Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

କରୋନା ଭୟରେ ଇରାନ ଜେଲ୍‌ରୁ ୮୫,୦୦୦ କଏଦୀ ମୁକ୍ତ: ଇଟାଲି ପରେ ସ୍ପେନରେ ବଢ଼ିଲା ମୃତ୍ୟୁ ସଂଖ୍ୟା

17/03/2020 at 4:34 PM

ଇରାନ୧୭/୩: କରୋନା ଭୟରେ ଇଟାଲି ଜେଲ୍‌ରୁ ୮୫ ହଜାର କଏଦୀଙ୍କୁ ମୁକ୍ତ କରି ଦିଆଯାଇଛି। କରୋନା ଭାଇରସ୍‌ର ପ୍ରଭାବ ଇଟାଲିରେ ହାହାକାର ପକାଇଛି। ପୂର୍ବରୁ ଇଟାଲି ଜେଲ୍‌ରୁ ୫୪ ହଜାର କଏଦୀଙ୍କୁ ମୁକ୍ତ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା। କିନ୍ତୁ ମଙ୍ଗଳବାର ଅର୍ଥାତ ଆଜି ୮୫ ହଜାର କଏଦୀଙ୍କୁ ମୁକ୍ତ କରାଯାଇଛି। କେବଳ ଇଟାଲି ନୁହେଁ କରୋନା ଆକ୍ରାନ୍ତରେ ପାକିସ୍ତାନରେ ମଙ୍ଗଳବାର ପ୍ରଥମ ମୃତ୍ୟୁ ହୋଇଛି।

ଇରାନୀ ନ୍ୟାୟପାଳିକାର ଜଣେ ମୁଖପାତ୍ର କହିଛନ୍ତି ଯେ, ଦେଶ​‌ରେ କରୋନାର ପ୍ରକୋପ ରୋକିବା ପାଇଁ ପ୍ରୟାସ ଜାରି ରହିଛି। ସେଥିପାଇଁ ଜେଲ୍‌ରେ ଭୟଭୀତ ହୋଇ ରହିଥିବା ପାଖାପାଖି ୮୫ ହଜାର କଏଦୀଙ୍କୁ ମୁକ୍ତ କରି ଦିଆଯାଇଛି। ପୂରା ବିଶ୍ବରେ ୧,୮୫, ୪୮୭ ଜଣ ବ୍ୟକ୍ତି କରୋନା ଆକ୍ରାନ୍ତରେ ଶିକାର ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ସେମାନଙ୍କ ମଧ୍ୟରୁ ୭୯,୯୩୯ ଜଣ ସୁସ୍ଥ ହୋଇ ସାରିଲେଣି। ଏବଂ ସେମାନଙ୍କ ମଧ୍ୟରୁ ୭,୩୩୨ ଜଣଙ୍କ ମୃତ୍ୟୁ ହୋଇଛି।

ସେହିପରି ଇଟାଲୀରେ ଗୋଟିଏ ଦିନରେ ୩୪୯ ଜଣଙ୍କ ମତ୍ୟୁ ହୋଇଛି। କରୋନା ଭାଇରସ୍‌ର ପ୍ରଭାବ ସବୁଠାରୁ ଇଟାଲିରେ ପଡିଛି। ଇଟାଲିରେ ମୃତ୍ୟୁ ସଂଖ୍ୟା ୨,୧୫୮ରେ ପହଞ୍ଚିଛି। ଏଥିସହ ୨୭,୯୮୦ ଜଣ ବ୍ୟକ୍ତି କରୋନା ଆକ୍ରାନ୍ତରେ ଶିକାର ହୋଇଛନ୍ତି। କରୋନା ଭାଇରସ୍‌ରେ ଚୀନରେ ହଜାର ହଜାର ଲୋକଙ୍କ ମୃତ୍ୟୁ ହୋଇଛି। ତେବେ ୧୬୨ରୁ ଅଧିକ ଦେଶରେ କରୋନା ଭାଇରସ୍ ଖେଳି ଯାଇଛି। ପୂରା ବିଶ୍ବରେ ୭ ହଜାର ୩୩୨ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି।

ଏହା ସହ ସ୍ପେନରେ ୨୪ ଘଣ୍ଟାରେ ୧୦୦୦ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଇଟାଲି ପରେ ସ୍ପେନରେ କରୋନର ପ୍ରକୋପ ଅଧିକ ରହିଛି। ସେହିପରି କରୋନା ଆକ୍ରାନ୍ତରେ ଇରାନରେ ୮୫୩ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଏଭଳି ଭାବେ କରୋନ ପୂରା ବିଶ୍ବରେ ବ୍ୟାପିବାରେ ଲାଗିଛି।

   Related Posts