ଏଚଆଇଭି ହଟସ୍ପଟ୍‌ ପାଲଟିଲା ଆସାମର ସେଣ୍ଟ୍ରାଲ୍‌-ସ୍ପେଶାଲ୍‌ ଜେଲ୍‌, ବଡ଼ କାରଣ କହିଲେ ଡାକ୍ତର

Published By : Prameya-News7 Bureau | October 10, 2021 IST

ନୂଆଦିଲ୍ଲୀ ୧୦/୧୦: ଆସାମର ନଗାଓଁ ସେଣ୍ଟ୍ରାଲ୍‌ ଜେଲ୍‌ ଏବଂ ସୁତନ୍ତ୍ର କାରାଗାରରୁ ସେପ୍ଟେମ୍ବର ମାସରେ ମୋଟ ୮୫ କଏଦୀ ଏଚଆଇଭି ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ।  ଏନେଇ ଜଣେ ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି । ନଗାଓଁ ବିପି ସିଭିଲ୍‌ ହସ୍ପିଟାଲ୍‌ର ନିର୍ଦେଶକ ଡାକ୍ତର ଏଲସି ନାଥ ଶୁକ୍ରବାର କହିଛନ୍ତି, ୮୫ ଜଣ ଏଚଆଇଭି ସଂକ୍ରମିତଙ୍କ ମଧ୍ୟରୁ ୪୫ ଜଣ ସ୍ବତନ୍ତ୍ର ଜେଲ୍‌ର ହୋଇଥିବା ବେଳେ ୪୦ ଜଣ ନଗାଓଁ କେନ୍ଦ୍ରୀୟ କାରାଗାରରୁ ଚିହ୍ନଟ ହୋଇଛନ୍ତି।

ଏହା ବ୍ୟତୀତ ଗତ ମାସରେ ସିଭିଲ୍‌ ହସ୍ପିଟାଲରେ  ୪ ଜଣ ମହିଳାଙ୍କ ସମେତ ମୋଟ ୮୮ ଜଣଙ୍କ ଯାଞ୍ଚ ରିପୋର୍ଟ ପଜିଟିଭ୍‌ ଆସିଥିଲା। ଅଧିକାଂଶ କଏଦୀ ଯେଉଁମାନେ ସଂକ୍ରମିତ ଅଛନ୍ତି ସେମାନେ ନିଶାରେ ରହୁଛନ୍ତି। ପ୍ରତିବନ୍ଧିତ ଡ୍ରଗ୍ସ ନେବା ପାଇଁ ଗୋଟିଏ ପ୍ରକାର ଛୁଞ୍ଚିର ବ୍ୟବହାର କରୁଛନ୍ତି। ସେଥିପାଇଁ ସେମାନେ ଏଡସ୍‌ର ଶିକାର ହୋଇଛନ୍ତି ବୋଲି ହସ୍ପିଟାଲ ସୂତ୍ରରୁ ସୂଚନା ମିଳିଛି।

ରାଜ୍ୟ ସ୍ବାସ୍ଥ୍ୟ ସଚିବ ଅନୁରାଗ ଗୋୟଲ କହିଛନ୍ତି, ରାଜ୍ୟ ଏଡସ୍‌ ନିୟନ୍ତ୍ରଣ ସୋସାଇଟ୍‌ ଯେଉଁ ଡାଟା ପ୍ରକାଶ କରିଛି, ସେଥିରେ ୨୦୦୨ରୁ ୨୦୨୧ ମଧ୍ୟରେ ୨୦୦୮୫ ଏଚଆଇଭି ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ତଥ୍ୟ ଅନୁସାରେ କାମରୂପରେ ବର୍ବାଧିକ ୬,୮୮୮ ଏଡସ ରୋଗୀ ଚିହ୍ନଟ ହୋଇଥିବା ବେଳେ କଛାରରୁ ୪୬୦୯ ଏବଂ ଡିବ୍ରୁଗଡ଼ରୁ ୧୨୪ ୫ ଏଚଆଇଭି ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବିଶେଷ କରି ଜେଲ୍‌ରେ କଏଦୀ ମାନେ ଛୁଞ୍ଚି ସାହାଯ୍ୟରେ ଡ୍ରଗ୍ସ ସେବନ କରୁଥିବାରୁ ଏଚଆଇଭି ବ୍ୟାପୁଛି ବୋଲି ଅନୁରାଗ ଗୋୟଲ କହିଛନ୍ତି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.