ପରୋପକାର ପାଇଁ ବୟସ ସାଜିନି ବାଧକ: ଲକଡାଉନ୍‌ରେ ଶ୍ରମିକଙ୍କ ଭୋକ ମେଣ୍ଟାଇବା ପାଇଁ ୧ ଟଙ୍କାରେ ଇଟିଲି ବିକୁଛନ୍ତି ୮୫ ବର୍ଷର ବୃଦ୍ଧା

Published By : Prameya-News7 Bureau | May 09, 2020 IST

କୋଏମ୍ବାଟୁର, ୦୯|୦୫:     ବୟସ ୮୫ ଟପିଲାଣି । ହାତ ଗୋଡ ମଧ୍ୟ ଥରୁଛି । ବୟସର ସାୟାହ୍ନରେ କିନ୍ତୁ ଦୃଢ ରହିଛି ମନୋବଳ । ହୃଦୟରେ ରହିଛି ନିସ୍ୱାର୍ଥପରତାର ଭାବ । ଏହି ବୟସରେ ମଧ୍ୟ ପରୋପକାର ପାଇଁ ଇଟିଲି ତିଆରି କରୁଛନ୍ତି ତାମିଲନାଡୁର କୋଏମ୍ବାଟୁରରେ ରହୁଥିବା କମଲାଥଲ ।  ସେ ଏହାକୁ ବ୍ୟବସାୟ ପାଇଁ ବିକ୍ରି କରୁନାହାଁନ୍ତି ବରଂ ଲକଡାଉନ୍ ପାଇଁ ଭୋକ ମେଣ୍ଟାଇ ପାରୁନଥିବା ଶ୍ରମିକଙ୍କୁ ଦେଉଛନ୍ତି । ତାହା ପୁଣି ମାତ୍ର ୧ ଟଙ୍କାରେ । ସେ ଗତ ୩୦ ବର୍ଷ ହେଲା ଇଟିଲି ବିକୁଛନ୍ତି ।

 ଏକ ଜାତୀୟ ଗଣମାଧ୍ୟମ ସହ ଆଲୋଚନା କରି କମଲାଥଲ କହିଛନ୍ତି ଯେ, ଲକଡାଉନ୍ ପାଇଁ ପରିସ୍ଥିତି ସଙ୍ଗୀନ ରହିଛି । କିନ୍ତୁ ସେ ୧ ଟଙ୍କାରେ ଇଟିଲି ବିକୁଛନ୍ତି । କାରଣ କରୋନା ଭାଇରସ ପାଇଁ ଶହଶହ ପ୍ରବାସୀ ଶ୍ରମିକ ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି । ତେଣୁ ଅଧିକ ଲୋକ ଖାଇବାକୁ ଆସୁଛନ୍ତି । ଏହି ସମୟରେ ସେମାନଙ୍କୁ ୧ ଟଙ୍କାରେ ଇଟଲି ଦିଆଯାଉଛି । ଫଳରେ ସେମାନେ ପେଟପୁରା ଖାଇପାରୁଛନ୍ତି ।

{"id":267312,"width":753,"height":377,"sizeSlug":"large"}

କମଲାଥଲଙ୍କ କାହାଣୀ ଗତ ବର୍ଷ ସାମ୍ନାକୁ ଆସିଥିଲା । ସେ ୧ ଟଙ୍କାରେ ଇଟଲି ବିକୁଥିଲେ ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।ସାହାଯ୍ୟ ପାଇଁ ବୟସ ବାଧାକ ସାଜେ ନାହିଁ ବୋଲି ଅନେକ ୟୁଜର କହିଥିଲେ ।

କମଲାଥଲଙ୍କୁ ସାହାଯ୍ୟ କରିବା ପାଇଁ ଅନେକ ସହୃଦୟ ବ୍ୟକ୍ତି ଆଗକୁ ଆସିଛନ୍ତି । ସେ ଟଙ୍କିକିଆ ଇଟଲି ସହ ସାମ୍ୱର ଓ ଚଟନୀ ମଧ୍ୟ ଦେଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.