Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭୁବନେଶ୍ବରରୁ ଚିହ୍ନଟ ହେଲେ ୮୫୧ କରୋନା ଆକ୍ରାନ୍ତ, ୪୨୯ ସୁସ୍ଥ

29/04/2021 at 8:42 PM

ଭୁବନେଶ୍ଵର ୨୯/୦୪:  ରାଜ୍ୟରେ କରୋନାର ଦ୍ଵିତୀୟ ଲହର କାୟା ବିସ୍ତାର କରିବାରେ ଲାଗିଛି। ରାଜଧାନୀ ଭୁବନେଶ୍ଵରରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। କରୋନାର କେନ୍ଦ୍ରସ୍ଥଳ ପାଲଟିଛି ରାଜଧାନୀ ମହାନଗର।  ଆଜି ରାଜ୍ୟରେ ୬ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେବା ପରେ ଭୁବନେଶ୍ଵରରୁ ୮୫୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ସଂକ୍ରମିତଙ୍କ ସଂଖ୍ୟା ୪୩,୨୯୬କୁ ବୃଦ୍ଧି ଘଟିଛି। ଅନ୍ୟପଟେ ୪୨୯ ଜଣ ସୁସ୍ଥ ହୋଇଛନ୍ତି। ଭୁବନେଶ୍ଵର ମହାନଗର କର୍ତ୍ତୃପକ୍ଷ ଗୁରୁବାର ଟ୍ଵିଟ୍ କରି ସୂଚନା ଦେଇଛନ୍ତି।

ରାଜଧାନୀରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୩,୨୯୬ ରହିଛି। ଏଥିରୁ ୩୬,୧୦୩ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। କରୋନାଜନିତ ମୃତ୍ୟୁ ସଂଖ୍ୟା ୨୫୯ ରହିଥିବା ବେଳେ ଆକ୍ଟିଭ୍ କେସ୍ ସଂଖ୍ୟା ୬୯୧୩ ରହିଛି।

   Related Posts