Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନବୀନ ପଟ୍ଟନାୟକ ଏକ ନମ୍ବର, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୦ କୋଭିଡ୍ ସଂକ୍ରମିତ, ୩୩୪୩୦୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||
  • ପୁରୀ : ଆଜି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ, ଶ୍ରୀମନ୍ଦିର ଭିତରେ ଓ ବାହାରେ କରାଯାଉଛି ସାନିଟାଇଜ୍
  • ||
  • ବ୍ରିଜରେ ଝୁଲିଛି ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||

ଇଟାଲିର କରୋନା ସଂକ୍ରମିତ ସହରରେ ଫସିଛନ୍ତି ୮୫ଭାରତୀୟ ଛାତ୍ର, ଉଦ୍ଧାର ପାଇଁ ବୈଦେଶିକ ମନ୍ତ୍ରାଳୟକୁ ନିବେଦନ

2/03/2020 at 3:03 PM

ନୂଆଦିଲ୍ଲୀ ୦୨।୦୩: ସାରାବିଶ୍ବରେ ଏବେ କରୋନା ଆତଙ୍କ ଖେଳିଯାଇଛି । କରୋନା ଭୂତାଣୁରେ ବର୍ତ୍ତମାନ ପର୍ଯ୍ୟନ୍ତ ୨୯ଶହ ଲୋକଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ୮୦ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । ସାରାବିଶ୍ବରେ ୫୦ରୁ ଅଧିକ ଦେଶକୁ ବ୍ୟାପିସାରିଲାଣି କରୋନା । ତେବେ ବିଭିନ୍ନ ଦେଶରେ ରହିଥିବା ନିଜ ନାଗରିକ ମାନଙ୍କୁ ସୁରକ୍ଷିତ ଭାବେ ନିଜ ଦେଶକୁ ଫେରାଇଆଣିବା ପାଇଁ ସମସ୍ତ ଦେଶ ଉଦ୍ୟମ କରୁଛନ୍ତି । ନିକଟରେ ଚୀନ୍‌ର ଉହାନ୍ତ ପ୍ରାନ୍ତରେ ଫସିରହିଥିବା ନାଗରିକମାନଙ୍କୁ ଭାରତ ସରକାର ସ୍ବଦେଶକୁ ଆଣିକିଲେ । କିନ୍ତୁ ଏବେ ଇଟାଲିର ଉତ୍ତର ପାଭିୟା ସହରରେ ଫସିରହିଥିବା ୮୫ଜଣ ଭାରତୀୟ ଫସି ରହିଥିବା ସୂଚନା ମିଳିଛି । ଏବଂ ଉଦ୍ଧାର ପାଇଁ ସେମାନେ ଭାରତ ସରକାରଙ୍କୁ ଅନୁରୋଧ କରିଛନ୍ତି ।

 ଇଟାଲିର ଉତ୍ତର ପାଭିୟା ସହରରେ ଏକ ସପ୍ତାହ ହେବ ଫସିଥିବା ୮୫ ଜଣ ଭାରତୀୟ ଛାତ୍ର ଏବେ ସରକାରଙ୍କୁ ସାହାଯ୍ୟ ମାଗିଛନ୍ତି । ସେମାନେ ଭାରତ ଫେରି ଆସିବା ପାଇଁ ନିବେଦନ କରିଛନ୍ତି । ଇଟାଲିରେ କରୋନା ଭାଇରସରେ ୧୭ ଜଣ ଲୋକଙ୍କର ମୃତ୍ୟୁ ହୋଇସାରିଛି । କିଛି ଭାରତୀୟ ଛାତ୍ର ସ୍ୱଦେଶ ଫେରିବାକୁ ଟିକେଟ ବୁକ କରିଥିଲେ । କିନ୍ତୁ କରୋନା ଭାଇରସ ଯୋଗୁଁ ବିମାନ ବାତିଲ କରି ଦିଆଯାଇଛି ।    

ୟୁନିଭରର୍ସିଟି ଅଫ ପାଭ୍ରିୟାର ଇଞ୍ଜିନିୟରିଂ ଡିପାର୍ଟମେଣ୍ଟର ଜଣେ କର୍ମଚାରୀଙ୍କ ଦେହରେ କରୋନା ଭାଇରସ ପଜିଟିଭି ଦେଖିବାକୁ ମିଳିଛି । ଏପର୍ଯ୍ୟନ୍ତ ୧୫ ଜଣ କର୍ମଚାରୀଙ୍କୁ ଅଲଗା ରଖାଯାଇଛି । ବେଙ୍ଗାଲୁରୁ ଯାଇଥିବା ଜଣେ ଛାତ୍ରୀ କହିଛନ୍ତି ଯେ,, ଆମମାନଙ୍କ ମଧ୍ୟରୁ ଅନେକ ଛାତ୍ର ଭାରତ ଯିବା ପାଇଁ ଟିକେଟ ବୁକ କରିଥିଲୁ କିନ୍ତୁ ବିମାନ ବାତିଲ କରାଯାଇଛି । ଏଠାରେ ଥିବା ସାମଗ୍ରୀ ପ୍ରାୟ ଶେଷ ହୋଇଯାଇଛି । ଆମକୁ ଏଠାରେ ଭୟ ଲାଗୁଛି । ବର୍ତ୍ତମାନର ଯାହା ସ୍ଥିତି ଅଛି ତାହା ଭବିଷ୍ୟତରେ ଆହୁରି ଖରାପ ହୋଇପାରେ । ତେଣୁ ଆମେ ଏଠାରୁ ଫେରିବାକୁ ଚାହୁଁଛୁ । ଏଦିଗରେ ଭାରତ ସରକାର ଆମକୁ ସହଯୋଗ କରନ୍ତୁ ବୋଲି ଅନୁରୋଧ କରୁଛୁ । 

   Related Posts