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଭିମୁଖେ ପଦଯାତ୍ରା ଆରମ୍ଭ ହୋଇଛି । ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଦୀର୍ଘ ୮୫ କି.ମି. ବାଟ ଚାଲିଚାଲି ଯାଇ ଆସନ୍ତା ୫ ତାରିଖରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିବେ ।

{"id":337426,"sizeSlug":"large"}

ଏଥିରେ ଆନନ୍ଦପୁର ଓ ଚମ୍ପୁଆ ଉପଖଣ୍ଡକୁ ରେଳପଥ ସଂଯୋଗ, କେନ୍ଦୁଝର ଜିଲ୍ଲାରେ ଏକ ବୃହତ ଇସ୍ପାତ୍ ପ୍ରକଳ୍ପ ସ୍ଥାପନ, ଜିଲ୍ଲା ଦେଇ ଯାଇଥିବା ଅସମ୍ପୂର୍ଣ୍ମ ୨୦ ନଂ ଜାତୀୟ ରାଜପଥ କାମ ସମ୍ପନ୍ନ ଓ କାମ ସମ୍ପନ୍ନ ନହେବା ପର୍ଯ୍ୟନ୍ତ ଟୋଲ ଆଦାୟ ବନ୍ଦ କରିବା ଭଳି ଦାବି ରହିଛି ।

{"id":337427,"sizeSlug":"large"}

ଖଣି ଖାଦାନ ଭରା କେନ୍ଦୁଝର ଜିଲ୍ଲାରେ ଏସବୁ କ୍ଷେତ୍ରରେ ଜିଲ୍ଲାବାସୀ ଆଜି ଯାଏଁ ଉପେକ୍ଷିତ ହୋଇ ରହିଛନ୍ତି । ଦାବିଗୁଡିକୁ ନେଇ ପୂର୍ବରୁ ମା’ ଧନେଇ ସେବା ସଂଘ ତରଫରୁ ବିଭିନ୍ନ ସମୟରେ ସ୍ଥାନୀୟ ପ୍ରଶାସନଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମେତ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟକୁ ମଧ୍ୟ ଅବଗତ କରାଯାଇଛି । ହେଲେ କିଛି ଫଳ ନମିଳିବାରୁ ଗାନ୍ଧୀ ଜୟନ୍ତୀ ଅବସରରେ ସଂଘ ତରଫରୁ ଏଭଳି ପ୍ରୟାସ କରାଯାଇଥିବା କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.